News7 Logo

ନେତନ୍ୟାହୁଙ୍କୁ ଫୋନ୍‌ରେ ତାଗିଦ୍‌ କଲେ ଟ୍ରମ୍ପ, କତାର ଉପରେ ଇସ୍ରାଏଲର ଆକ୍ରମଣରେ ସ୍ଥିତି ସଙ୍ଗୀନ

NEWS7
-

ତେଲ ଅଭିଭ୍ : ଗତ ଦୁଇ ବର୍ଷ ହେବ ଗାଜାରେ ହମାସ ଓ ଇସ୍ରାଏଲ ମଧ୍ୟରେ ଜାରି ଯୁଦ୍ଧ ,ପୂର୍ବରୁ ହିଁ ଅନେକ ଦେଶ ଯାଏ ପହଞ୍ଚି ସାରିଛି। ଲେବାନନ, ଇରାନ ଭଳି ଦେଶ ସହ ଇସ୍ରାଏଲ ସିଧା ଯୁଦ୍ଧକୁ ଓହ୍ଲାଇ ସାରିଛି, କିନ୍ତୁ ମଙ୍ଗଳବାର ସେ ଆଶ୍ଚର୍ଯ୍ୟ କରିଦେଇ ଥିଲା। ଇସ୍ରାଏଲ ସେନା କତାରର ରାଜଧାନୀ ଦୋହାରେ ହିଁ ଆକ୍ରମଣ କରି ଦେଇଥିଲେ ଏବଂ ହମାସର ଆତଙ୍କୀଙ୍କୁ ଟାର୍ଗେଟ୍‌ କରିବାକୁ ଦାବି କରିଥିଲେ। ଏହା ସେହି କତାର , ଯେଉଁଠି ହମାସ ସହ ମଧ୍ୟସ୍ଥତାର ମିଟିଂ ଜାରି ରହିଛି। ଏହିସ୍ଥିତିରେ ଶାନ୍ତି ବାର୍ତ୍ତା ମଞ୍ଚ ସାଜିଥିବା ଦେଶ ଭିତରେ ପଶି ହମଲା କରିବା ଦ୍ୱାରା ପୂରା ମିଡଲ୍‌ର ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ରବିବାର ଓ ସୋମବାର କତାର ଇସଲାମିକ୍‌ ଓ ଆରବ ଦେଶ ଗୁଡ଼ିକର ବୈଠକ ଡାକିଛି। ଏହି ବୈଠକରେ ଇସ୍ରାଏଲର ଆକ୍ରମଣରେ ସୃଷ୍ଟି ସ୍ଥିତି ଉପରେ ଆଲୋଚନା ହେବ।

ଏହି ମଧ୍ୟରେ ଖବର ଅଛି ଯେ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇସ୍ରାଏଲର ଏହି କାର୍ଯ୍ୟ ଉପରେ ବିରକ୍ତି ହୋଇଛନ୍ତି। Axios ସୂତ୍ରାନୁସାରେ , ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଡୋନାଲ୍ଡ ଟ୍ରମ୍ପ ଫୋନ୍‌ କରି ବେଞ୍ଜାମିନ୍‌ ନେତନ୍ୟାହୁଙ୍କୁ କହିଛନ୍ତି ଯେ, ଏମିତି ସ୍ଥିତି ଆଉ ଥରେ ହେବା ଉଚିତ୍‌ ନୁହେଁ। ଟ୍ରମ୍ପ କହିଛନ୍ତି ଯେ, ଏହା କେବେ ସ୍ୱୀକାର କରାଯାଇ ପାରିବ ନାହିଁ। ମୁଁ କହୁଛି ଯେ, ଆପଣ ଏମିତି କାର୍ଯ୍ୟ ପୁଣି କରିବେ ନାହିଁ । ରିପୋର୍ଟରେ କୁହାଯାଇଛି ଯେ,କତାରର ରାଜଧାନୀରେ ହମଲାରେ ଟ୍ରମ୍ପଙ୍କ ପରାମର୍ଶଦାତା ମଧ୍ୟ ଚକିତ ହୋଇ ଥିଲେ। ଏହାକୁ ନେଇ ଯେବେ କଥା ହେଲା ତ ଟ୍ରମ୍ପ ନେତନ୍ୟାହୁ ଓ ତାଙ୍କର ପରାମର୍ଶଦାତାଙ୍କ କାମ ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଆପଣ ଏହା କେମିତି କରି ପାରିବେ।

କିନ୍ତୁ କଥା ଏଥିରେ ଶେଷ ହୋଇ ନାହିଁ। ଡୋନାଲ୍ଡ ଟ୍ରମ୍ପଙ୍କ ବିରକ୍ତ ହେବା ଓ ମୁସଲିମ୍‌ ଦେଶ ଗୁଡ଼ିକର କ୍ରୋଧିତ ହେବା ପରେ ବେଞ୍ଜାମିନ୍‌ ନେତନ୍ୟାହୁ ନିଜ ଜିଦିରେ ରହିଛନ୍ତି। ସେ ପୁଣି ଥରେ ଦୋହରାଇଛନ୍ତି ଯେ, କତାର ସମେତ ଆତଙ୍କୀଙ୍କୁ ପାଳୁଥିବା ଦେଶ ଗୁଡ଼ିକ ଉପରେ ଆମେ ଆକ୍ରମଣ ଜାରି ରଖିବୁ। ସେ କତାରକୁ ସିଧାସଳଖ ଓ ଖୋଲା ଚ୍ୟାଲେଞ୍ଜ ଦେଇ କହିଛନ୍ତି , ଆତଙ୍କବାଦୀଙ୍କୁ ଦେଶରୁ ବାହାର କର ନୁହେଁ ତ ଆକ୍ରମଣ ପାଇଁ ପ୍ରସ୍ତୁତ ରୁହ। ଏହି ମଧ୍ୟରେ ଲେବାନନରେ ପୁଣି ଥରେ ଇସ୍ରାଏଲର ସେନା ଆକ୍ରମଣ କରିଛି। ସେନାର କହିବା ହେଲା ଯେ, ଆମେ ହିଜବୁଲ୍ଲାର ସ୍ଥାନ ଗୁଡ଼ିକୁ ଧ୍ୱଂସ ବିଧ୍ୱଂସ କରିଦେଇଛୁ। ଏହି ଆକ୍ରମଣ ଲେବାନନର ବେକା ଉପତ୍ୟକାରେ ହୋଇଛି, ଯାହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।