LIVE TV

୨୦୨୭ ଜନଗଣନା ପରେ ରାଜ୍ୟରେ ବଢିବ ତହସିଲ୍‌ ସଂଖ୍ୟା, ପ୍ରଥମ ପର୍ଯ୍ୟାୟରେ ବଡ଼ ତହସିଲକୁ ବିଭାଜିତ କରି ଛୋଟ ତହସିଲ କରାଯିବ

NEWS7
discussion-is-going-on-to-fix-4-hour-time-limit-on-upi

ଭୁବନେଶ୍ବର ୧୯୧୧୨୦୨୭ ଜନଗଣନା ପରେ ରାଜ୍ୟରେ ବଢିବ ତହସିଲ୍ ସଂଖ୍ୟା । ଏନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରଥମ ପର୍ଯ୍ୟାୟରେ ବଡ଼ ତହସିଲକୁ ବିଭାଜିତ କରି ଛୋଟ ତହସିଲରେ ପରିଣତ କରାଯିବ । ପ୍ରଥମ ପର୍ଯ୍ୟାୟରେ ଦୁଇଟି ପଞ୍ଚାୟତ ପାଇଁ ଗୋଟିଏ RI ସର୍କଲ କରାଯିବ । ପରେ ସବୁ ପଞ୍ଚାୟତରେ RI ସର୍କଲ କରାଯିବ । ରାଜସ୍ବ ସେବା ପାଇଁ ହିତାଧିକାରୀଙ୍କ ସଂଖ୍ୟା ବଢୁଛି । ସେଥିପାଇଁ ୪ ନୂଆ ତହସିଲ ସ୍ଥାପନ ହେବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

ସରକାରୀ ସେବାକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆଉ ୪ଟି ତହସିଲ ଗଠନ କରିବା ଲାଗି ମଧ୍ୟ ସରକାର ନିଷ୍ପତ୍ତି ନେଇଥିବା ସୂଚନା ରହିଛି । ତୃଣମୂଳ ସ୍ତରରେ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ସେବା ଯୋଗାଣକୁ ଅଧିକ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟରେ ଆଉ ୪ଟି ନୂତନ ତହସିଲ ଗଠନ କରାଯିବ । ଏହି ନୂତନ ତହସିଲଗୁଡ଼ିକୁ ମିଶାଇଲେ ରାଜ୍ୟରେ ମୋଟ୍ ତହସିଲ ସଂଖ୍ୟା ୩୧୭ରୁ ବୃଦ୍ଧି ପାଇ ୩୨୧ରେ ପହଞ୍ଚିବ ।

ଭୁବନେଶ୍ବର ତହସିଲକୁ ଭାଙ୍ଗି ଦୁଇଟି ଅତିରିକ୍ତ ତହସିଲ ଗଠନ କରାଯିବ । ସେହିପରି କଟକ ଓ ସମ୍ବଲପୁର ତହସିଲକୁ ଭାଙ୍ଗି ଗୋଟିଏ ଲେଖାଏଁ ଅତିରିକ୍ତ ତହସିଲ ଗଠନ କରାଯିବ । ଏନେଇ ମଙ୍ଗଳବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତିନୋଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଜାରି କରି କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏଥିସହିତ ୭ ଦିନ ମଧ୍ୟରେ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ସମ୍ପୃକ୍ତ ରାଜସ୍ୱ ବିଭାଗୀୟ କମିଶନର (RDCs)ମାନଙ୍କୁ କୁହାଯାଇଛି ।