ହିନ୍ଦୀ ଓ ମାଲାୟାଲମ ସିନେମା ନିର୍ଦ୍ଦେଶକ ସଂଗୀତ ଶିବନଙ୍କ ପରଲୋକ

Published By : Prameya-News7 Bureau | May 08, 2024 IST

indiatoday

ମୁମ୍ବାଇ: ହିନ୍ଦୀ ଓ ମାଲାୟାଲମ ସିନେମା ନିର୍ଦ୍ଦେଶକ ସଂଗୀତ ଶିବନଙ୍କର ପରଲୋକ ହୋଇଛି। ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ୬୧ ବର୍ଷ ବୟସରେ ଆଖି ବୁଜିଛନ୍ତି ସଂଗୀତ ଶିବନ। ମାଲାୟାଲମ ଫିଲ୍ମରେ ସେ ମୋହନଲାଲ୍‌ଙ୍କ ସହ କାମ କରିଥିବା ବେଳେ ଜୋର୍‌, କ୍ୟା କୁଲ୍ ହେ ହମ୍ ଏବଂ ୟାମ୍‌ଲା ପାଗଲା ଦିୱାନା ଭଳି ହିନ୍ଦୀ ସିନେମାରେ ଶିବନ ନିର୍ଦ୍ଦେଶନା ଦେଇଛନ୍ତି। 

ଶିବନଙ୍କ ସହ କାମ କରିଥିବା ବଲିଉଡ୍ ଅଭିନେତା ରିତେଶ ଦେଶମୁଖ ସୋସିଆଲ୍ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଶିବନ ସାର୍‌ଙ୍କ ଦେହାନ୍ତ ଖବର ପାଇ ମୁଁ ଗଭୀର ମର୍ମାହତ। ଜଣେ ନବାଗତ ଭାବରେ ଆପଣ ଚାହୁଁଥିଲେ କେହି ଜଣେ ଆପଣଙ୍କ ଉପରେ ବିଶ୍ୱାସ କରନ୍ତୁ ଓ ସୁଯୋଗ ଦିଅନ୍ତୁ। କ୍ୟା କୁଲ୍ ହୈ ହମ୍ ଏବଂ ଆପ୍ନା ସପ୍ନା ମନି ମନି ପାଇଁ ତାଙ୍କୁ ଧନ୍ୟବାଦ ଦେଲେ ବି କମ୍ ହେବ। ସେ ଜଣେ ମିଷ୍ଟଭାଷୀ, ଭଦ୍ର ଓ ସୁନ୍ଦର ମଣିଷ ଥିଲେ। ମୁଁ ଆଜି ଭାଙ୍ଗିପଡ଼ିଛି। ତାଙ୍କ ପରିବାର ପ୍ରତୀ ମୋର ଗଭୀର ଶ୍ରଦ୍ଧାଞ୍ଜଳୀ, ଦାଦା ଆପଣ ସବୁଦିନ ମନେ ରହିବେ। 

ପଢ଼ନ୍ତୁ- ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

ସଂଗୀତ ଶିବନ କ୍ରାଇମ ଫିଲ୍ମ ବ୍ୟୁହମକୁ ସେ ଲେଖିବା ସହିତ ଏହାର ନିର୍ଦ୍ଦେଶନା ବି ଦେଇଥିଲେ। ଫିଲ୍ମରେ ରଘୁବରନ ଓ ସୁକୁରମାରନ ଅଭିନୟ କରିଥିଲେ। ୧୯୯୦ ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ଶିବନ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥଲେ। ଏଥିସହିତ ସେ ତିନୋଟି ବ୍ଲକବଷ୍ଟର ମାଲାୟଲମ ଫିଲ୍ମ-  ମୋହନଲାଲ୍, ଯୋଦ୍ଧା, ଗନ୍ଧଭରମ, ଏବଂ ନିର୍ଣ୍ଣୟମ ନିର୍ଦ୍ଦେଶନା ଦେଇଥିଲେ। ଏଥିସହିତ ସେ ଚୁରାଲିଆ ହେ ତୁମ୍ନେ, କ୍ୟା କୁଲ ହେ ହମ, ଅପ୍ନା ସପ୍ନା ମନି ମନି ଆଦି ହିନ୍ଦୀ ସେନେମାର ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ୟାମ୍‌ଲା ପାଗ୍‌ଲା ଦିୱାନୀ-୨ରେ ମଧ୍ୟ ସେ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.