ନୂଆଦିଲ୍ଲୀ: ଖରାପ ସୁନପାମ୍ପୁଡ଼ି କେତେ ଭୟଙ୍କର ହୋଇପାରେ ଏହା ଜାଣିଲେ ଆପଣ ବି ଆଗକୁ ସତର୍କ ହେବେ। ଏହି ମାମଲାରେ ପତଞ୍ଜଳି ଫୁଡ୍ ମ୍ୟାନେଜରଙ୍କୁ ୬ ମାସ ଜେଲ୍ ଯିବାକୁ ପଡ଼ିଛି। ଫାଇନ୍ ମଧ୍ୟ ହୋଇଛି। ଏକ ବେଚ୍ ସୁନପାମ୍ପୁଡ଼ି ସ୍ୱାସ୍ଥ୍ୟକର ନ ଲାଗିବା କାରଣରୁ ମାମଲାରେ ୩ ଜଣଙ୍କୁ ଜେଲ୍ ସଜା ଶୁଣାଇଛନ୍ତି ପିଥୋରଗଡ଼ ଚିଫ୍ ଜୁଡ଼ିଆସିଆଲ ମାଜିଷ୍ଟ୍ରେଟ୍।
ପତଞ୍ଜଳି ନବରତ୍ନ ଇଲାଇଚି ସୋନ ପାମ୍ପୁଡ଼ିକୁ ନେଇ ୨୦୧୯ରେ ଏହି ମାମଲା ହୋଇଥିଲା। ପିଥୋରଗଡ଼ର ବେରିନାଗର ମୁଖ୍ୟ ବଜାରରେ ଲିଳା ଧାର ପାଠକ ଷ୍ଟୋରରେ ଏହି ସୁନ ପାମ୍ପୁଡ଼ି ଜବତ କରାଯାଇଥିଲା। ଅକ୍ଟୋବର ୧୭ ତାରିଖରେ ଫୁଡ୍ ସେଫଟି ଇନସପେକ୍ଟର ଦୋକାନରେ ଚଢ଼ାଉ କରି ଜବତ କରିଥିଲେ। ଏହାପରେ ନିୟମ ଅନୁସାରେ, ଟେଷ୍ଟ ପାଇଁ ସାମ୍ପଲ ନେବା ପରେ କାହ୍ନା ଜୀ ଡିଷ୍ଟ୍ରିବ୍ୟୁଟର, ରାମନଗର ଏବଂ ହରିଦ୍ୱାରା ପତ୍ତଞ୍ଜଳି ଆୟୁର୍ବେଦକୁ ନୋଟିସ୍ କରିଥିଲେ।
ମେ ୨୦୨୦ ମସିହା ଉଦାମ ସିଂ ନାଗର ରୁଦ୍ରପୁରର ରାଜ୍ୟ ଖାଦ୍ୟ ଏବଂ ଔଷଧ ପରୀକ୍ଷା ଲାବୋରେଟୋରୀରେ ଏହାର ଫୋରେନସିକ୍ ପରୀକ୍ଷା କରାଯାଇଥିଲା। ବର୍ଷ ଶେଷ ଡିସେମ୍ବର ମାସରେ ଖାଦ୍ୟ ସୁରକ୍ଷା ବିଭାଗ ପାଖକୁ ଯେଉଁ ରିପୋର୍ଟ ଆସିଥିଲା। ଏଥିରେ ଲୀଳା ଧର ପାଠକ, ବ୍ୟବସାୟୀ ଅଜୟ ଯୋଶୀ, ବିତରକ ତଥା ପତଞ୍ଜଳି ସହକାରୀ ପରିଚାଳକ ଅଭିଷେକ କୁମାର ଦୋଷୀ ବୋଲି ଜଣାପଡ଼ିଥିଲା।
ଖାଦ୍ୟର ଖରାପ ମାନ ଯୋଗୁ ଏହି ମାମଲାରେ ଏକାଧିକ ଶୁଣାଣିରେ ଲୀଳା ଧର ପାଠକ, ବ୍ୟବସାୟୀ ଅଜୟ ଯୋଶୀ, ଅଭିଷେକ କୁମାରଙ୍କୁ ୬ ମାସ ଜେଲ୍ ଦଣ୍ଡ ଦିଆଯିବା ସହ ପାଠକଙ୍କୁ ୫ ହଜାର, ଅଜୟଙ୍କୁ ୧୦ ଓ ଅଭିଷେକଙ୍କୁ ୨୫ ହଜାର ଫାଇନ୍ ହୋଇଛି।