ସଞ୍ଜୟ ରାଉତଙ୍କ ଦାବି, ୪ ଜୁନରେ ସରକାରରୁ ଯିବ ବିଜେପି

Published By : Prameya-News7 Bureau | May 19, 2024 IST

ମୁମ୍ବାଇ ୧୯।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସ୍ୱାତୀ ମାଲିୱାଲ ମାମଲାରେ  ତାଙ୍କ ପିଏ ବିଭବ କୁମାରଙ୍କ ଗିରଫକୁ ବିରୋଧ କରି ରବିବାର ବିଜେପି ମୁଖ୍ୟାଳୟ ଯିବାକୁ ଘୋଷଣା କରିଥିଲେ। ହେଲେ ପୋଲିସ ସେମାନଙ୍କୁ ବିଜେପି କାର୍ଯ୍ୟାଳୟ ପୂର୍ବରୁ ହିଁ ରୋକି ଦେଇଛି। ତେବେ କେଜରିୱାଲଙ୍କ ଏହି ମାର୍ଚ୍ଚକୁ ମହାରାଷ୍ଟ୍ରର ଶିବସେନା-ୟୁବିଟି ନେତା ସଞ୍ଜୟ ରାଉତ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ୪ ଜୁନରେ ବିଜେପିର ସରକାର ଯାଉଛି, ତଥାପି ବିପକ୍ଷଙ୍କୁ ନିଜ ତାକତ ଦେଖାଇ ଡରାଉଛି ଓ ଧମକାଉଛି। 

ସଞ୍ଜୟ ରାଉତ ମୁମ୍ବାଇରେ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ମୁଁ ଅରବିନ୍ଦ କେଜରିୱାଲଙ୍କ ମାର୍ଚ୍ଚକୁ ସ୍ୱାଗତ କରୁଛି। ଜୁନ ୪ ତାରିଖରେ ବିଜେପି ସରକାର ବଦଳିବାକୁ ଯାଉଛି। ଏହା ସତ୍ତ୍ୱେ ବିପକ୍ଷକୁ ଏପରି ଡରାଉଛି ଓ ଧମକାଉଛି। ଏହା କେବଳ ଦିଲ୍ଲୀର ମାମଲା ନୁହେଁ ମୁମ୍ବାଇରେ ମଧ୍ୟ ଏହି ଉପାୟରେ ବିରୋଧୀ ଦଳଙ୍କୁ ଡରା ଧମକା ଯାଉଛି। 


ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ସଞ୍ଜୟ ରାଉତ ବାରଣାସୀ ଲୋକସଭା ଆସନରେ ନରେନ୍ଦ୍ର ମୋଦିଙ୍କ ପ୍ରାର୍ଥୀପତ୍ର ଦାଖଲକୁ ନେଇ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ମୋଦିଙ୍କର ଏହା ଶେଷ ପ୍ରାର୍ଥୀପତ୍ର ଦାଖଲ। ଯେତେବେଳେ କୌଣସି ବଡ଼ ନେତା ବିଦାୟ ନିଅନ୍ତି ସେତେବେଳେ ଏହିପ୍ରକାରେ ବହୁ ସଂଖ୍ୟାରେ ଲୋକେ ଯୋଗ ଦେଇଥାନ୍ତି। ସେ କହିଥିଲେ ଯେ ମୁଁ ଲଗାତାର ଏହି କଥା ଉପରେ ଜୋର ଦେଉଛି ଏହା ମୋଦିଙ୍କ ଶେଷ ନିର୍ବାଚନ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.