ନୂଆଦିଲ୍ଲୀ ୧୯।୫: ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନରେ ସୋସିଆଲ ମିଡିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନରେ ସବୁ ପାର୍ଟି ସୋସିଆଲ ମିଡିଆ ସାହାରା ନେଇଛନ୍ତି। ଏଥିରେ କଂଗ୍ରେସ ଫେସବୁକ୍, ୟୁଟ୍ୟୁବରୁ ଆରମ୍ଭ କରି ଇଂଷ୍ଟାଗ୍ରାମ ପର୍ଯ୍ୟନ୍ତ ପ୍ରଚାରର ତଥ୍ୟ ଜାରି କରିଛି। ଏହି ତଥ୍ୟାରେ ବିଜେପି ଓ କଂଗ୍ରେସର ପ୍ରଚାରକୁ ତୁଳନା କରାଯାଇଛି। ୧୯ ମେ ମଧ୍ୟାହ୍ନ ୧୨ଟା ସୁଦ୍ଧା ଲାଟେଷ୍ଟ ଡାଟା ଦିଆଯାଇଛି। ଯେଉଁଥିରେ କିଏ ପ୍ରଚାରରେ କେତେ ଆଗରେ ରହିଛି ତାହା ସ୍ପଷ୍ଟ ବୁଝାପଡିଯାଉଛି।
ଉଲ୍ଲେଖଯୋଗ୍ୟ ଯେ ଏହି ଡାଟାରେ ଫେସବୁକ୍, ୟୁଟ୍ୟୁବ ଓ ଇଂଷ୍ଟା ତଥ୍ୟ ସେୟାର କରାଯାଇଛି। ଏହି ତଥ୍ୟ ଶେଷ ୨୦ ରିଲସ୍ ଓ ପୋଷ୍ଟସ ଆଧାରରେ ଦିଆଯାଇଛି। ଏଥିରେ ଭିଡିଓ, ସଟସ୍, ରିଲସ, ଭ୍ୟୁଜ, ଲାଇକ୍, ପୋଷ୍ଟ, ରିପୋଷ୍ଟର ନମ୍ବର ରହିଛି। ତେବେ ୟୁ ଟ୍ୟୁବ୍ ଲାଇକସ୍ କୁ ହାଇଡ କରିଦେଇଛି। ଏଥିରେ ଆସନ୍ତୁ ଜାଣିବା ଫେସ୍ ବୁକ୍ ପ୍ରଚାରରେ କିଏ ଅଛି କେତେ ଆଗରେ? ଏଥିରେ କଂଗ୍ରେସକୁ ପଛେଇ ଦେଇଛି ବିଜେପି। ଏଥିରେ କଂଗ୍ରେସକୁ ୬,୮୫,୧୪୩ ଭ୍ୟୁ ମିଳିଥିବା ବେଳେ ବିଜେପିକୁ ୮,୨୩ ହଜାର ୭୧୬ ରହିଛି।
ଫେସବୁକ୍ରେ କଂଗ୍ରେସ ମୋଟ ୨୦ଟି ଭିଡିଓ ଅପଲୋଡ କରିଥିବା ବେଳେ ଟୋଟାଲ ଭ୍ୟୁଜ୍ ରହିଛି ୩,୫୭,୦୭୪। ଏହି ସବୁ ଭିଡିଓକୁ ୬୫,୯୭୬ଟି ଲାଇକ୍ ମିଳିଥିବା ବେଳେ ରିଲସ୍ ଭ୍ୟୁ ୨,୨୯,୨୦୦, ଲାଇକ୍ ୨୦,୨୯୭,ପୋଷ୍ଟ ଲାଇକ୍ ୧୨,୫୯୬ ଏହିପରି ମୋଟ ୬,୮୫,୧୪୩ ଭ୍ୟୁ ହୋଇଛି। ସେହିପରି ବିଜେପିର ୨୦ଟି ଭିଡିଓର ଟୋଟାଲ ଭ୍ୟୁ ୧,୭୬,୪୦୦ ଥିବା ବେଳେ ୩୭,୭୦୬ଟି ଲାଇକ୍ ମିଳିଛି। ରିଲସ୍ ଭ୍ୟୁ ୫,୪୪,୨୦୦ ଥିବା ବେଳେ ୪୦,୩୬୭ଟି ଲାଇକ୍ ମିଳିଛି। ୨୫,୦୪୩ ପୋଷ୍ଟ ଲାଇକ୍ ମିଳିଥିବା ବେଳେ ମୋଟ ୮,୨୩,୭୧୬ ଭ୍ୟୁ ହୋଇଛି।
ୟୁଟ୍ୟୁବ୍ ରେ କଂଗ୍ରେସକୁ ୧୨,୫୨,୫୦୦ ଭ୍ୟୁଜ୍ ମିଳିଥିବା ବେଳେ ସର୍ଟସ ଭ୍ୟୁ୧୫,୪୩,୪୦୦ ଏହିପରି ମୋଟ ୨୭,୯୫, ୯୦୦ ଭ୍ୟୁ ମିଳିଥିବା ବେଳେ ବିଜେପିର ଭିଡିଓ ଭ୍ୟୁଜ୍ ୭,୭୮୦ ଥିବା ବେଳେ ସର୍ଟସ୍ ଭ୍ୟୁ ୨,୮୨,୯୦୦ ଏହି ପରି ମୋଟ ଭ୍ୟୁ୨,୯୦,୬୮୦ ରହିଛି। ଟ୍ୱିଟରରେ କଂଗ୍ରେସର ଭିଡିଓ ଭ୍ୟୁ ୭,୨୦,୬୦୦ ଲାଇକ୍ ୬୫,୫୦୪, ରିପୋଷ୍ଟ ୨୦,୯୫୦, ପୋଷ୍ଟ ଭ୍ୟୁଜ୍ ୧୧,୪୯,୯୦୦, ଲାଇକ ୪୧,୪୬୮, ରିପୋଷ୍ଟ ୧୧,୬୩୯ ଏହି ପରି ମୋଟ ୨୦,୦୯,୦୬୧ ଭ୍ୟୁଜ୍ ରହିଛି।
ସେହିପରି ଟ୍ୱିଟରରେ ବିଜେପିର ଭିଡିଓ ଭ୍ୟୁ ୩,୪୧,୯୦୦ ଥିବା ବେଳେ ୧୮,୬୧୮ଟି ଲାଇକ୍ ମିଳିଛି। ୬,୬୨୮ଟି ରିପୋଷ୍ଟ ହୋଇଥିବା ବେଳେ ପୋଷ୍ଟ ଭ୍ୟୁଜ୍ ୧,୮୪,୯୦୦ ରହିଛି। ୬,୩୬୨ଟି ଲାଇକ ମିଳିଥିବା ବେଳେ ୬,୭୪୧ଟି ରିପୋଷ୍ଟ ହୋଇଛି। ଏହିପରି ଟୋଟାଲ ପୋଷ୍ଟିଂକୁ ମୋଟ ୫,୬୫,୧୩୯ ଜଣ ଦେଖିଛନ୍ତି। ଇଂଷ୍ଟାଗ୍ରାମରେ କଂଗ୍ରେସର ରିଲସ୍ ଭ୍ୟୁ ୮୯,୯୦,୧୦୦ ମିଳିଥିବା ବେଳେ ଲାଇକ୍ ମିଳିଛି ୮,୪୨,୦୦୨। ପୋଷ୍ଟକୁ ଲାଇକ୍ ମିଳିଛି ୨୮,୭୫,୬୫୭। ସେହିପରି ବିଜେପିକୁ ଇଂଷ୍ଟାରେ ରିଲସ୍ ଭ୍ୟୁ ମିଳିଛି ୫୮,୨୯,୮୦୦, ଲାଇକ ମିଳିଛି ୫,୯୧,୯୮୨ ଓ ପୋଷ୍ଟ ଲାଇକ୍ ମିଳିଛି ୧୨,୪୭,୩୦୦।