କ'ଣ ଧୋନୀଙ୍କ ପାଦ ଛୁଇଁଲେ 'ବେବି ମାଲିଙ୍ଗା'? ଭିଡିଓ ଭାଇରାଲ୍...

Published By : Prameya-News7 Bureau | March 28, 2024 IST

ମୁମ୍ୱାଇ ୨୮/୦୩: ଚାଲିଛି ଫଟାପଟ୍ କ୍ରିକେଟ । ପ୍ରତିଟି ମ୍ୟାଚ୍ ଜବରଦସ୍ତ । ପ୍ରତି ଦିନ ନୂଆ ନୂଆ ରେକର୍ଡ । ସୋସିଆଲ ମିଡିଆରେ ବି ହଲଚଲ । ଉତ୍ସାହୀତ ଫ୍ୟାନ୍ସ, ମୈଦନରେ ଜମୁଛି ରନ୍ ବର୍ଷା । ତେବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଧୋନୀ ଓ ବେବି ମାଲିଙ୍ଗାଙ୍କ ଭିଡିଓ । 


ଶ୍ରୀଲଙ୍କାର ବୋଲର ମଥିଶା ପଥିରାନା । ଚେନ୍ନାଇ ସୁପରକିଙ୍ଗ୍ସର ଷ୍ଟାର ବୋଲର । ପୂର୍ବ ମ୍ୟାଚ୍‌ରେ   ଆଘାତ କାରଣରୁ ଖେଳିପାରିନଥିଲେ ପଥିରାନା । ହେଲେ ଗୁଜୁରାଟ ବିପକ୍ଷ ମ୍ୟାଚ୍‌ରେ ମଥିଶା ସାମିଲ ହୋଇଥିଲେ ଟିମ୍‌ରେ । ତେବେ ଏହି ମ୍ୟାଚ୍‌ର ଭିଡିଓ ଏବେ ବେଶ୍ ହଟ୍‌ ଟପିକ୍ ପାଲଟିଛି । କହିବାକୁ ଗଲେ ଭିଡିଓରେ ପଥିରାନା ଧୋନୀଙ୍କ ପାଦ ଛୁଇଁ ଆଶିର୍ବାଦ ନେଉଥିବା ଦେଖିବାକୁ ମିଳିଛି । ତେବେ ପ୍ରକୃତରେ ଏହି ଘଟଣା କଣ ଜଣାନାହିଁ । କିନ୍ତୁ ଲୋକେ କହୁଛନ୍ତି ସେ କୁଆଡେ ଧୋନୀଙ୍କ ଆଶୀର୍ବାଦ ନେଉଛନ୍ତି । 




ସୂଚନା ଥାଉକି, ପଥିରାନା ନିଜ ବୋଲିଂ ରନ୍‌ ଅପ୍ ସେଟ୍ କରିବାକୁ ହ୍ୱାଇଟ୍ ମାର୍କର ହଟାଉଥିଲେ । ଯାହା କ୍ୟାମେରାରେ ହୋଇଥିଲା କଏଦ । ପରେ ସେ ଏହାକୁ ହଟାଇ ଫୋପାଡିଦେଇଥିଲେ । ତେବେ ଏହି ସେହି ସମୟରେ ସେଠାରେ ଉପସ୍ଥିତ ଥିଲେ ଥାଲ୍ଲା । ଆଉ ଏହି ସମୟରେ କ୍ୟାମେରା ମୁଭ କରିଥିଲା । ଯାହାକୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା । 


କୁହାଗଲା କି ପଥିରାନା ଛୁଇଁଲେ ମାହୀଙ୍କ ପାଦ । ବହୁତ କନଫ୍ୟୁଜନ ହୋଇଯାଇଥିଲେ ଫ୍ୟାନ୍ସ । କାରଣ ଧୋନୀଙ୍କ ଖାସ୍ କୁହଯାଆନ୍ତି ବେବି ମାଲିଙ୍ଗା । ସେ ଆଇପିଏଲ୍‌ରେ ଧୋନୀଙ୍କୁ ମାନନ୍ତି ଗଡଫାଦର । ୨୦୨୩ରେ ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ବିରୋଧରେ ଜବରଦସ୍ତ ପ୍ରଦ୍ରଶନ କରିଥିଲେ । 


  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.