ଢେଙ୍କାନାଳ ୨୯।୪: ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୩ ଲକ୍ଷ ଟଙ୍କା ସହିତ ତାଙ୍କୁ କାବୁ କଲା ଭିଜିଲାନ୍ସ । ଢେଙ୍କାନାଳ ମହାବୀର ବଜାର ସ୍ଥିତ ତାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି ।
ସେହିଭଳି ଜଗତପୁର ସ୍ଥିତ ଘର, ଚୌଦ୍ବାର ସ୍ଥିତ ପୈତୃକ ଘର, ଖୋର୍ଦ୍ଧା, ମହାବୀର ବଜାର ସ୍ଥିତ ସରକାରୀ ବାସଭବନ, ମହିଷାପାଟ ସ୍ଥିତ ଏକ୍ସାଇଜ ଅଫିରେ ମଧ୍ୟ ଚଢାଉ ଜାରି ରହିଛି । ୬ଟି ସ୍ଥାନରେ ୬ଟି ଟିମ୍ ଏକକାଳୀନ ଚଢ଼ାଉ ଜାରି ରଖିଛି ।
You Can Read:
ପୁଅ ବ୍ରତଘର ପାଇଁ କିଣିଥିଲେ ୨୦ଲକ୍ଷ ଟଙ୍କାର ସୁନା ଗହଣା, ନେଇଯାଇଥିଲେ ଅଟୋ ଚାଳକ