ବୌଦ୍ଧ ସହର ବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଛୁରୀ ଭୁସି ହତ୍ୟା

Published By : Prameya-News7 Bureau | April 27, 2025 IST

ବୌଦ୍ଧ: ରାସ୍ତା ମଝିରେ ଯୁବ ବ୍ୟବସାୟୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ। ଛାତିରେ ଛୁରୀ ଭୂଷି ହତ୍ୟା କରି ଘଟଣାସ୍ଥଳରୁ ଦୁର୍ବୁତ୍ତ ମାନେ ଫେରାର ମାରିଥିବା ଜଣାପଡିଛି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ସେପଟେ ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। 

ସୂଚନା ଅନୁଯାୟୀ, ବୌଦ୍ଧ ସହର ଯୁବ ବ୍ୟବସାୟୀ କେ. ମୁନା ପାତ୍ର ସହର ଉପକଣ୍ଠ ଜଗଦୀଶପୁର ଛକ ନିକଟରେ ଥିବା ନିଜ ଗୋଦାମ ଘରକୁ ବ୍ୟବସାୟ ସାମଗ୍ରୀ ରଖିବାକୁ ଯାଇଥିଲେ। ତେବେ ସେଠାରେ କିଛି ଯୁବକଙ୍କ ସହ ବଚସା ହୋଇଥିବା କୁହାଯାଉଛି।  ଛକ ରାସ୍ତା ଉପରେ ହଠାତ୍ ବ୍ୟବସାୟୀଙ୍କୁ ଅତର୍କିତ ଭାବେ ଛାତିରେ ଛୁରୀ ଭୁସିଥିଲେ ଦୁର୍ବୁତ୍ତ ମାନେ। ଏହା ପରେ ସ୍କୁଟିରେ ଫେରାର ମାରିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଥିବା ଜଣାପଡିଛି। 

Also read: ଦୋକାନ ମାଲିକଙ୍କୁ ଠେଙ୍ଗାରେ ପିଟିଲେ, ଛଡ଼ାଇନେଲେ ସୁନା ଭର୍ତ୍ତି ବ୍ୟାଗ୍

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ଏବଂ ଉତ୍ୟକ୍ତ ଲୋକଙ୍କ ଦ୍ୱାରା ବାଇପାସ୍ ରାସ୍ତାକୁ ଅବରୋଧ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକି ରହିଛି। ତେବେ ବ୍ୟବସାୟୀଙ୍କୁ ଠାରୁ ଟଙ୍କା ଲୁଟ କରିବା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣା ସ୍ଥଳରେ  ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଥିବା ବେଳେ ସହରରେ ପେଟ୍ରୋଲିଙ୍ଗ ବ୍ୟବସ୍ଥା ଢିଲାକୁ ନେଇ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଉକ୍ତ ବାଇପାସ୍ ରାସ୍ତା ଅବରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.