ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିଥିବା ବେଳେ ଅନ୍ୟପଟେ ଦେଶରେ ରାଜନୀତି ଜୋର ଧରିଛି। ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଡକାଯାଇଥିବା ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ କଂଗ୍ରେସ ଶାଣିତ ସ୍ଵରରେ ଟାର୍ଗେଟ୍ କରିଛି। ମଙ୍ଗଳବାର କଂଗ୍ରେସ ପିଏମ ମୋଦୀଙ୍କ ନାଁ ନ ନେଇ ତାଙ୍କର ମୁଣ୍ଡ ନ ଥିବା, ହାତ ଓ ଗୋଡ଼ ନ ଥିବା ଏକ ଫଟୋ ଏକ୍ସରେ ପୋଷ୍ଟ କରିଛି। ଆଉ ସେଥିରେ ଲେଖା ହୋଇଛି ଗାଏବ। କ୍ୟାପସନ ଦିଆଯାଇଛି 'ଦାୟିତ୍ଵ ସମୟରେ ଗାଏବ'।
ପହଲଗାମ ଆତଙ୍କୀ ହମଲାକୁ ନେଇ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡକାଇଥିଲେ। ଏଥିରେ ସରକାରଙ୍କ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅମିତ ଶାହ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେଇଥିଲେ। କଂଗ୍ରେସର ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ରାଜ୍ୟସଭାରେ କଂଗ୍ରେସର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ଅନେକ ବିରୋଧୀ ଦଳର ନେତା ଯୋଗ ଦେଇଥିଲେ।
Congress flaunts a headless kurta to echo the extremist 'Sar Tan Se Juda' slogan, exposing its continuous slide into Muslim League 2.0 — divisive, desperate, and directionless.
— BJP (@BJP4India) April 29, 2025
Now that PM Shri @narendramodi has spoken the only language Pakistan understands, Islamabad’s official… https://t.co/hU5bhiPaf8
ହେଲେ ଏତେ ବଡ଼ ଘଟଣାକୁ ନେଇ ହୋଇଥିବା ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ନ ଦେବା ନେଇ ରାଜନୀତି ଜୋର ଧରିଛି। ଏହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଦଳ ନିଜର ଏକ୍ସ ହ୍ୟାଣ୍ଡେଲରେ ମୋଦୀଙ୍କ ନାଁ ନ ନେଇ ତାଙ୍କର ମୁଣ୍ଡ ନ ଥିବା, ହାତ ଓ ଗୋଡ଼ ନ ଥିନା ଏକ ଫଟୋ ଏକ୍ସରେ ପୋଷ୍ଟ କରିଛି। ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଛି ବିଜେପି। ଦଳ କହିଛି ପାକିସ୍ତାନ ଓ ଏହାର ସାଥୀ କଂଗ୍ରେସକୁ ଯେତେ ଧମକ ଦେବାର ଅଛି ଦିଅନ୍ତୁ। ଏହା ନୂଆ ଭାରତ ନା ମୁଣ୍ଡ ନୂଆଁଇବ ନା ଭାଙ୍ଗିବ। ଆତଙ୍କର ଜବାବ ବିରିୟାନୀରେ ନୁହେଁ, ଗୁଳିରେ ଦିଆଯିବ। ଏହା ନିର୍ଣ୍ଣାୟକ ନେତୃତ୍ଵର ଯୁଗ।
ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟ୍ଟିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଲସ୍କର ଏ ପାକିସ୍ତାନ କଂଗ୍ରେସ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ସେ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ଵ, ସେନାର ଶକ୍ତି, ଭାରତୀୟଙ୍କ ଆଶୀର୍ବାଦ ଆଜି ଗୋଟିଏ ଲକ୍ଷ୍ୟରେ କାମ କରୁଛନ୍ତି। କହିବାକୁ ଗଲେ କଂଗ୍ରେସ ଏକ ରାଜନୈତିକ ଦଳ, ଯିଏ ଆମ ଗହଣରେ ରୁହନ୍ତି, କିନ୍ତୁ ତାକୁ ଲସ୍କର ଏ ପାକିସ୍ତାନ କଂଗ୍ରେସ କହିବା ଭୁଲ୍ ହେବ ନାହିଁ।
LIVE: BJP National Spokesperson Shri @gauravbhatiabjp addresses press conference at BJP HQ, Delhi. https://t.co/SOWLGAgkNM
— BJP (@BJP4India) April 29, 2025
ଗୌରବ ଭାଟ୍ଟିଆ କହିଛନ୍ତି, ଦେଶରେ ପ୍ରଧାନମନ୍ତ୍ରୀ ଯେଉଁ ଚଟ୍ଟାଣ ହୋଇ ରହିଛନ୍ତି, ତାଙ୍କୁ ଭାଙ୍ଗିବାକୁ ପ୍ରୟାସ କରାଯାଉଛି। ଯେଉଁଠି ରାହୁଲ ଗାନ୍ଧୀଙ୍କ ବିନା ସହମତିରେ ପତ୍ର ହଲେନି, ସେଠି ରାହୁଲ ଗାନ୍ଧୀଙ୍କ କହିବା ଅନୁସାରେ ପୋଷ୍ଟ କରାଯାଉଛି। ଏଥିରେ ଦେଶକୁ ପୀଡ଼ା ହେଉଛି। କଂଗ୍ରେସ ଦଳର ଏମିତି ପ୍ରୟାସ ଗୁରୁତ୍ଵପୂର୍ଣ୍ଣ ସମୟରେ ଭାରତକୁ ଦୁର୍ବଳ କରିବ। ଏମିତି କାମ କରି କଂଗ୍ରେସ ପାକିସ୍ତାନକୁ ଭିନ୍ନ ସଙ୍କେତ ଦେଉଛି। ଆମେ ଏହି ସବୁ ଶକ୍ତିକୁ ମାଟିରେ ମିଶାଇ ଦେବୁ ଯିଏ ଆମ ଦେଶ ଉପରେ ଖରାପ ନଜର ପକାଇବ ବୋଲି ଗୌରବ ଭାଟ୍ଟିଆ କହିଛନ୍ତି।