ବାରିପଦା ୨୭।୦୪ : ବାରିପଦା ସହରର ଲୁଟ । ଶୂନ ଗାଡ଼ିଆ ନିକଟ ପୁରୁଣା ସରାଳି ବ୍ରିଜ ନିକଟରେ ଗହଣା ଦୋକାନ ମାଲିକଙ୍କୁ ଠେଙ୍ଗାରେ ପିଟି ଛଡ଼ାଇନେଲେ ସୁନା ଭର୍ତ୍ତି ବ୍ୟାଗ। ଏଥିରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଥିଲା । ଲୁଟେରାଙ୍କ ମାଡରେ ଜୋକାନୀ ଜଣକ ଗୁରୁତର ହୋଇ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ଖବର ଅନୁଯାୟୀ, ଶନିବାର ରାତି ସାଢେ ୯ଟା ବେଳେ ଉଦଳା ବସ ଷ୍ଟପ ନିକଟରେ ଥିବା ନିଜ ଦୋକାନ ବନ୍ଦ କରିଥିଲେ । ସେ ବାଇକରେ ଅଳଙ୍କାର ଭର୍ତ୍ତି ସୁନାଗହଣା ରଖି ଘରକୁ ଯାଉଥିବା ବେଳେ ଶୂନ ଗାଡ଼ିଆ ନିକଟରେ ୪ ଜଣ ଯୁବକ ୨ଟି ବାଇକରେ ଆସି ତାଙ୍କୁ ଅଟକାଇଥିଲେ । ତାଙ୍କୁ ମାଡ଼ ମାରିବା ସହ ସୁନା ଗହଣା ଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ଏନେଇ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।