ବାଲେଶ୍ୱରରେ NIA ଟିମ୍‌, ମୃତ ପ୍ରଶାନ୍ତଙ୍କ ସ୍ତ୍ରୀ ଏବଂ ପିଲାଙ୍କୁ ଚାଲିଛି ପଚରାଉଚରା

Published By : Prameya-News7 Bureau | April 26, 2025 IST

ବାଲେଶ୍ୱର ୨୬।୦୪ : ପହଲଗାମ୍‌ ଆକ୍ରମଣ ଘଟଣା । ମୃତ ପ୍ରଶାନ୍ତ ଶତପଥୀଙ୍କ ଘରେ ଜାତୀୟ ତଦନ୍ତକାରୀ ସଂସ୍ଥା। ବାଲେଶ୍ୱର ଇସାଣୀ ଗାଁରେ ଥିବା ପ୍ରଶାନ୍ତଙ୍କ ସ୍ତ୍ରୀ ଏବଂ ପିଲାଙ୍କୁ ପଚରାଉଚରା କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ।  

ଗତ ୨୨ ତାରିଖ ଦିନ ଜମ୍ମୁ-କାଶ୍ମୀର ପର୍ଯ୍ୟଟନ ସ୍ଥଳୀ ପହଲଗାମ୍‌ରେ ଆତଙ୍କାବାଦୀମାନେ ଆକ୍ରମଣ କରିଥିଲେ । ଯେଉଁଥିରେ  ପ୍ରଥମେ ୨୬ ଜଣ ପ୍ରାଣ ହରାଇଥିଲେ । ହେଲେ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆତଙ୍କୀ ଆକ୍ରମଣରେ ମୋଟ ୨୮ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୨ ଜଣ ବିଦେଶୀ ପର୍ଯ୍ୟଟକ ମଧ୍ୟ ଥିଲେ। ଏତେ ବଡ଼ଧରଣର ଆତଙ୍କୀ ଆକ୍ରମଣ ପରେ ପୁରା ଆଲର୍ଟରେ ଆସିଥିଲେ ସରକାର ଏବଂ ସେନା । ଏପିରିକି କେଉଁ ଭଳି ସ୍ଥିତିରେ ଆକ୍ରମଣ ହେଲା, ତାହାର ତଦନ୍ତ ଭାର ଜାତୀୟ ତଦନ୍ତକାରୀ ସଂସ୍ଥା ବା NIAକୁ ଦିଆଯାଇଥିଲା । ଏହିକ୍ରମରେ ଜାତୀୟ ତଦନ୍ତକାରୀ ସଂସ୍ଥାର ତିନି ଜଣିଆ ଟିମ୍‌ ବାଲେଶ୍ୱର ସ୍ଥିତ ଇସାଣୀ ଗାଁରେ ଆସି ପହଞ୍ଚିଛି । କାହିଁକି ନା ପହଲଗାମ ଆକ୍ରମଣ ଘଟଣାରେ ଜଣେ ଓଡ଼ିଆଙ୍କ ମୃତ୍ୟୁ ହୋଇଥିଲା । ତେଣୁ ତଦନ୍ତ ଅଧିକ ତଥ୍ୟ ହାସଲ ପାଇଁ ମୃତ ପ୍ରଶାନ୍ତ ଶତପଥୀଙ୍କ ସ୍ତ୍ରୀ ଏବଂ ପିଲାଙ୍କୁ ପଚରାଉଚରା କରୁଛି ।

  • prameyanews7
  • Pahalgam Terror Attack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.