ମୁମ୍ୱାଇ,୧୩।୧୧: ପୁଣି ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ କମବ୍ୟାକ କଲେ ପ୍ରିୟଙ୍କା ଚୋପ୍ରା । ସାଉଥ ନିର୍ଦ୍ଦେଶକ ଏସଏସ ରାଜାମୌଲି ଓ ମହେଶ ବାବୁଙ୍କ ଫିଲ୍ମ 'ଏସଏସଏମବି୨୯'ରେ ନଜର ଆସିବେ । ଗତକାଲି ଅର୍ଥାତ ନଭେମ୍ୱର ୧୨ରେ ଅନଟାଇଟଲ୍ଡ ଫିଲ୍ମ Globe troterରୁ ତାଙ୍କ ଫାଷ୍ଟ ଲୁକ ରିଲିଜ ହୋଇଛି । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ରାଜାମୌଲି ।

ଫଟୋରେ ପ୍ରିୟଙ୍କା ହଳଦୀଆ ଶାଢୀ ସହ ଦେଶୀ ଲୁକରେ ଆକ୍ସନ କରୁଥିବା ନଜର ଆସିଛନ୍ତି । ଏଥିରେ ତାଙ୍କ ଚରିତ୍ର ମନ୍ଦାକିନୀ ବୋଲି ଦର୍ଶାଯାଇଛି । ସେୟାର ହୋଇଥିବା କ୍ୟାପସନରେ ଲେଖା ହୋଇଛି, ''ଇଏ ସେହି ମହିଳା ଯିଏ ବିଶ୍ୱ ସ୍ତରରେ ଭାରତୀୟ ସିନେମାକୁ ପୁନଃପରିଭାଷିତ କରିଥିଲେ । ପୁଣି ସ୍ୱାଗତ, ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ସେହିପରି ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ପୋଷ୍ଟକୁ ସେୟାର କରି ଲେଖିଛନ୍ତି, ''ସେ ଆଖିରେ ଯାହା ଦେଖାଯାଏ ତା'ଠାରୁ ଅଧିକ... ମନ୍ଦାକିନୀକୁ ହେଲୋ କୁହନ୍ତୁ । ତେବେ ପ୍ରିୟଙ୍କା ଏହି ଲୁକକୁ ସମସ୍ତେ ପସନ୍ଦ କରିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ସହ ପ୍ରିୟଙ୍କା ଚୋପ୍ରା ଇଜ ବ୍ୟାକ ବୋଲି ଟ୍ରେଣ୍ଡ କରୁଛି ।

କହିବାକୁ ଗଲେ ନଭେମ୍ୱର ୭ରେ ନିର୍ଦ୍ଦେଶକ ଏସ୍ ଏସ୍ ରାଜମୌଲି ତାଙ୍କର ବହୁ ପ୍ରତୀକ୍ଷିତ ଗ୍ଲୋବାଲ୍ ଆକ୍ସନ୍ ଆଡଭେଞ୍ଚର୍ ଗ୍ଲୋବ୍ ଟ୍ରୋଟର୍ ରୁ ପୃଥ୍ୱୀରାଜ ସୁକୁମାରନଙ୍କ ପ୍ରଥମ ଲୁକ୍ ରିଲିଜ କରିଥିଲେ । ମାଲାୟଲମ୍ ସୁପରଷ୍ଟାର ମୁଖ୍ୟ ଖଳନାୟକ କୁମ୍ଭାଙ୍କ ଭୂମିକାରେ ଅଭିନୟ କରିବେ । ମହେଶ ବାବୁ, ପ୍ରିୟଙ୍କାଙ୍କ ସମେତ ଏଥିରେ ପୃଥ୍ୱୀରାଜ ବି ନଜର ଆସିବେ । ମହେଶ ବାବୁ ଏବଂ ପ୍ରିୟଙ୍କା ଚୋପ୍ରା ଲିଡ୍ ରୋଲ୍ରେ ଥିବା ବେଳେ ଏହି ଫିଲ୍ମଟି ବର୍ତ୍ତମାନ ଏହାର କ୍ଲାଇମାକ୍ସ ସୁଟିଂ ପର୍ଯ୍ୟାୟରେ ଅଛି ।