ନୂଆଦିଲ୍ଲୀ : ଦିଲ୍ଲୀର ତିମାରପୁରରେ ଲିଭଇନ୍‌ ପାର୍ଟନରର ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ୨୧ ବର୍ଷର ଅମୃତା ନିଜର ପୂର୍ବ ବୟଫ୍ରେଣ୍ଡଙ୍କ ସହ ମିଶି ୩୨ ବର୍ଷିୟ ରାମକେଶ ମୀଣାଙ୍କୁ ହତ୍ୟା କରିଥିଲେ। ଏହି ପୂରା ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବା ପାଇଁ ଏଲପିଜି ସିଲିଣ୍ଡରରେ ବ୍ଲାଷ୍ଟ କରି ରାମକେଶଙ୍କର ମୃତଦେହକୁ ମଧ୍ୟ ଜଳାଇ ଦିଆ ଯାଇଥିଲା, କିନ୍ତୁ କୌଣସି ପ୍ଲାନିଂ କାମରେ ଆସି ନଥିଲା ଏବଂ ଶେଷରେ ପୁଲିସ ହାତରେ ଧରାପଡ଼ି ଥିଲେ ଅମୃତା, ତାଙ୍କର ଏକ୍ସ ବୟଫ୍ରେଣ୍ଡ ଓ ଆଉ ଦୁଇ ଜଣ ବ୍ୟକ୍ତି।

ଏବେସୁଦ୍ଧା କୁହାଯାଉ ଥିଲା ଯେ , ଅମୃତାଙ୍କର କିଛି ଅଶ୍ଳୀଳ ଭିଡ଼ିଓ କରିନେଇ ଥିଲେ ରାମକେଶ ,ଯାହାକୁ ଡିଲିଟ୍‌ କରିବାକୁ ସାହାଯ୍ୟ କରୁଥିଲେ ରାକେଶ। ଏଥିପାଇଁ ଅମୃତା ନିଜର ପୂର୍ବ ବୟଫ୍ରେଣ୍ଡଙ୍କୁ ସାହାଯ୍ୟ ମାଗି ଥିଲେ ଏବଂ ତାଙ୍କର ହତ୍ୟା କରିଦେଇ ଥିଲେ। କିନ୍ତୁ ମାମଲା କେବଳ ଏତିକି କି ନୁହେଁ । ଏବେ ଏହି ମାମଲାରେ ଆହୁରି ଅନେକ ଖୁଲାସା ହୋଇଛି, ଯେଉଁଥିରେ ଏହାର କାହାଣୀ ଓଲଟିବାର ନଜର ଆସୁଛି। କୁହାଯାଉଛି ଯେ,ରାମକେଶ ଅମୃତାଙ୍କର ଅଶ୍ଳୀଳ ଭିଡ଼ିଓ ଲୁଚିଛପି ରେକର୍ଡ କରି ନଥିଲେ, ବରଂ ନିଜେ ଅମୃତାଙ୍କର ସହମତିରେ ତାଙ୍କ ସହ ମିଶି କରିଥିଲେ।

ଟାଇମ୍ସ ଅଫ୍‌ ଇଣ୍ଡିଆର ରିପୋର୍ଟ ମୁତାବିକ , ଉଭୟଙ୍କର ପରିଚୟ ଚଳିତ ବର୍ଷ ମେ ମାସରେ ନୋଏଡାରେ ଏକ ଇଣ୍ଟରଭ୍ୟୁ ବେଳେ ହୋଇଥିଲା। ସେଠାରୁ ଦୁହିଁଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା ଏବଂ ଏହାପରେ ବନ୍ଧୁତା ପ୍ରେମରେ ବଦଳି ଯାଇଥିଲା। ଅଗଷ୍ଟରେ ଦୁହେଁ ଲିଭ୍‌ ଇନ୍‌ରେ ରହିବାକୁ ନିଷ୍ପତ୍ତି ନେଲେ ଏବଂ ଉଭୟ ଏକାଠି ରହିଲେ। ଏହି ସମୟରେ ଉଭୟ ସେମାନଙ୍କର ବ୍ୟକ୍ତିଗତ ସମୟର ଭିଡ଼ିଓ ମଧ୍ୟ କରିଥିଲେ । ଏହି ସମୟରେ ଅମୃତାଙ୍କୁ କେବେ ବି ଏହି କଥାର ଅନ୍ଦାଜା ନଥିଲା ଯେ, ତାଙ୍କର ଏହି ଭିଡ଼ିଓ ପରେ ତାଙ୍କୁ ବ୍ଲାକମେଲ୍‌ କରିବା ପାଇଁ ବ୍ୟବହାର କରାଯାଇ ପାରେ।

ରାମକେଶ ଓ ଅମୃତାଙ୍କ ମଧ୍ୟରେ ସବୁ ଠିକଠାକ୍‌ ଚାଲିଥିଲା, କିନ୍ତୁ ଏହି ସମୟରେ ସେପ୍ଟେମ୍ୱରରେ ଅମୃତାଙ୍କ ଏକ୍ସ ବୟଫ୍ରେଣ୍ଡ ସୁମିଲ କଶ୍ୟପଙ୍କର ଏଣ୍ଟ୍ରି ହୋଇଥିଲା। ସେ ମୁରାଦାବାଦରେ ସିଲିଣ୍ଡର ଡିଷ୍ଟ୍ରିବ୍ୟୁଟରର କାମ କରନ୍ତି। ପୁଲିସ ମୁତାବିକ ସୁମତି ଓ ଅମୃତା ଧିରେ ଧିରେ ପୁଣି ଏକାଠି ହୋଇଥିଲେ। ଅମୃତା ଦୂରେଇ ଯାଉଥିବା ରାମକେଶ ଅନୁଭବ କଲେ। ସୁମିତର ଏଣ୍ଟ୍ରିରେ ଦୁହିଁଙ୍କ ସଂପର୍କ ଖରାପ ହେବାରେ ଲାଗିଲା। ରାମକେଶ କୌଣସି ପ୍ରକାରରେ ଅମୃତାଙ୍କୁ ଫେରେଇ ଆଣିବାକୁ ଚାହୁଁ ଥିଲେ , ଏଥିପାଇଁ ସେ ତାଙ୍କୁ ସେହି ପ୍ରାଇଭେଟ୍‌ କ୍ଲିପ୍‌ ପଠାଇବା ଆରମ୍ଭ କରି ଦେଲେ। ଅମୃତା ରାମକେଶଙ୍କୁ ସେହି ହାର୍ଡଡିସ୍କ ମାଗିବାରୁ ରାମକେଶ ମନା କରିଦେଲେ। ଏହା ସେହି ସମୟ ଥିଲା ଯେବେ ଅମୃତା ନିଜର ଏକ୍ସଙ୍କ ସହ ଛତରପୁରରେ ଏକ ଭଡ଼ା ଘରେ ରହୁଥିଲେ। ରାମକେଶ ଭିଡ଼ିଓ ଡିଲିଟ୍‌ କରିବାକୁ ମନା କରିବାକୁ ଅମୃତାଙ୍କ ଠାରୁ ସାହାଯ୍ୟ ମାଗିଲେ ଏବଂ ଏହାପରେ ପ୍ରସ୍ତୁତ ହେଲା ହାର୍ଡ ଡିସ୍କ ନେବାର ପ୍ଲାନ୍‌।

ରିପୋର୍ଟ ଅନୁସାରେ , ଅଭିଯୁକ୍ତଙ୍କ ପ୍ରାରମ୍ଭିକ ପ୍ଲାନ୍ ରାମକେଶଙ୍କ ଘରୁ ଲୁଟ୍‌ ଥିଲା , ଯାହାକି ସେ ହାର୍ଡଡିସ୍କ ନେଇ ପାରିବେ। ୬ ଅକ୍ଟୋବର ରାତିରେ ସୁମିତ ଓ ସନ୍ଦୀପ ତାଙ୍କ ଘରେ ପଶିଲେ ଏବଂ ହାର୍ଡଡିସ୍କ ଖୋଜିବାକୁ ଲାଗିଲେ। ପୁଲିସ ମୁତାବିତ ଏହାପରେ ଅଭିଯୁକ୍ତମାନେ ରାମକେଶଙ୍କ ତଣ୍ଟି ଚିପି ତାଙ୍କ ଠାରୁ ହାର୍ଡଡିସ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ , କିନ୍ତୁ ଅଧିକ ସମୟ ଧରି ତଣ୍ଟି ଚିପି ଧରିବାକୁ ତାଙ୍କର ମୃତ୍ୟୁ ହୋଇଗଲା। ଯେତେବେଳେ ସେମାନେ ଜାଣିପାରିଲେ ଯେ ରାମକେଶଙ୍କର ମୃତ୍ୟୁ ହୋଇଯାଇଛି ,ତ ସେ ତାଙ୍କ ଶରୀରରେ ଘିଅ , ତେଲ ଓ ମଦ ଢାଳି ସିଲିଣ୍ଡର ଖୋଲି ଦେଲେ ଏବଂ ଲାଇଟରରେ ନିଆଁ ଲଗେଇ ଦେଲେ ।ଏଥିରେ ସିଲିଣ୍ଡର କିଛି ସମୟ ପରେ ବିସ୍ଫୋରଣ ହୋଇଥିଲା ଏବଂ ରାମକେଶଙ୍କ ମୃତଦେହ ସଂପୂର୍ଣ୍ଣ ଜଳି ଯାଇଥିଲା।