କଙ୍ଗନାଙ୍କୁ ନେଇ ସୁପ୍ରିୟା ଶ୍ରୀନେତଙ୍କ ପୋଷ୍ଟ ପଛରେ କିଏ ? ଦିଲ୍ଲୀ ପୋଲିସ କରିବ ତଦନ୍ତ, ରିପୋର୍ଟ ମାଗିଲେ ଉପରାଜ୍ୟପାଳ

Published By : Prameya-News7 Bureau | March 28, 2024 IST

live hindustan

ନୂଆଦିଲ୍ଲୀ: କଙ୍ଗନା ରଣାୱତକୁ ନେଇ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ପଛରେ କିଏ ଜାଣିବା ପାଇଁ ଦିଲ୍ଲୀ ପୋଲିସ ତଦନ୍ତ କରିବ । ଏହି ମାମଲାରେ ଉପଜିଲ୍ଲାପାଳ ଭିକେ ସକ୍ସେନା ଦିଲ୍ଲୀ ପୋଲିସକୁ ତଦନ୍ତ ରିପୋର୍ଟ ଦେବା ପାଇଁ କହିଛନ୍ତି । ଅନ୍ୟ ସୂତ୍ର ଏହା ମଧ୍ୟ କହିଛି ଯେ ଦିଲ୍ଲୀ ପୋଲିସ ଏହି ବିବାଦୀୟ ପୋଷ୍ଟ କରିବା ପାଇଁ କାହାର ମୋବାଇଲ ଫୋନ ବ୍ୟବହାର କରାଯାଇଛି ତାହା ମଧ୍ୟ ତଦନ୍ତ କରିବ ।

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀନେତଙ୍କ ଆକାଉଣ୍ଟରୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ କଙ୍ଗନା ରଣାୱତଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ପୋଷ୍ଟ ହୋଇଥିଲା । କଙ୍ଗନାଙ୍କୁ ବିଜେପି ଆଗାମୀ ଲୋକସଭା ନିର୍ବାଚନ ପାଇଁ ହିମାଚଳ ପ୍ରଦେଶର ମଣ୍ଡିରୁ ନିଜ ପ୍ରାର୍ଥୀ କରିଛି । ସୁପ୍ରିୟା ଶ୍ରୀନେତ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ବିବାଦୀୟ ପୋଷ୍ଟକୁ ହଟାଇ ଦେଇଥିଲେ । ତାଙ୍କ କହିବା ଅନୁସାରେ ପୋଷ୍ଟ ଅନ୍ୟ କେହି ଜଣେ କରିଥିଲେ, ଯାହାଙ୍କ ପାଖରେ ତାଙ୍କ ଆକାଉଣ୍ଟର ଆକ୍ସେସ ଅଛି ।

ପଢନ୍ତୁ: ସୁପ୍ରିୟା ଶ୍ରୀନେତଙ୍କ ପୋଷ୍ଟକୁ ନେଇ ହଙ୍ଗାମା, କଙ୍ଗନାଙ୍କ ଆପତ୍ତି ପରେ ସଫେଇ ରଖିଲେ କଂଗ୍ରେସ ନେତ୍ରୀ

ବିଜେପି ନେତା ବାଂସୁରୀ ସ୍ୱରାଜ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ ନିକଟରେ ଫେରାଦ ହୋଇ ଜଣେ ମହିଳାଙ୍କ ମର୍ଯ୍ୟାଦାକୁ କୁଠାରଘାତ ପହଞ୍ଚାଇଥିବାରୁ ସୁପ୍ରିୟା ଶ୍ରୀନେତଙ୍କ ବିରୋଧରେ ତଦନ୍ତ ଏବଂ ଏଫଆଇଆର ରୁଜୁ କରିବା ପାଇଁ ଦାବି କରିଥିଲେ । ଏଲଜି ଭିକେ ସକ୍ସେନା ଅଭିଯୋଗ ପୋଲିସ କମିଶନରଙ୍କୁ ପଠାଇଥିଲେ । ଏହାସହ ଏହି ମାମଲାର ସାଇଣ୍ଟିଫିକ୍ ତଦନ୍ତ ଏବଂ ଆବଶ୍ୟକ ସ୍ଥଳରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୂତ୍ର ଅନୁସାରେ ପୋଲିସ ଏବେ ଏହି ମାମଲାର ତଦନ୍ତ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.