ଉନ୍ନାଓରେ ଭୟଙ୍କର ସଡ଼କ ଦୁର୍ଘଟଣା, ବସ୍‌-ଟ୍ରକ୍‌ ଧକ୍କାରେ ପାଞ୍ଚ ମୃତ

Published By : Prameya-News7 Bureau | April 28, 2024 IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଯାତ୍ରୀ ବାହୀ ବସ୍‌ ଦ୍ରୁତ ବେଗରେ ଆସୁଥିବା ଟ୍ରକ୍ ସହ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବସ୍‌ରେ ବସିଥିବା ଏକାଧିକ ଯାତ୍ରୀ ଆହତ ହୋଇଥିବାବେଳେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ  ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସ ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବାହାରକୁ ବାହାର କରିଛନ୍ତି ଏବଂ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। 

ସୂଚନା ଅନୁଯାୟୀ, ଏହି ଘଟଣା ଉନ୍ନାଓରର ସଫୀପୁର କୋତଓ୍ବାଲୀର ଜମାଲୁଦ୍ଦୀନ ଗାଁ ନିକଟରେ ଘଟିଛି। କୁହାଯାଉଛି ଧକ୍କା ଏତେ ଜୋରରେ ଥିଲା ଯେ, ଏହାର ପ୍ରଚଣ୍ଡ ଶବ୍ଦ ଦୂରକୁ ଅନେକ ଦୂରଯାଏଁ ଶୁଭିଥିଲା। ଦୁର୍ଘଟଣା ବସ୍‌ଟି ଛିନଛତ୍ର ହୋଇଯାଇଛି। ଏମିତିକି ଦୁର୍ଘଟଣା ସମୟରେ ଲୋକଙ୍କ ଚିତ୍କାର ଅତି ଭୟଙ୍କର ଥିବା କହିଛନ୍ତି ସ୍ଥାନୀୟଲୋକେ। 

ତେବେ ବର୍ତ୍ତମାନ ସମୟରେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଜାରି ରହିଛି। କୁହାଯାଉଛି ପ୍ରାୟ ୧୫ ଯାତ୍ରୀ ଗୁରୁତର ଆହତ ଅଛନ୍ତି। ଦୁର୍ଘଟଣା ଉନ୍ନାଓ-ହରଦୋଇ ମାର୍ଗରେ ଘଟିଛି। ମୃତକଙ୍କ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇ ପଠାଯାଇଛି। ସେହିଭଳି ମୃତକଙ୍କ ପରିଚୟ ଜାଣିବାକୁ ପୋଲିସ ଚେଷ୍ଟା ଜାରି ରଖିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.