ନୂଆଦିଲ୍ଲୀ ୨୫।୩: କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରୁ ଅଭିନେତ୍ରୀ କଙ୍ଗନା ରଣାବତଙ୍କୁ ନେଇ ଏକ ଆପତ୍ତିଜନକ ପୋଷ୍ଟ ଏବେ ବିବାଦର କାରଣ ପାଲଟିଛି। ପୋଷ୍ଟ ଜବାବରେ କଙ୍ଗନା ‘ସେକ୍ସ ୱାର୍କରଙ୍କ ଆହ୍ୱାନପୂର୍ଣ୍ଣ ଜୀବନ ଓ ପରିସ୍ଥିତିକୁ କୌଣସି ପ୍ରକାର ଦୁର୍ବ୍ୟବହାର ଅଥବା ଗାଳି ରୂପେ ବ୍ୟବହାର କରିବାରୁ ବର୍ତ୍ତିବା ଦରକାର’ ବୋଲି ଉଲ୍ଲେଖ କରିଛନ୍ତି। ବିଜେପି କଙ୍ଗନାଙ୍କୁ ହିମାଚଳ ପ୍ରଦେଶ ମଣ୍ଡିରୁ ଲୋକସଭା ପ୍ରାର୍ଥୀ କରିଛି।
ତେବେ କଂଗ୍ରେସ ନେତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ପୋଷ୍ଟରେ ଅପମାନଜନକ କ୍ୟାପସନ ସହିତ ଏକ ବିବାଦସ୍ପଦ ଫଟୋ ସେୟାର କରାଯାଇଥିଲା। ବିବାଦ ପରେ ଏହି ପୋଷ୍ଟକୁ ଡିଲିଟ୍ କରି ଦିଆଯାଇଛି, ତେବେ କଙ୍ଗନା ନିଜେ ସେହି ପୋଷ୍ଟ ବିରୋଧରେ ପାଲଟା ଜବାବ ରଖିଥିଲେ।
मेरे फेसबुक और इंस्टा के अकाउंट पर कई लोगों का एक्सेस है. इसमें से किसी व्यक्ति ने आज एक बेहद घृणित और आपत्तिजनक पोस्ट किया था.
— Supriya Shrinate (@SupriyaShrinate) March 25, 2024
मुझे जैसे ही इसकी जानकारी हुई मैंने वह पोस्ट हटा दिया. जो भी मुझे जानते हैं, वह यह अच्छी तरह से जानते हैं कि मैं किसी भी महिला के लिए व्यक्तिगत भोंडी… pic.twitter.com/CFDNXuxmo2
ତେବେ ସୁପ୍ରିୟା ଶ୍ରୀନେତ ଏବେ ଏକ ବୟାନରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ଆକ୍ସେସ୍ ଅନେକ ଲୋକଙ୍କ ପାଖରେ ରହିଛି। ସେ କହିଛନ୍ତି ଯେ ମୋର ଫେସବୁକ୍ ଓ ଇଂଷ୍ଟା ଆକାଉଣ୍ଟରେ କେତେକ ଲୋକଙ୍କ ଆକ୍ସେସ ରହିଛି। ଏଥିରେ କେହି ଜଣେ ସୋମବାର ଆପତ୍ତିଜନକ ଓ ଘୃଣିତ ପୋଷ୍ଟ କରିଥିଲା।
ମୋତେ ଏ ସମ୍ପର୍କରେ ଜଣାପଡିବାମାତ୍ରେ ପୋଷ୍ଟକୁ ହଟାଇ ଦେଇଛି ବୋଲି କହିଛନ୍ତି। ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ ‘ଯେଉଁମାନେ ମୋତେ ଜାଣନ୍ତି, ସେମାନେ ଭଲ ରୂପେ ଜାଣନ୍ତି ମୁଁ କୌଣସି ମହିଳାଙ୍କ ନିମନ୍ତେ ବ୍ୟକ୍ତିଗତ ଏଣୁତେଣୁ ପୋଷ୍ଟ କରେନି’। ମୋତେ ସୂଚନା ମିଳିଛି ଯେ ପ୍ରଥମେ ଏହା ଏକ ପ୍ୟାରୋଡି ଆକାଉଣ୍ଟରେ ଚାଲୁଥିଲା। ସେଠାରୁ କେହି ଏହି ପୋଷ୍ଟକୁ ଉଠାଇ ମୋ ଆକାଉଣ୍ଟରେ ପୋଷ୍ଟ କରିଦେଇଥିଲା। ଏବେ ଏପରି କରିଥିବା ଲୋକଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି।