LIVE TV

ଅଭିନେତା ରାଜପାଲ ଯାଦବଙ୍କୁ ଆଶ୍ୱସ୍ତି ପ୍ରଦାନ କଲେ ଦିଲ୍ଲୀ ହାଇକୋର୍ଟ , ତିନୋଟି ସର୍ତ୍ତରେ ମିଳିଲା ଏହି କାମରେ ଦୁବାଇ ଯିବାର ଅନୁମତି

NEWS7
 actor Rajpal Yadav

ନୂଆଦିଲ୍ଲୀ – ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଚେକ୍‌ ବାଇନ୍ସ ମାମଲାରେ ଏକ ମୋକଦ୍ଦମାର ସମ୍ମୁଖୀନ ହୋଇଥିବା ,ଅଭିନେତା ରାଜପାଲ ଯାଦବଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି , ତାଙ୍କୁ ବିଦେଶ ଯାତ୍ରା କରିବାର ଅନୁମତି ଦେଇଛନ୍ତି। ଯାଦବଙ୍କ ଏହି ପିଟିସନ ଜରିଆରେ ଦୀପାବଳି ଉତ୍ସବରେ ସାମିଲ ହେବା ପାଇଁ ୟୁଏଇର ଦୁବାଇ ସହରକୁ ଯିବାର ଅନୁମତି ମାଗି ଥିଲେ ଏବଂ ନିଜର ପାସପୋର୍ଟ ଦେବାକୁ ଅନୁରୋଧ କରି ଥିଲେ।

ଏହାପରେ ମଙ୍ଗଳବାର ହୋଇଥିବା ଶୁଣାଣି ପରେ ବିଚାରପତି ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କ ଖଣ୍ଡପୀଠ କିଛି ସର୍ତ୍ତ ସହ ଯାଦବଙ୍କୁ ଏହି ଅନୁମତି ପ୍ରଦାନ କରିଛନ୍ତି। ଏହି ସମୟରେ ସେ ଯାଦବଙ୍କୁ କୋର୍ଟର ରେଜିଷ୍ଟ୍ରିରେ ଲକ୍ଷେ ଟଙ୍କାର ଏର ସ୍ଥିର ଜମା ରସିଦ (ଏଫଡିଆର) ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଅଭିନେତାଙ୍କୁ ଏକ ମୋବାଇଲ ନମ୍ୱର ଓ ଇମେଲ୍‌ ଠିକଣା ପ୍ରଦାନ କରିବାକୁ ମଧ୍ୟ କହିଛନ୍ତି , ଯାହା ଦୁବାଇରେ ତାଙ୍କ ରହଣି ସମୟରେ (ଅକ୍ଟୋବର ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ) ସକ୍ରିୟ ରହିବା ଆବଶ୍ୟକ। ଖଣ୍ଡପୀଠ ମଧ୍ୟ ଏହି ସର୍ତ୍ତ ରଖିଛନ୍ତି ଯେ ଯାଦବଙ୍କ ପତ୍ନୀଙ୍କ ପାସପୋର୍ଟ ସେଠାରେ ତାଙ୍କ ରହଣି ସମୟରେ ତଳ କୋର୍ଟରେ ଜାମିନଦାର ଭାବେ ଦାଖଲ କରିବାକୁ ପଡ଼ିବ ଏବଂ ଭାରତ ଫେରିବା ପରେ ଅଭିନେତାଙ୍କୁ ତାଙ୍କ ପାସପୋର୍ଟ ପୁଣି ଥରେ ଜମା କରିବାକୁ ହେବ।

ପୂର୍ବରୁ ଯାଦବ ଦୀପାବଳି ପାଳନ ସମୟରେ ମୁଖ୍ୟ ଅତିଥି ଭାବେ ବିହାର କନେକ୍ଟ ଗ୍ଲୋବାଲ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ୟୁଏଇ ଯାତ୍ରା କରିବାକୁ ଅନୁମତି ମାଗି ଏକ ଆବେଦନ କରିଥିଲେ। ଏହାପରେ ଖଣ୍ଡପୀଠ ପ୍ରଥମେ ଦିଲ୍ଲୀ ପୁଲିସ ଓ ମାମଲାର ଅଭିଯୋଗକାରୀ କମ୍ପାନୀ ମୁରଲୀ ପ୍ରୋଜେକ୍ଟସ ପ୍ରାଇଭେଟ୍‌ ଲମିଟେଡ୍ ଠାରୁ ଜବାବ ମାଗିଥିଲେ। ଫାର୍ମର ଓକିଲ ଅଭିନେତାଙ୍କ ଆବେଦନକୁ ବିରୋଧ କରି ନଥିଲେ। ସେତେବେଳେ ଯାଦବଙ୍କ ଓକିଲ ପୀଠକୁ କହିଥିଲେ ଯେ, ଏହି ଯାତ୍ରା ଏକ ସରକାରୀ ନିମନ୍ତ୍ରଣ ଥିଲା। ଅଭିନେତା ଜାରି କରାଯାଇ ଥିବା ସବୁ ନିର୍ଦ୍ଦେଶକୁ ପାଳନ କରିବେ।

ଏହା ପ୍ରଥମ ଥର ନୁହେଁ , ଯେବେ ଯାଦବଙ୍କୁ ବିଦେଶ ଯାତ୍ରାର ଅନୁମତି ଦିଆ ଯାଇଛି। ଚଳିତ ବର୍ଷ ଜୁନ୍‌ରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ତାଙ୍କ ଫିଲ୍ମ ‘ମେରା କାଲେ ରଙ୍ଗ ଦା ୟାର’ର ପ୍ରଚାର କାର୍ଯ୍ୟକ୍ରମ ପାଇଁ ଅଷ୍ଟ୍ରେଲିଆ ଯିବାକୁ ଅନୁମତି ଦେଇ ଥିଲେ।