ମୁମ୍ବାଇ ୨୭।୧୨ : ଦିପ୍ତୀ ଶର୍ମାଙ୍କ ଆଉ ଏକ ରେକର୍ଡ । ଟି-୨୦ କ୍ରିକେଟ୍ର ହାସଲ କଲେ ଆଉ ଏକ ନୂଆ କୀର୍ତ୍ତିମାନ ।ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ରେ ଦିପ୍ତୀ ଶର୍ମା ଏହି ଉପଲବ୍ଧ ହାସଲ କରିଛନ୍ତି । ଦିପ୍ତୀ ଏବେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସବୁଠୁ ଅଧିକ ଓ୍ୱିକେଟ୍ ନେବାର ତାଲିକାରେ ନିଜ ନାଁକୁ ସାମିଲ କରିଛନ୍ତି । ଦିପ୍ତୀଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ମେଗନ୍ ସୁଟ୍ ମଧ୍ୟ ଯୁଗ୍ମ ଏହି ତାଲିକାରେ ରହିଛନ୍ତି । ଉଭୟ ୧୫୧ ଓ୍ୱିକେଟ୍ ନେଇଛନ୍ତି ।

ଶୁକ୍ରବାର କେରଳରେ ଥିରୁଅନନ୍ତପୁରମ୍‌ର କ୍ରିକେଟ୍‌ ଗ୍ରାଉଣ୍ଡରେ ଭାରତ-ଶ୍ରୀଲଙ୍କ ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯାଇଥିଲା । ଦିପ୍ତୀ ଶର୍ମା ଏହି ମ୍ୟାଚ୍‌ ପୂର୍ବରୁ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ଏକ ହଜାର ରନ୍‌ ପୂରଣ କରିସାରିଥିଲେ। ହେଲେ ଶୁକ୍ରବାର ମୁକାବିଲା ଥିଲା ଦିପ୍ତୀଙ୍କ ପାଇଁ ଖାସ୍‌ । ଶୁକ୍ରାବର ଟି-୨୦ ମୁକାବିଲାରେ ଦିପ୍ତୀ ୪ ଓଭରରେ ୧୮ ରନ୍‌ ଦେଇ ୩ଟି ଓ୍ୱିକେଟ୍‌ ହାସଲ କରିଥିଲେ ।ଯଦ୍ୱାରା ସେ ଏକ ବିଶ୍ୱ ରେକର୍ଡର ବରାବର କରିଛନ୍ତି ।ଟି-୨୦ କ୍ରିକେଟ୍‌ରେ ୧୫୦ ଓ୍ୱିକେଟ୍‌ ନେବାରେ ୨ୟ ଖେଳାଳି ସାଜିଛନ୍ତି ଦିପ୍ତୀ । ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ମେଗନ୍‌ ସୁଟ୍‌ ଏହି ତାଲିକାରେ ଟପ୍‌ରେ ରହିଥିଲେ । କିନ୍ତୁ ଏବଂ ଦିପ୍ତୀ ଏବଂ ମେଗନ୍‌ ଯୁଗ୍ମ ଭାବେ ଏହି ତାଲିକାରେ ରହିଛନ୍ତି ।

ମହିଳା ଟି-୨୦ କ୍ରିକେଟ୍‌ରେ ସବୁଠୁ ଅଧିକ ଓ୍ୱିକେଟ୍‌ ନେଇଥିବା ବୋଲର-:

ଦିପ୍ତୀ ଶର୍ମା (ଭାରତ) : ମ୍ୟାଚ୍‌- ୧୩୧, ଓ୍ୱିକେଟ୍‌-୧୫୧

ମେଗନ୍‌  ସୁଟ୍‌ (ଅଷ୍ଟ୍ରେଲିଆ) : ମ୍ୟାଚ୍‌- ୧୨୩, ଓ୍ୱିକେଟ୍‌- ୧୫୧

ହେନ୍‌ରିଟ୍‌ ଇସ୍‌ମେଓ୍ୱେ (ୟୁଗାଣ୍ଡା) : ମ୍ୟାଚ୍‌- ୧୧୭, ଓ୍ୱିକେଟ୍‌- ୧୪୪

ନିଦା ଡାର୍‌ (ପାକିସ୍ତାନ) : ମ୍ୟାଚ୍‌- ୧୬୦, ଓ୍ୱିକେଟ୍‌- ୧୪୪

ସୌଫି ଏଲ୍‌ଫୋଷ୍ଟାନ୍‌ (ଇଂଲଣ୍ଡ) : ମ୍ୟାଚ୍‌- ୧୦୧, ଓ୍ୱିକେଟ୍‌-୧୪୨