ନୂଆଦିଲ୍ଲୀ: ଗ୍ଲାସଗୋରେ ଚାଲିଥିବା ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦ମ ଦିନରେ ଭାରତୀୟ ଆଥଲେଟମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ବକ୍ସିଂ ଓ ଆଥଲେଟିକ୍ସରେ ଦମଦାର ପ୍ରଦର୍ଶନ ବଳରେ ଭାରତର ପଦକ ତାଲିକା ଆହୁରି ସମୃଦ୍ଧ ହୋଇଛି।
​​​​​​​

ପ୍ରୀତି ପାୱାର (Preeti Pawar): ମହିଳା ୫୪ କିଗ୍ରା ବର୍ଗ ଫାଇନାଲରେ କାନାଡାର ସ୍କାରଲେଟ୍ ଡେଲଗାଡୋଙ୍କୁ ୫-୦ ର ସର୍ବସମ୍ମତି କ୍ରମେ ପରାସ୍ତ କରି ଭାରତ ପାଇଁ ବକ୍ସିଂରେ ପ୍ରଥମ ସ୍ୱର୍ଣ୍ଣ ହାସଲ କରିଥିଲେ।

ଜାସମିନ୍ ଲାମ୍ବୋରିଆ (Jaismine Lamboria): ମହିଳା ୫୭ କିଗ୍ରା ଫାଇନାଲରେ ନର୍ଦେନ ଆୟର୍ଲ୍ୟାଣ୍ଡର ଡିଫେଣ୍ଡିଂ ଚାମ୍ପିୟନ୍ ମାଇକେଲା ୱାଲ୍ସଙ୍କୁ ୫-୦ ରେ ପରାସ୍ତ କରି ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି।

ଗ୍ଲାସଗୋରେ ଚାଲିଥିବା ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର (Commonwealth Games) ଦଶମ ଦିନରେ ଭାରତ ପାଇଁ ଗୌରବମୟ ମୁହୂର୍ତ୍ତ ଆସିଛି। ପ୍ରଥମେ ଭାରତୀୟ ମହିଳା ବକ୍ସର ପ୍ରୀତି ପାୱାର ମହିଳା ୫୪ କିଗ୍ରା ବର୍ଗ ଫାଇନାଲରେ ଚିତ୍ତାକର୍ଷକ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଫଳରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ବୃଦ୍ଧି ପାଇଥିଲା । ଏହାର କିଛି ସମୟ ପରେ ଜାସମିନ ଲାମ୍ବୋରିଆ ମଧ୍ୟ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି ।

ଫାଇନାଲ ମୁକାବିଲାରେ ପ୍ରୀତି କାନାଡାର ସ୍କାରଲେଟ୍ ଡେଲଗାଡୋ (Scarlett Delgado) ଙ୍କ ସହ ମୁହାଁମୁହିଁ ହୋଇଥିଲେ। ପ୍ରୀତି ସର୍ବସମ୍ମତି କ୍ରମେ ୫-୦ ରେ ପ୍ରତିପକ୍ଷଙ୍କୁ ପରାସ୍ତ କରି ଏହି ବିଜୟ ହାସଲ କରିଛନ୍ତି । ପ୍ରଥମ ରାଉଣ୍ଡରେ ପ୍ରୀତି ଧୈର୍ଯ୍ୟର ସହ ଖେଳି ସଠିକ୍ ଲେଫ୍ଟ ହୁକ୍ ପ୍ରହାର କରି ପ୍ରଥମ ରାଉଣ୍ଡକୁ ୫-୦ ରେ ନିଜ ନାମରେ କରିଥିଲେ । ଦ୍ୱିତୀୟ ରାଉଣ୍ଡରେ ସେ ନିଜର ଦବଦବା ଆହୁରି ବଢ଼ାଇଥିଲେ ଏବଂ ଶକ୍ତ ପଞ୍ଚ୍ ଦ୍ୱାରା ପ୍ରତିପକ୍ଷଙ୍କୁ ଷ୍ଟାଣ୍ଡିଂ କାଉଣ୍ଟ  କରିବାକୁ ବାଧ୍ୟ କରିଥିଲେ।

Also Read: Commonwealth Gamesରେ ଇତିହାସ ରଚିଲେ ଅସ୍ମିତା ଦେ’ ଏବଂ ହର୍ଷ ସିଂହ: ଜୁଡୋରେ ଭାରତକୁ ଡବଲ୍‌ ଗୋଲ୍ଡ

ଶେଷ ରାଉଣ୍ଡରେ ମଧ୍ୟ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖି ଭାରତ ପାଇଁ ବକ୍ସିଂରେ ସ୍ୱର୍ଣ୍ଣ ପଦକ ପକ୍କା କରିଥିଲେ ପ୍ରୀତି । ପ୍ରୀତି ପାୱାର ଏବଂ ଜାସମିନଙ୍କ ସ୍ୱର୍ଣ୍ଣ ପଦକ ସହ ଭାରତର ସମୁଦାୟ ପଦକ ସଂଖ୍ୟା ୨୭ ରେ ପହଞ୍ଚିଛି । ୭ ସ୍ୱର୍ଣ୍ଣ, ୧୩ ରୌପ୍ୟ, ୭ କାଂସ୍ୟ ପଦକ ସହ ଭାରତକୁ ମୋଟ ୨୭ ପଦକ ମିଳିସାରିଛି । ଚଳିତ ୨୦୨୬ ଗ୍ଲାସଗୋ CWG ରେ ବକ୍ସିଂ ବିଭାଗରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ। ଭାରତର ଅନେକ ବକ୍ସର, ଜୁଡୋକା ଏବଂ ଆଥଲେଟ୍ ଫାଇନାଲ୍‌ରେ ଥିବାରୁ ଦଶମ ଦିନରେ ଆହୁରି ପଦକ ଆସିବାର ସମ୍ଭାବନା ରହିଛି।

ପୁରୁଷ ଟ୍ରିପଲ୍ ଜମ୍ପ (Triple Jump) ଫାଇନାଲରେ ଭାରତୀୟ ଆଥଲେଟ୍‌ମାନେ ଦୁଇଟି ପଦକ ନିଜ ନାମରେ କରିଛନ୍ତି:

ପ୍ରବୀଣ ଚିତ୍ରଭେଲ (Praveen Chithravel): ୧୬.୫୮ ମିଟର ଲମ୍ଫ ସହ ରୌପ୍ୟ ପଦକ ହାସଲ କରିଛନ୍ତି।

ସେଲଭା ପ୍ରଭୁ ଥିରୁମାରନ୍ (Selva Prabhu Thirumaran): ୧୬.୫୨ ମିଟର ଲମ୍ଫ ମାରି କାଂସ୍ୟ ପଦକ ଜିତିଛନ୍ତି।