News7 Logo

ଜିଲ୍ଲା ସଭାପତି ଚୟନକୁ ନେଇ ତୁମୁଳକାଣ୍ଡ, ଜଳ ଜଳ ଦିଶିଲାଣି କଂଗ୍ରେସରେ କନ୍ଦଳ

NEWS7
Congres

ଭୁବନେଶ୍ଵର: ଜିଲ୍ଲା ସଭାପତି ଚୟନ ବେଳେ କଂଗ୍ରେସର କନ୍ଦଳ ଜଳ ଜଳ ଦିଶିଲାଣି ନିଜ ଅନୁଗତଙ୍କୁ ଜିଲ୍ଲା ସଭାପତି ପଦରେ ବସାଇବା ପାଇଁ ଦଳର କିଛି ବଡ ବଡ଼ ନେତା ଗୋଟି ଚଳାଇବାରେ ଲାଗିଛନ୍ତି ଆଉ ଏଥିରେ ଗ୍ରାଉଣ୍ଡରେ ଗଣ୍ଡଗୋଳ ବଢ଼ିବାରେ ଲାଗିଛି ଏପରିକି ପୁରୁଣା ସଭାପତି ମାନେ ପୁଣି ସଭାପତି ପଦରେ ରହିବା ପାଇଁ ଉଦ୍ୟମ ମଧ୍ୟ କରୁଛନ୍ତି  ଯାହା ଫଳରେ ନୂଆ ପୁରୁଣା ବିବାଦ ତୀବ୍ର ହେବାରେ ଲାଗିଛି

ଜିଲ୍ଲା ସଭାପତି ଚୟନକୁ ନେଇ ତୁମୁଳକାଣ୍ଡ  କଂଗ୍ରେସର ସଂଗଠନ ସୃଜନ ଅଭିଯାନ ବୈଠକରେ ହାତାହାତି ହେଲେ ନେତା ଓ କର୍ମୀ ମିତି ଦୃଶ୍ୟ ଦେଖିବାକୁ ମିଳିଛି ପାରାଦୀପରେ ଗୋଟିଏ ଜାଗାର କଥା ହୋଇଥିଲେ ଚଳିଥାନ୍ତା ଏକାଧିକ ସ୍ଥାନରେ ସେହି ସମାନ ଦୃଶ୍ୟ କୋରାପୁଟରରେ ମୁଥ ମରାମରି ପର୍ଯ୍ୟନ୍ତ କଥା ଯାଇଥିଲା ସେହି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା କବିସୂର୍ଯ୍ୟନଗରେ କଥା ହେଉଛି ନିଜ ଅନୁଗତଙ୍କୁ ଜିଲ୍ଲା ସଭାପତି ପଦରେ ବସାଇବା ପାଇଁ କଂଗ୍ରେସର ବଡ ବଡ଼ ନେତାଙ୍କ ମଧ୍ୟରେ ଚାଲିଛ ପ୍ରତିଯୋଗିତା

ଏଥିସହିତ ଗୋଟିଚାଳନା ମଧ୍ୟ ଚାଲୁଛି  ପୁରୁଣା ସଭାପତି ମାନେ ପୁଣି ସେହି ସ୍ଥାନରେ ରହିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ  ନୂଆ ଆଶାୟୀଙ୍କ ସଂଖ୍ୟା ଏବେ ବଢ଼ିଛି ତେଣୁ ଯେଉଁମାନେ ସଭାପତି ରେସରେ ରହିଛନ୍ତି ସେମାନେ ନିଜ ନିଜ ସପକ୍ଷରେ କର୍ମୀଙ୍କୁ ଠୁଳ କରି ଶକ୍ତି ପ୍ରଦର୍ଶନ କରୁଛନ୍ତି ତେଣୁ ଫଳ ହେଉଛି ସଭାପତି ଚୟନ ପାଇଁ ଯାଇଥିବା ପର୍ଯବେକ୍ଷକଙ୍କ ଆଗରେ ହିଁ ଶକ୍ତି ପରୀକ୍ଷା ହୋଇଯାଉଛି ପାଟି ତୁଣ୍ଡ, ଗଣ୍ଡଗୋଳରୁ ମୁଥମରାମରି ପର୍ଯ୍ୟନ୍ତ କଥା ଯାଉଛି ଅଧିକାଂଶ ଜିଲ୍ଲାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି  

ପ୍ରଥମ ଥର ପାଇଁ ଜିଲ୍ଲା ସଭାପତି ଚୟନରେ ସ୍ବଚ୍ଛତା ଆଣିବା ପାଇଁ କେନ୍ଦ୍ରର ପର୍ଯ୍ୟବେକ୍ଷକ ମାନେ ଜିଲ୍ଲା ଗସ୍ତ କରି ସଭାପତି ଚୟନ କରିବାକୁ ନିଷ୍ପତ୍ତି ନେଇଛି AICCତେବେ ଜିଲ୍ଲାରେ ସଭାପତି ଚୟନକୁ ନେଇ ବାରମ୍ବାର ବିବାଦ ଦେଖାଦେଲାଣି । ଏବେ ପ୍ରଶ୍ନ ଉଠୁଛି ଜିଲ୍ଲା ସଭାପତି ଚୟନରେ  ସ୍ବଚ୍ଛତା ଆସିବ କେମିତିସେପଟେ ପିସିସି ସଭାପତି କହିଛନ୍ତି ଯେତେବେଳେ ଗାଣତାନ୍ତ୍ରିକ ପ୍ରକ୍ରିୟାକୁ କିଛି କରାଯାଏ ସେଠାରେ ଏମିତି କିଛି ହୋଇଥାଏ  ଏଥିରେ  ଏଆଇସିସି କିମ୍ବା ପିସିସି ତରଫରୁ କିଛି ହସ୍ତକ୍ଷେପ କରାଯାଉ ନାହିଁ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ

୧୪ତାରିଖ ଭିତରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କର ସମସ୍ତ କାର୍ଯ୍ୟକ୍ରମ ଶେଷହେବ ଏହି ରିପୋର୍ଟ AICCଙ୍କୁ ପ୍ରଦାନ କରାଯିବ ପ୍ରତି ଜିଲାରୁ 6 ଜଣ ନେତାଙ୍କ ନାମ AICCଙ୍କୁ  ପଠାଯିବ ଯିଏ ଜିଲ୍ଲା ସଭାପତି ହେବେ ଯଦି ସିଏ ୩ ମାସ ମଧ୍ୟରେ ଭଲ କାର୍ଯ୍ୟଦକ୍ଷତା ନ ଦେଖାଇବେ ତେବେ ଜିଲ୍ଲା ସଭାପତି ପଦରୁ ତାଙ୍କୁ ବିଦା କରାଯିବ କୋରାପୁଟରୁ ଅମିତ ହୋତା, ଜଗତସିଂହପୁରୁ ମନୋଜ ଦାସ, ଖଲ୍ଲିକୋଟରୁ ଅଶ୍ବିନୀ ମହାନ୍ତିଙ୍କ ସହ ଭୁବନେଶ୍ବରରୁ ସରୋଜ ମଲ୍ଲିକଙ୍କ ରିପୋର୍ଟ ନ୍ୟୁଜ ସେଭେନ