LIVE TV

ନୂଆପଡ଼ା ଉପନିର୍ବାଚନ କସରତ, କଂଗ୍ରେସ ବିଧାୟକ କହିଲେ କାହା ସହ କମ୍ପରମାଇଜର ପ୍ରଶ୍ନ ନାହିଁ

NEWS7
tara bahinpati

ଭୁବନେଶ୍ୱର ୧୩/୧୦: ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ । ସେ କହିଛନ୍ତି ବିଜେପି ଓ ବିଜେଡି ବଡ଼ ବେପାରୀ ଦଳ । ଆମେ ଲୋକଙ୍କ ଦଳ। ଭକ୍ତ ଦାସ ଠିକ ସମୟରେ ଠିକ ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ଆଦିବାସୀ । ସେଠି ଆଦିବାସୀଙ୍କୁ ଗୁରତ୍ବ ଦିଆଯାଇଛି । କାହା ସହିତ କଂଗ୍ରେସ କମ୍ପ୍ରମାଇଜ କରିବ ନାହିଁ ।

ଆଦିବାସୀମାନେ ବିକ୍ରି ହୋଇଥିବା ଲୋକଙ୍କୁ ଘୃଣା କରନ୍ତୁ । ତେଣୁ ଆଉ ସିମ୍ପାଥି ଆଉ କାମ ଦେବନି । ଜୟ ଯେହୁତୁ ଦଳ ବଦଳାଇଛନ୍ତି ନୂଆପଡ଼ାରେ ଲୋକ ତାଙ୍କୁ ଗ୍ରହଣ କରିବେ ନାହିଁ। ତେଣୁ ସେ ତିଷ୍ଠି ପାରିବିନି । କଂଗ୍ରେସର ପ୍ରଚାର ଆରମ୍ଭ ହୋଇଗଲାଣି । ପ୍ରଚାର ପାଇଁ ଏଆଇସିସିର ଦାୟିତ୍ୱରେ ଯେଉଁମାନେ ଅଛନ୍ତି ସେମାନେ ଆସିବେ।

ପିସିସି ସଭାପତି ଭକ୍ତ ଦାସ ଏକା କାଫି। ବିଜେପିର ମନ୍ତ୍ରୀ ଯନ୍ତ୍ରୀ ତନ୍ତ୍ରୀ ଓ ଟଙ୍କା ଲଗାଇବେ।  ହେଲେ ଆଦିବାସୀ ଟଙ୍କାରେ ବିକ୍ରି ହେବେ ନାହିଁ। ନବୀନଙ୍କ ସହ ଲୋକ ଆଉ ନାହାନ୍ତି। ଲୋକ ନବୀନଙ୍କ ସହ ଥିଲେ ତାଙ୍କ ପ୍ରାର୍ଥୀ ବିଜେପିକୁ ଯାଇ ନ ଥାନ୍ତେ। ବିଜେଡିକୁ ଏବେ ପ୍ରାର୍ଥୀ ମିଳୁ ନାହାନ୍ତି। ସେ ବାହାର ଦଳର ଆମଦାନୀ କରିବାକୁ ବସିଲେନି।