ବାଚସ୍ପତିଙ୍କୁ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଚିଠି, ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ପାଇଁ କଲେ ଅନୁରୋଧ

Published By : Prameya-News7 Bureau | April 29, 2025 IST

ଭୁବନେଶ୍ୱର ୨୯।୦୪ : ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା । ଓଡ଼ିଶା ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ବାଚସ୍ପତିଙ୍କୁ ଚିଠି ଲେଖି ଅନୁରୋଧ କଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍‌ ।  

ଚିଠିରେ କାଡାମ୍‌ ଲେଖିଛନ୍ତି ଯେ, ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ସ୍ୱତନ୍ତ୍ର ଅଧିବେଶନ ଡାକିବା ଉଚିତ୍‌ । ଓଡ଼ିଶାରେ କେତେ ପାକିସ୍ତାନୀ ଅଛନ୍ତି । ସରକାର କଣ ପଦକ୍ଷେପ ନେଇଛନ୍ତି । ତାହା ଉପରେ ଆଲୋଚନା ହେବା ଦରକାର । ଦେଶର ସୁରକ୍ଷା ପାଇଁ ସବୁ ଦଳ ଏକ ହୋଇ କାମ କରିବାକୁ ଆହ୍ୱାନ୍‌ । ବିଧାନସଭାରେ ଏନେଇ ଆଲୋଚନା ହେବାର ଆବଶ୍ୟକ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.