ଭୁବନେଶ୍ୱର ଷ୍ଟେସନରେ ଅଭାବନୀୟ ଘଟଣା, ଲୁହା ଭାରାରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

Published By : Prameya-News7 Bureau | April 29, 2025 IST

ଭୁବନେଶ୍ବର: ଭୁବନେଶ୍ୱର ଷ୍ଟେସନରେ ଅଭାବନୀୟ ଘଟଣା। ଦିନ ଦ୍ବିପହରରେ ଝୁଲିଗଲେ ଯୁବକ। ଫ୍ଲାଗମାର୍ଚ୍ଚ ଚାଲିଥିବାବେଳେ ଆତ୍ମହତ୍ୟା କଲେ ଯୁବକ। ତେବେ ଯୁବକ ଜଣକ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଜଣାପଡ଼ିନଥିବାବେଳେ, ଜିଆରପି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ଭୁବନେଶ୍ବର ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମ ଆଗରେ ଝୁଲି ପଡ଼ିଛନ୍ତି ଜଣେ ଯୁବକ। ଷ୍ଟେସନ ନିର୍ମାଣ କାର୍ଯ୍ୟ ପାଇଁ ଲାଗିଥିବା ଲୁହା ଭାରାରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି ଯୁବକ ଜଣକ। ଯୁବକ ଜଣକ ପରିଚୟ ଆଠଗଡ଼ର ଅଜୟ ଦାସ ବୋଲି ଜଣାପଡ଼ିଛି। ମୃତ ଦେହ ଦେଖି ସ୍ଥାନୀୟ ଜିଆରପି ଥାନାକୁ ପ୍ରଥମେ ଖବର ଦେଇଥିଲେ ଷ୍ଟେସନ ମାଷ୍ଟର।  ଘଟଣାର ସୂଚନା ପାଇ ଜିଆରପି ଥାନା ଅଧିକାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ତଦନ୍ତ ଆରମ୍ଭ କରିଛି। 

ତେବେ ଏଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅଜୟ ଆତ୍ମହତ୍ୟା କରୁଥିବା ବେଳେ କାହିଁକି କେହି କିଭଳି ଜାଣିପାରିଲେ ନାହିଁ ? ତାହାକୁ ନେଇ ବଡ଼ ପ୍ରଶ୍ନ। ଆହୁରି ମଧ୍ୟ ବଡ଼ କଥା ହେଲା ଷ୍ଟେସନରେ ହାଇ ଆଲର୍ଟ ଜାରି କରାଯାଇଛି। ଉଭୟ ଆରପିଏଫ୍ ଓ ଜିଆରପି ଫୋର୍ସ ଦିନକୁ ଚାରିଥର ପେଟ୍ରୋଲିଂ ସହ ଫ୍ଲାଗମାର୍ଚ୍ଚ କରୁଛନ୍ତି। ହେଲେ ଏହା ସତ୍ତ୍ବେବି ଏଭଳି ଘଟଣା ଘଟଣା ଘଟିବା ଆରପିଏଫ୍ ଓ ଜିଆଆରପି ପାଟ୍ରୋଲିଂ ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.