ଭଦ୍ରକ ୧୬।୦୯ : ପୁରୁଣା ବିବାଦ ନେଲା ଜୀବନ । ଗୋଷ୍ଠୀ ସଂଘର୍ଷରେ ବାପ ମୃତ , ପୁଅ ଗୁରୁତର । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାନ୍ଦିଆ ଜେନା ସାହିରେ ଗୋଷ୍ଠୀ ସଂଘର୍ଷରୁ ହତ୍ୟା । ଏହି ଅଞ୍ଚଳରେ ଦୁଇ ସାହି ମଧ୍ୟ ରେ ପୁରୁଣା ବିବାଦ ଥିଲା ।

ଖବର ଅନୁଯାୟୀ, କୌଣସି କାରଣକୁ ନେଇ ମଙ୍ଗଳବାର ରାତିରେ ଝଗଡା ହୋଇଥିଲା । ଏହା ପରେ ଗୋଟିଏ ପକ୍ଷର ୩୦ରୁ ଅଧିକ ଲୋକ ସଂଘବଦ୍ଧ ଭାବେ ଆସି ଲକ୍ଷ୍ମୀଧର ଜେନାଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ଦୁଇ ପୁଅ ଆସିବା ବେଳେ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ମରଣାନ୍ତକ ଆକ୍ରମଣରେ ବାପା ଲକ୍ଷ୍ମୀଧର ଜେନାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ପର୍ଶୁରାମଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଜଣେ କୁକୁଡ଼ା ଦୋକାନୀ ।

Also Read:-ବିହାରରେ ବନ୍ୟା ବିଭୀଷିକା : ରାଜ୍ୟର ୧୫ ଜିଲ୍ଲାରେ ପ୍ରାୟ ୪୯.୭୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ସେପଟେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଭୁଜାଲି, ଟାଙ୍ଗିଆ ଓ ବିୟର ବୋତଲ ମିଳିଛି। ଏହି ମାମଲାରେ ୪ ଜଣଙ୍କୁ ପୋଲିସ ଅଟକ ରଖି ଅଧିକ ଛାନଭିନ୍ କରୁଛି।