ପିପିଲି ୮୧୦: ପିପିଲିରୁ ଶ୍ରୀମନ୍ଦିରକୁ ଗଲା ନଡ଼ିଆ । କୋଠ ଭୋଗ ପାଇଁ ଗଲା ନଡ଼ିଆ । ପବିତ୍ର କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ କୋଠ ଭୋଗ ପାଇଁ ପିପିଲି ଅଞ୍ଚଳରୁ ଶ୍ରୀମନ୍ଦିରକୁ ଯାଇଛି ନଡ଼ିଆ । ପ୍ରଭୁ ଗତିଶ୍ବର ମହାଦେବଙ୍କ ପୀଠରୁ ଶ୍ରୀଜିଉଙ୍କ ପାଇଁ ୨୪ ଶହରୁ ଉର୍ଦ୍ଧ୍ବ ନଡ଼ିଆ ଶ୍ରୀମନ୍ଦିରକୁ ଯାଇଛି । ସ୍ୱତନ୍ତ୍ର ଗାଡି ଯୋଗେ ନାମ ସଂକୀର୍ତ୍ତନ କରି ଶ୍ରୀମନ୍ଦିରକୁ ପଠାଯାଇଥିଲା

ଗତ ୨୦୧୫ ମସିହାରୁ ପ୍ରାୟ ୧୦ବର୍ଷ ହେଲା ଶ୍ରୀମନ୍ଦିର ପ୍ରଶାସନର ଅନୁମୋଦନ କ୍ରମେ ମହାକାର୍ତ୍ତିକ  ମାସରେ ମହାପ୍ରଭୁଙ୍କ କୋଠ ଭୋଗ ପାଇଁ ପିପିଲିରୁ ଶ୍ରଦ୍ଧାଳୁ ମାନେ ଶହ ଶହ ସଂଖ୍ୟାରେ ନଡ଼ିଆ ପଠାଇଥାନ୍ତି । ଯାହାକି ପିପିଲି ସହିତ ଶ୍ରୀଜଗନ୍ନାଥ ସଂସ୍କୃତିର ପୁରାଣ ଓ ବର୍ତ୍ତମାନ ସହ ଓତପ୍ରତଃ ଭାବେ ଜଡ଼ିତ । ସେଥିପାଇଁ ୧୦ବର୍ଷ ଧରି ପିପିଲି ଗୋବର୍ଦ୍ଧନପୁରର ଜଗନ୍ନାଥପ୍ରେମୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ତତ୍ତ୍ବାବଧାନରେ ଗତିଶ୍ଵରଦେବଙ୍କ ପୀଠରୁ ପ୍ରତ୍ୟେକ ବର୍ଷ ଚତୁର୍ଦ୍ଧାମୂର୍ତ୍ତିଙ୍କ କୋଠଭୋଗ ପାଇଁ ନଡ଼ିଆ ପଠା ଯାଇଥାଏ ଗତ ବର୍ଷ ୧୮ଶହ କଡ଼ା ନଡ଼ିଆ ଶ୍ରୀମନ୍ଦିରକୁ ପଠାଯାଇଥିବା ବେଳେ ଚଳିତଥର ୨୪ଶହ କଡ଼ା ସ୍ୱତନ୍ତ୍ର ଗାଡ଼ି ଯୋଗେ ନାମ ସଂକୀର୍ତ୍ତନ କରି ଶ୍ରୀମନ୍ଦିରକୁ ଯାଇଥିଲା ।