News7 Logo

ତ୍ୱଚା ପାଇଁ ଖୁବ୍ ଉପକାରୀ ନଡ଼ିଆ ତେଲ; ଚମକ ଆଣିବା ସହ ସଫା କରେ ବ୍ରଣ ଦାଗ

NEWS7
Coconut Oil

ଭୁବନେଶ୍ଵର: ତ୍ବଚା ଯତ୍ନ ବା ସ୍କିନ୍ କେୟାର ସମସ୍ତଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ।  ସମସ୍ତେ ଏହାକୁ ନେଇ ଖୁବ୍ କନସିଅସ୍। ଏଥିପାଇଁ ଲୋକମାନେ ହଜାର ହଜାର ଟଙ୍କା  ଏଥିପାଇଁ ଖର୍ଚ୍ଚ କରୁଛନ୍ତି। ଦାମୀ କସମେଟିକ୍ ଠୁ ନେଇ ପାର୍ଲରତା ସତ୍ତ୍ବେ ବି ଅଧିକାଂଶ ଜିନିଷର କୌଣସି ଫଳାଫଳ ମିଳୁନାହିଁ। ତ୍ବଚାରେ କୌଣସି ବି ପରିବର୍ତ୍ତନ ଦେଖିବାକୁ ମିଳିନଥାଏ। ହେଲେ ଏମିତି ଏକ ସାଧାରଣ ଜିନିଷ ଅଛି, ଯାହା ତ୍ବଚା ପାଇଁ ଖୁବ୍‌ ଭଲ। ଏହାକୁ ଲଗେଇଲେ ତ୍ୱଚା ଖୁବ୍ ଭଲ ରହିବା ସହ ଗ୍ଲୋ ବି କରିବ। ସେଇଟା ହେଉଛି ନଡ଼ିଆ ତେଲ।

ନଡ଼ିଆ ଏକ ଏପରି ଫଳ ଯେଉଁଥିରେ ଅନେକ ସୁଫଳ ରହିଛି। ନଡ଼ିଆ ୟେମିତି  ଭଲ ତାର ପାଣି ପେଟ ପାଇଁ ଖୁବ୍‌ ଭଲ। ତାଠାରୁ ଆହୁରି ଭଲ ନଡ଼ିଆ ତେଲ। ‌ତ୍ବଚା ଓ କେଶ ପାଇଁ ଏହା ମଗୋଷଧି ପରି କାମ କରେ। ନଡ଼ିଆରେ ଭିଟାମିନ୍‌-ସି, ଭିଟାମିନ୍‌-ଇ ଏବଂ ବି-ଭିଟାମିନ୍‌ ରହିଛି। ପଟାସିୟମ୍‌, ମ୍ୟାଗ୍‌ନେସିୟମ୍‌, କ୍ୟାଲ୍‌ସିୟମ୍‌, ଆଇରନ୍‌, ଜିଙ୍କ୍‌, କପର୍‌, ମ୍ୟାଗାନିଜ୍‌ ଏବଂ ସେଲେନିୟନ୍‌ ପରି ପୋଷକ ତତ୍ବ ରହିଛି।  ସେଥିପାଇଁ ନଡ଼ିଆ ଓ ନଡ଼ିଆ ପାଣି ପରି ତାହା ତେଲକୁ ଶରୀର ପାଇଁ ଖୁବ୍ ଉପକାରୀ। ନଡ଼ିଆ ତେଲ ଆପଣଙ୍କ ଚେହେରା ପାଇଁ କୌଣସି ବରଦାନଠୁ କମ୍‌ ନୁହେଁ। ଏହା ଚେ‌ହେରାର ଚମକ ଆଣିବା ସହ ମୁହଁରେ ଥିବା ବ୍ରଣ ଦାଗକୁ ସଫା କରିବାରେ ସହାୟକ ହୋଇଥାଏ।

ନଡ଼ିଆ ତେଲରେ ଭିଟାମିନ୍‌ ଓ ଏବଂ ଆଣ୍ଟି ଅକ୍ସିଡାଣ୍ଟ୍‌ ରହିଛି। ଯାହାକୁ ଦାଗ ଚଡ଼ାଇବାରେ ସାହାଯ୍ୟ କରେ। ଏହା ତ୍ବଚାକୁ ଟାଇଟ୍‌ ମଧ୍ୟ କରେ। ଯୁବା ଦିଶିବାକୁ ଚାହୁଁଥିଲେ ବି ଆପଣ ଏହାକୁ ବ୍ୟବହାର କରିପାରନ୍ତି। କିନ୍ତୁ ଏହା ମାତ୍ର ଏକ ତଥ୍ୟ ଉପରେ ଆଧାରିତ । ଏହାକୁ ବ୍ବବହାର ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେଇ ବ୍ୟବହାର କରିବା ଉଚିତ୍ ବୋଲି ଆମେ ମନୋ କରୁଛୁ।