LIVE TV

ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଉଦ୍‌ଘାଟନ

NEWS7
cm

ନୂଆପଡା ୦୬।୧୦ : ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦିନିକିଆ ନୂଆପଡ଼ା ଗସ୍ତ । ବିଶାଳ ଜନସମାବେଶରେ ସାମିଲ ହେବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସୋମବାର ଦିନ ୧୧ଟା ସମୟରେ ଗତମା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ । ଏହାପରେ ସର୍ଟିକ ହାଉସ ଯିବ ଏବଂ ୧୧ଟା ୪୦ରେ ମିନି ଷ୍ଟାଡିୟମରେ ଆୟୋଜିତ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୨୦ ହଜାରରୁ ଅଧିକ ଲୋକ ଏହି ବିଶାଳ ଜନସେବାରେ ସାମିଲ ହେବେ । ଯେଉଁଠି ମୁଖ୍ୟମନ୍ତ୍ରୀ ଉକ୍ତ ସଭାକୁ ଉଦ୍‌ବୋଧନ ଦେବା ସହ ଅନେକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ସହ କିଛି ନୂଆ ପ୍ରକଳ୍ପର ଘୋଷଣା କରିପାରନ୍ତି । ତେବେ ଆଗକୁ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି । ତେଣୁ  ତାପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜନୈତିକ ମାହୋଲକୁ ସରଗରମ କରିପାରେ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ଏୟାରଷ୍ଟ୍ରିପ ଠାରୁ ଆରମ୍ଭ କରି ସଭାସ୍ଥଳ ଯାଏଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ସଭାସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କ ସହ ନୂଆପଡ଼ା ଜିଲ୍ଲାପାଳ, ସ୍ୱାସ୍ଥ୍ୟମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ, କଳାହାଣ୍ଡି ସାଂସଦ, ରାଜ୍ୟସଭା ସାଂସଦ ସୁଜିତ କୁମାର ଆଦି ସାମିଲ ହେବେ । ଶେଷରେ ସମସ୍ତ କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ନ ୩ଟା ୩୫ରେ ଗୋତମା ଏୟାରଷ୍ଟ୍ରିପରୁ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି।  ​​​​​​​