News7 Logo

ଲିଟେରାରୀ ଫେଷ୍ଟରେ ପୂର୍ବ ସରକାର ଉପରେ ବର୍ଷିଲେ ସିଏମ୍‌, କହିଲେ ଅଧା ରହିଛି ଅନେକ ଯୋଜନା

NEWS7
mohan majhi

ଭୁବନେଶ୍ୱର ୦୬/୦୯: ପୂର୍ବତନ ସରକାରଙ୍କୁ ଟାର୍ଗେଟ କଲେ । ବିଜୁବାବୁଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ ଆହୁରି କହିଛନ୍ତି ବିଜୁ ପଟ୍ଟନାୟକ କରିଥିଲେ ଟେକ୍ସଟାଇଲ ଶିଳ୍ପ, ସ୍ପିନିଂ ମିଲ, ମିଗ ଆଇରନ, ଚିନି ଶିଳ୍ପ । ହେଲେ ନବୀନ ପଟ୍ଟନାୟକ ସରକାର ସେସବୁକୁ ବନ୍ଦ କରିଦେଲେ । ହେଲେ ପୁଣିଥରେ ଆମ ସରକାର ଶିଳ୍ପାୟନକୁ ଗୁରୁତ୍ୱ ଦେଇଛନ୍ତି ।

ଅନେକ ଜିନିଷ ନବୀନ ପଟ୍ଟନାୟକ ଭୁଲିଯାଇଛନ୍ତି । ଯେଉଁଥିପାଇଁ ଓଡ଼ିଶାର ଲୋକମାନେ ଅନ୍ୟ ରାଜ୍ୟକୁ ଚାଲିଯାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆମେ ପୁଣି ଆରମ୍ଭ କରୁଛୁ ସୁଗର ମିଲ ଓ ଟେକ୍ସଟାଇଲ ଶିଳ୍ପ । ଭୁବନେଶ୍ୱରରେ ଅନୁଷ୍ଠିତ ଅ ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ପଟ୍ଟନାୟକଙ୍କ ନାମରେ ଥିବା ଯୋଜନା କି ଅନ୍ୟ କୌଣସି ସ୍ଥାନ ଆମେ ପରିବର୍ତ୍ତ କରୁନାହୁଁ ।

ସେ ଓଡିଶାର ବରପୁତ୍ର । ତାଙ୍କ ସ୍ୱପ୍ନ ସ୍ବୀଳ୍ପର ବିକାଶ ଥିଲା ତାଙ୍କ ପୁଅ ତାହା ଭୁଲିଗଲେ । ଆମେ ତାଙ୍କ ନାମକୁ ନେଇ ଥିବା କଣସି ଜିନିଷ ପରିବର୍ତନ କରୁ ନାହୁଁ କି କରିବୁନି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନାମରେ ଯୋଜନା କରିବାର ଆଵଶ୍ୟକତା ରହିଛି ତାହା କରୁଛୁ।