ଭୁବନେଶ୍ବର ୧: ଭୁବନେଶ୍ବରରେ ସେମିକଣ୍ଡକ୍ଟର ୟୁନିଟ୍‌ ଶିଳାନ୍ୟାସ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୂମିପୂଜନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ନ୍‌ଫୋ ଭ୍ୟାଲିରେ ହେବ ସେମିକଣ୍ଡକ୍ଟର ୟୁନିଟ୍ । ଭିଡିଓ କନଫରେନ୍ସରେ ସାମିଲ ହେଲେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଉପସ୍ଥିତ ଅଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ଆମ ପାଇଁ ଏକ ସୌଭାଗ୍ୟର ଦିନ ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରପୁର ହୋଇ ରହିଛି ରାଜ୍ୟରେ ୫୭୫ କିଲୋମିଟର କୋଷ୍ଟ ଲାଇନ୍ ରହିଛି କିନ୍ତୁ ମନରେ ପ୍ରଶ୍ନ ଆସୁଛି କି ଆମେ କାହିଁକି ପଛରେ ରହିଛେ ଏତେ ଥାଇ ମଧ୍ୟ କାହିଁକି ଆମେ ଦରିଦ୍ର ? ଏହି ପ୍ରଶ୍ନ ଉତ୍ତର ବହୁତ ଖୋଜୁଛେ ଇଚ୍ଛାଶକ୍ତିର ଅଭାବ ଥିଲେ ରାଜ୍ୟର ଉନ୍ନତି ହୋଇପାରିବ ନାହିଁପୂର୍ବ ସରକାର କହୁଥିଲେ ମେକ୍ନ୍ ଓଡ଼ିଶା କରିଛୁ, ରାଜ୍ୟକୁ ଶିଳ୍ପ ଆଣିବୁ । ୧୦୦୦ ଦିନରେ ୧୦୦୦ ଶିଳ୍ପ କଥା କହୁଥିଲେ, ହେଲେ ସେସବୁ ଗଲା କୁଆଡେ ? ସମୟ ବଡ଼ ବଳବାନ, ଏବେ ସରକାର ପରିବର୍ତ୍ତନ ହୋଇଛି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ମୋତେ ଡବଲ ଇଂଜିନ ସରକାର ଦିଅନ୍ତୁ ମୁଁ ଡବଲ ଉନ୍ନତି କରିବିତାହା ଆଜି ପ୍ରମାଣିତ ହୋଇଛି

ରାଜ୍ୟକୁ ଟି ସେମି କଣ୍ଡକ୍ଟର ପ୍ରଦାନ କରିବା ଛୋଟ କଥା ନୁହେଁଆଜି ଏହି ପ୍ରକଳ୍ପରେ ହଜାର କୋଟି ଅଧିକ ଟଙ୍କା ବିନିଯୋଗ ହେବ ଏହା କେବଳ ରାଜ୍ୟ ନୁହେଁ ଦେଶ ପାଇଁ ମଧ୍ୟ ଅବଦାନ କେନ୍ଦ୍ର ସରକାର ସେମି କଣ୍ଡକ୍ଟର ପାଇଁ ଅନେକ କାର୍ଯ୍ୟ କରୁଛନ୍ତି ଆମ ସରକାର ଲୋକଙ୍କ ସରକାର, କଥାରେ ନୁହେଁ କାମରେ ବିଶ୍ୱାସ କରେ କେନ୍ଦ୍ର ସରକାର ଆମେକୁ ଟିରୁ ଟି ପ୍ରକଳ୍ପ ଦେଇଛନ୍ତି ଗୁଜୁରାଟ ପରେ ଦ୍ୱିତୀୟ ରାଜ୍ୟ ଭାବେଡ଼ିଶାରେ ସେମି କଣ୍ଡକ୍ଟର କାର୍ଯ୍ୟକାରୀ ହେବାକୁ ଯାଉଛି ଇଣ୍ଡଷ୍ଟ୍ରି କ୍ଷେତ୍ରରେ ୪୦ ହଜାର ଯୁବକଯୁବତୀଙ୍କୁ ରାଜ୍ୟ ସରକାର ରୋଜଗାର ଯୋଗାଇ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।