ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଶୁକ୍ରବାର ଲଗାତାର ଦ୍ୱିତୀୟ ଦିନରେ ବଡ଼ ହ୍ରାସ ସହ ବନ୍ଦ ହୋଇଛି । ସେନ୍‌ସେକ୍ସ ୪୬୬ ଅଙ୍କ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ଖସି ୨୫,୭୫୦ ତଳକୁ ପୁଣି ଥରେ ଖସି ଆସିଛି । ଦୁର୍ବଳ ବୈଶ୍ୱିକ ସଂକେତ ମଧ୍ୟରେ ବଜାରରେ ଜୋରଦାର ଲାଭ ଅସୁଲ ଦେଖିବାକୁ ମିଳିଛି । ପ୍ରାୟ ସମସ୍ତ ପ୍ରମୁଖ ସେକ୍ଟରରେ ହ୍ରାସର ଚାପ ଦେଖିବାକୁ ମିଳିଥିଲା । ମିଡିଆ ଇଣ୍ଡିଆ ୧.୩ ପ୍ରତିଶତ ହ୍ରାସ ପାଇ ଦିନର ସବୁଠୁ ଦୁର୍ବଳ ସେକ୍ଟର ହୋଇଥିଲା । ମେଟାଲ୍ ଇଣ୍ଡେକ୍ସ ୧ ପ୍ରତିଶତ ଖସିଥିଲା । ଏଫଏମ୍‌ସିଜି, ଆଇଟି ଓ ଫାର୍ମା ସେୟାରରେ ବି ବିକ୍ରିର ଚାପ ରହିଥିଲା ।

କାରବାର ଶେଷରେ ବିଏସ୍‌ଇ ସେନ୍‌ସେକ୍ସ ୪୬୫.୭୫ ଅଙ୍କ ବା ୦.୫୫ ପ୍ରତିଶତ ହ୍ରାସ ପାଇ ୮୩,୯୩୮.୭୧ ସ୍ତରରେ ବନ୍ଦ ହୋଇଛି । ସେହିପରି ଏନ୍‌ଏସ୍‌ଇ ନିଫ୍ଟି ୧୫୫.୭୫ ଅଙ୍କ ବା ୦.୬୦ ପ୍ରତିଶତ ଖସି ୨୫,୭୨୨.୧୦ ପଏଣ୍ଟରେ ବନ୍ଦ ହୋଇଛି । ବ୍ରଡର ମାର୍କେଟ୍ ବି ଲାଲ୍ ସଂକେତରେ ବନ୍ଦ ହୋଇଛି । ବିଏସ୍‌ଇ ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସରେ ୦.୫୦ ପ୍ରତିଶତ ଯାଏ ହ୍ରାସ ଦେଖିବାକୁ ମିଳିଛି ।

ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ୍ ମାର୍କେଟ୍ କ୍ୟାପ୍ ଆଜି ବଢି ୪୭୦.୩୨ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଏହା ୪୭୨.୩୬ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ପ୍ରାୟ ୨.୦୪ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ୨.୦୪ ଲକ୍ଷ କୋଟି ଟଙ୍କା ହୋଇଛି । ବିଏସ୍‌ଇ ସେନ୍‌ସେକ୍ସର ୩୦ ସେୟାର ମଧ୍ୟରୁ ୫ ସେୟାର ଆଜି ସବୁଜ ସଂକେତରେ ଅର୍ଥାତ୍ ବୃଦ୍ଧି ସହ ବନ୍ଦ ହୋଇଛି । ଭାରତ ଇଲେକ୍ଟ୍ରୋନିକ୍ସ ସେୟାରରେ ସବୁଠୁ ଅଧିକ ୩.୯୫ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ଇଟରନାଲ୍ ସେୟାର ୩.୫୨ ପ୍ରତିଶତ ହ୍ରାସ ସହ ଟପ୍ ଲୁଜର ହୋଇଛି ।