ଜନ ଅଭିଯୋଗ ଶୁଣାଣିରେ ରାଗିଗଲେ ମୁଖ୍ୟମନ୍ତ୍ରୀ, ଆତ୍ମହତ୍ୟା ନକରିବାକୁ ପରାମର୍ଶ ଦେଲେ

Published By : Prameya-News7 Bureau | August 11, 2025 IST

ଭୁବନେଶ୍ୱର ୧୧/୦୮: ଜଗବନ୍ଧୁ ପଣ୍ଡାଙ୍କ ଆତ୍ମହତ୍ୟା କଥା ଶୁଣି ରାଗିଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆତ୍ମହତ୍ୟା ପରି କଥା ପାଟିରେ ନ ଧରିବାକୁ ତାଗିଦ୍ କଲେ ସିଏମ୍ । ତମେ ଆତ୍ମହତ୍ୟା କଲେ ମୁଁ କଣ ପାଇଁ ଅଛି ବୋଲି କହି ବୁଝାଇଲେ ମୁଖ୍ୟମନ୍ତ୍ରୀ । ଦୀର୍ଘ ୪୦ ବର୍ଷ ହେଲା ପୂର୍ତ୍ତ ବିଭାଗରେ ପିଅନ ଭାବେ କାମ କରୁଛନ୍ତି ଜଗବନ୍ଧୁ । ହାତ ଟେକା ଦରମାରେ ଏତେ ବର୍ଷ ହେଲା କାମ କରୁଛନ୍ତି ସ୍ଥାୟୀ ଚାକିରି କରାଇବେ କହି ଠକି ଆସୁଛନ୍ତି ଅଧିକାରୀ । 

ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଶୁଣେଇବାକୁ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଆତ୍ମହତ୍ୟା କରିଦେବି ବୋଲି କହିଲେ । ମୁଖ୍ୟମନ୍ତ୍ରୀ ଏ କଥାରେ ରାଗିଯାଇ, ପାଟି କରି ଏଭଳି କଥା ନ କହିବାକୁ ବାରଣ କଲେ। ସରକାର ଚେଷ୍ଟା କରିବେ ସମାଧାନ ପାଇଁ ଏଭଳି ଆତ୍ମହତ୍ୟା କଥା କହିବା ଭୁଲ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ ଅଛନ୍ତି ବୋଲି କହି ବୁଝାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.