ମହାରାଷ୍ଟ୍ର ନଗରପାଳିକା ନିର୍ବାଚନ: ଏକାଠି ଆସିବେକି ଅଜିତ ଓ ଶରଦ ପାୱାର, ଜାଣନ୍ତୁ କ’ଣ କହିଛନ୍ତି ସୁପ୍ରିୟା ସୁଲେ?

NEWS7
chhattisgarh-social-media-influencer-leena-nagwanshi-commits-atmahatya

ମୁମ୍ବାଇ ୨୨।୧୨: ମହାରାଷ୍ଟ୍ରରେ ବୃହନ୍ମୁମ୍ବାଇ ମହାନଗର ନିଗମ (ବିଏମସି) ସମେତ ୨୯ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ ଦଳଙ୍କ ଗତିବିଦ୍ଧି ଏବେ ଢେର ବଢି ଯାଇଛି। ଏଥି ମଧ୍ୟରେ ଅଜିତ ପାୱାରଙ୍କ ଗୋଷ୍ଠୀ ସହିତ ନିର୍ବାଚନରେ ମେଣ୍ଟ ଅଟକଳକୁ ନେଇ ଏନସିପି (ଏସପି) ସାଂସଦ ସୁପ୍ରିୟା ସୁଲେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଏନସିପି ଦୁଇ ଗୋଷ୍ଠୀ ଅଧ୍ୟକ୍ଷଙ୍କ ମଧ୍ୟରେ ଏ ନେଇ କଥାବାର୍ତ୍ତା ହୋଇଛି, ଏହା ମୁଁ ଶୁଣିବାକୁ ପାଉଛି ଓ ଆଜିର ସମ୍ବାଦପତ୍ରରେ ମଧ୍ୟ ପ୍ରକାଶ ପାଇଛି। ହେଲେ ଆମେ ନା ତାଙ୍କୁ ଅଧିକାରୀକ ପ୍ରସ୍ତାବ ପଠାଇଛୁ ନା ସେମାନେ ଆମକୁ କୌଣସି ପ୍ରସ୍ତାବ ଦେଇଛନ୍ତି।

ବାରାମତୀରୁ ସାଂସଦ ସୁପ୍ରିୟା ସୁଲେ କହିଛନ୍ତି ଯେ ମୁଁ ଭାବୁଛି କାଲି-ପଅରଦିନ ମଧ୍ୟରେ ମୁମ୍ବାଇ ହେଉ କି ପୁଣେ, ନାସିକ, ନାଗପୁର ହେଉ ମହାରାଷ୍ଟ୍ରରେ ଯେଉଁଠି ବି ନଗରନିଗମ ନିର୍ବାଚନ ହେବାକୁ ଯାଉଛି ମହାବିକାଶ ଅଘାଡ଼ି (ଏମଭିଏ) ମିଳିତ ନିର୍ବାଚନ ଲଢିବେ। ଏହା ପରେ ଯଦି ଅନ୍ୟ କୌଣସି ପରାମର୍ଶ ମିଳିଲା ସେଥି ନିମନ୍ତେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ। ଆଜି ଓ କାଲି ମଧ୍ୟରେ ପୁରା ରାଜ୍ୟ ନିମନ୍ତେ ନିଷ୍ପତ୍ତି ସ୍ପଷ୍ଟ ହୋଇଯିବ।

ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରରେ ନଗର ନିଗମ ନିର୍ବାଚନ ପାଇଁ ଘୋଷଣା ହୋଇଯାଇଛି। ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକ୍ରମ ମୁତାବକ ବିଏମସି ସହିତ ରାଜ୍ୟର ୨୯ ନଗର ନିଗମ ନିମନ୍ତେ ଜାନୁୟାରୀ ୧୫ ତାରିଖରେ ନିର୍ବାଚନ ହେବ। ଏହି ନିର୍ବାଚନର ଭୋଟ ଗଣତି ଜାନୁୟାରୀ ୧୬ରେ ହେବ। ମହାରାଷ୍ଟ୍ର ପଞ୍ଚାୟତ ନିର୍ବାଚନ ନେଇ ଏନସିପି(ଏସପି) ସାଂସଦ ସୁପ୍ରିୟା ସୁଲେ କହିଛନ୍ତି ଆତ୍ମ ମନ୍ଥନ ଜରୁରି। ତେବେ ସର୍ବ ପ୍ରଥମେ ମୁଁ ନିର୍ବାଚିତ ଲୋକଙ୍କୁ ଶୁଭେଚ୍ଛା ଜଣାଇବି। ମୁଁ ଭାବୁଛି ନିର୍ବାଚିତ ସବୁ ଲୋକେ ମହାରାଷ୍ଟ୍ର ହୀତରେ କାମ କରିବେ।

ସୁପ୍ରିୟା ସୁଲେ କହିଛନ୍ତି ଯେ ସାଧାରଣତଃ ଯେଉଁ ଲୋକେ ଶାସନରେ ଥାନ୍ତି ପଞ୍ଚାୟତ ନିର୍ବାଚନରେ ସେମାନଙ୍କ ବିଜୟୀ ହୋଇଥାନ୍ତି। ପୁରୁଣା ଡାଟା ବି ଏଥି ପାଇଁ ଦେଖାଯାଇ ପାରେ। ଏହା କୌଣସି ନୂଆ କଥା ନୁହେଁ। ତେବେ ସେ ଅଭିଯୋଗ କରି କହିଛନ୍ତି ଯେ ଆପଣମାନେ ଦେଖିଥିବେ ଯେପରି ଶିବସେନାକୁ ଭଙ୍ଗା ଗଲା, ଏନସିପିକୁ ଭଙ୍ଗା ଗଲା ଏଥିରୁ ଯେଉଁପରି ଭୋଟ ବିଭାଜନ ହେଲା ସେହି ହିସାବ ଦେଖିଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏହା ସବୁ ଭାଙ୍ଗିଯୋଡି କରାଯାଇଛି, ଯେଉଁଥିରେ ବିଜେପିର ୧୨୪ ଜଣ ନିର୍ବାଚିତ ହୋଇଛନ୍ତି। ତେବେ ଏଥିରୁ କେତେ ପ୍ରାର୍ଥୀ ବିଜେପିର ନିଜର? ବିଜେପି ବାହାରୁ ଶକ୍ତିଶାଳୀ ଲୋକଙ୍କୁ ନେଇ ନିଜ ପାର୍ଟିକୁ ବଢେଇଛି। ଏ ବିଷୟରେ ବି ଟିକେ ଚିନ୍ତା କରାଯିବା ଦରକାର।