ଅପ୍ରେଲ୍ ୨୮ ତାରିଖ, ରବିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | April 28, 2024 IST

ମେଷ - ପରିବାରରେ ଓ ଚାକିରି କ୍ଷେତ୍ରରେ ଆଦର ସମ୍ମାନ ମିଳିବ ଦିନଟି ଖୁସିରେ କଟିବ । ପରିବାରର ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ ଚାପ ବୃଦ୍ଧି ପାଇବ | ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି ।

ବୃଷ - ଦିନଟିରେ ଅଧିକ ପରିଶ୍ରମର ଯୋଗ ରହିଛି । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ । ଭାବନାକୁ ନିଜ ନିଅନ୍ତ୍ରଣ ରେ ରଖନ୍ତୁ। ବିଦ୍ୟାର୍ଥୀ ମାନେ ଖୁସି ଖବର ପାଇବେ ।

ମିଥୁନ - ମିଥୁନ ରାଶି ରେ ଆଜି ଘାତ ଚନ୍ଦ୍ର । ରୋଗରେ ଖର୍ଚ୍ଚ ବୃଦ୍ଧି ପାଇବ, ସଞ୍ଚୟ ମଧ୍ୟ ଶେଷ ହେବ | ନୂତନ ଚାକିରି ପାଇଁ ଆବେଦନ କରିପାରିବେ । ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ । କୌଣସି ନୂତନ ଯୋଜନାରେ ବିନିଯୋଗ କରନ୍ତୁ ନାହିଁ ।

କର୍କଟ - ମାନସିକ ଅଶାନ୍ତି ଓ ଶାରୀରିକ ପୀଡା ହେବାର ସମ୍ଭାବନା ରହିଛି । ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା କୁ ନେଇ ଚିନ୍ତା ରେ ରହିବେ । ପୈତୃକ ସମ୍ପତି କୁ ନେଇ ବିବାଦ ଲାଗି ପାରେ । ବନ୍ଧୁ ମିଳନ ର ଯୋଗ ରହିଛି ।

ସିଂହ - ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ ।ବ୍ୟବସାୟ ରେ ଅଧିକ ଅର୍ଥ ଲାଭ ର ଯୋଗ ର ହିଛି ।ମନ ସମ୍ମାନ ମିଳିବ । ଭାବିଚିନ୍ତି କାର୍ଯ୍ୟ ନିଷ୍ପତି ନିଅନ୍ତୁ ।

କନ୍ୟା - ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି ବିରୋଧୀ ମାନେ ହଇରାଣ କରିବାକୁ ପ୍ରୟାସ କରିବେ । କର୍ମ କ୍ଷେତ୍ର ରେ ସାବଧାନ ଅବଲମ୍ବନ କରନ୍ତୁ । ଆର୍ଥିକ ଅନଟନ ଦେଖା ଦେଇ ପାରେ ।ବିଦ୍ୟାର୍ଥୀ ମାନେ ଅବହେଳିତ ହେବେ ।

ତୁଳା - ମନରେ ଥିବା ଅହଂ ଭାବକୁ ସଂପୂର୍ଣ୍ଣ ଦୂରୀଭୂତ କରନ୍ତୁ ଉନ୍ନତିର ଯୋଗ ରହିଛି ହେଲେ ମଧ୍ୟ ଦିନଟି ମଧ୍ୟମ ଫଳ ଦେବ।ମନ ସର୍ବଦା ଚଞ୍ଚଳ ରହିବ । ମିଳିବାକୁ ଥିବା ଦ୍ରବ୍ୟର ପ୍ରାପ୍ତି ବିଳମ୍ବରେ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଆସିବ ।

ବିଛା - କିଛି ମୂଲ୍ୟବାନ ବସ୍ତୁ କିମ୍ବା ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି ।ଆସନ୍ତାକାଲି ଦିନଟିରେ ଆପଣ ଚିନ୍ତାରେ ପଡ଼ିବେ । ଜୀବନ ସାଥି ଙ୍କ ସ୍ବାସ୍ଥ୍ୟ ଅବସ୍ଥା ରେ ଅବନ୍ନତି ଦେଖା ଦେବ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ ।ବିଦ୍ୟାର୍ଥୀ ମାନେ ଅସଫଳ ହେବେ ।

ଧନୁ - କୌଣସି ସ୍ଥାନରୁ ସମ୍ମାନର ଅଧିକାରୀ ହେବେ।ମନ ଖୁସି ହେବ । ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବ। ବ୍ୟବସାୟ ପାଇଁ ଭ୍ରମଣ ସଫଳ ହେବ । ବ୍ୟବସାୟରେ ବୃଦ୍ଧି ଘଟିବ । ଲାଭ ପାଇଁ ମଧ୍ୟ ସୁଯୋଗ ରହିବ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ। 

ମକର - ମନରେ ଉଦବେଗ ପ୍ରକାଶ ପାଇବ୍ ।କର୍ମକ୍ଷେତ୍ରରେ ବିତର୍କ ହୋଇପାରେ । ଅତିଥିମାନେ ଘରକୁ ଆସିବେ ।ମାନସିକ ଚାପ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ଟଙ୍କା କାରବାରରେ ଅଧିକ ସତର୍କ ରୁହନ୍ତୁ । ଦିନଟି ଏତେ ଶୁଭ ଫଳ ପ୍ରଦାନ କରିବ ନାହିଁ ।

କୁମ୍ଭ - ଦିନଟିରେ ଉତ୍ତମ ଫଳ ପ୍ରାପ୍ତ କରିବେ । ବ୍ୟବସାୟୀ ମାନଙ୍କର ନୂତନ ଚୁକ୍ତି ଯୋଗୁଁ ଲାଭବାନ ହେବାର ସମ୍ଭାବନା ରହିଛି। ମାତା ପିତାଙ୍କ ଆଶୀର୍ବାଦ ମିଳିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ସଫଳତା ଅର୍ଜନ କରିବେ। 

ମୀନ - ଆପଣଙ୍କ କାର୍ଯ୍ୟରେ କୌଣସି ବ୍ୟକ୍ତି ବାଧା ସୃଷ୍ଟି କରି ପାରନ୍ତି ।ଚାକିରିରେ ମଧ୍ୟମ ଫଳ ପ୍ରାପ୍ତି। ବ୍ୟବସାୟରେ ଧାର ଦିଅନ୍ତୁ ନାହିଁ । ଆର୍ଥିକ ସ୍ଥିତି ରେ ବୃଦ୍ଧି ସହିତ ମାନସିକ ଶାନ୍ତି ବଜାୟ ରହିବ । ଭ୍ରମଣର ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ସଫଳ ହେବେ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.