ମେଷ- ଚତୁର୍ଥ ଚନ୍ଦ୍ର ଯୋଗ ରହିଥିବାରୁ, ମୂଲ୍ୟବାନ ଦ୍ରବ୍ୟ କିଛି ନଷ୍ଟ ହୋଇ ପାରେ । ଦିନରେ କିଛି ବାଧା ବିଘ୍ନ ଦେଖା ଦେଇପାରେ । କରିଥିବା ଆର୍ଥିକ ଯୋଜନା ଅଳ୍ପ ଲାଭ ପ୍ରାପ୍ତି ହେବ । ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ ନାହିଁ । ବ୍ୟବସାୟରେ ମଧ୍ୟମ ଫଳ ମିଳିବ ।
ବୃଷ- କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇବ । ପୁରୁଣା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ । ଧନ ସଂପତ୍ତିରେ ବୃଦ୍ଧି ଘଟିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । ଛାତ୍ରଛାତ୍ରୀମାନେ ଅଧିକ ପଢିବାକୁ ଇଛୁକ ହେବେ । ବ୍ୟବସାୟରେ ଦେଖି ରଖି କାର୍ଯ୍ୟ କରନ୍ତୁ ।
ମିଥୁନ- ଆଳସ୍ୟର ବଶବର୍ତ୍ତୀ ହେବେ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ।ହଲେ ମଧ୍ୟ ପରିଶ୍ରମର ଫଳ ପ୍ରାପ୍ତି ହେବ । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟ ରେ ଯୋଗଦାନ କରିବେ। ଆୟରେ ବୃଦ୍ଧି ହେବ ।
କର୍କଟ- ରାଶି ପାଇଁ ଶ୍ରୀ ଚନ୍ଦ୍ର । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ବିଦେଶ ଯାତ୍ରା ପାଇଁ ଦିନଟି ଖୁବ୍ ଭଲ ରହିବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ରେ ବିଜୟ ହାସଲ କରିବେ।
ସିଂହ- ଦ୍ଵାଦଶ ଚନ୍ଦ୍ର କାଳ ଭୋଗ ଯୋଗୁଁ, ଶତ୍ରୁ ଭୟ ରହିବ । ଆୟଠାରୁ ବ୍ୟୟ ଅଧିକ ରହିବ । ଭ୍ରମଣ ଯୋଗୁଁ ଖର୍ଚ୍ଚାନ୍ତ ହେବେ । ନୂତନ ବିନିଯୋଗରେ ବିପୁଳ ଅର୍ଥ କ୍ଷତି ହୋଇପାରେ । ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରାଯାଇପାରେ । ଗ୍ୟାସ ଜନିତ ସମସ୍ୟା ହୋଇପାରେ ।
କନ୍ୟା - ଏକାଦଶ ଚନ୍ଦ୍ର କାଳ ଭୋଗ ଯୋଗୁଁ ,ଗୃହ ରେ ନିଶ୍ଚିନ୍ତ ଭାବରେ ଶୁଭ କାର୍ଯ୍ୟ ହେବ ।ସର୍ବ କାର୍ଯ୍ୟ ସଫଳ ହେବ । ଧନପ୍ରପ୍ତି ର ଯୋଗ ରହିଛି ।ଇଚ୍ଛା କରିଥିବା ବସ୍ତୁ କୁ ଆଜି ପ୍ରାପ୍ତ କରିବେ। ଆପଣ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଲାଭ ପାଇଁ ସୁଯୋଗ ପାଇପାରିବେ । ନିଜ ସ୍ବାସ୍ଥ୍ୟ ର ଯତ୍ନ ନିଅନ୍ତୁ।
ତୁଳା- ଦୂର ଯାତ୍ରାର ଯୋଗ ରହିଛି। ସର୍ବ କାର୍ଯ୍ୟ ସଫଳ ହେବ । ମାନରେ ଆତ୍ମ ସନ୍ତୋଷ ଲାଗି ରହିବ । ଆପଣ କାମ କରିବାକୁ ନୂଆ ସୁଯୋଗ ପାଇବେ। ସମସ୍ୟାର ସମାଧାନ ହେବ । ପରିବାର ସଦସ୍ୟ ସାହାଯ୍ୟ କରିବେ ।
ବିଛା- ଶୁକ୍ଳ ପକ୍ଷ ନବମ ଚନ୍ଦ୍ର ଭୋଗ ହେତୁ । ପରୋପକାର କରି ଖୁସି ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ଲାଗି ରହିଥିବା ମାଲି ମକୋଦ୍ଦମାର ଅନ୍ତ ଘଟିବ । ବିଶ୍ରାମ କରିବାକୁ ସମୟ ମିଳିବ ।
ଧନୁ - ଅର୍ଥ ବ୍ୟୟର ଯୋଗ ରହିଛି । ଅଙ୍ଗରେ ଆଘାତ ଲାଗିପାରେ। ପୁରୁଣା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ । ଧନ ସଂପତ୍ତିରେ ବୃଦ୍ଧି ଘଟିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । ଛାତ୍ର ଛାତ୍ରୀ ମାନେ ଅଧିକ ପଢିବାକୁ ଇଛୁକ ହେବେ ।
ମକର- ସପ୍ତମ ଚନ୍ଦ୍ର ହେତୁ ସର୍ବ କାର୍ଯ୍ୟ ସିଦ୍ଧି ହେବ । କର୍ମ କ୍ଷେତ୍ରରେ ବୁଝି-ବିଚାରି କାର୍ଯ୍ୟ କରନ୍ତୁ। ଯାନ ବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ। ଦମ୍ପତିଙ୍କ ମଧ୍ୟରେ ସୁସମ୍ପର୍କ ଲାଗି ରହିବ । ବ୍ୟବସାୟରେ ଆୟ ଅଧିକ ହେବ ଓ ସର୍ବ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।
କୁମ୍ଭ - ଷଷ୍ଠ ଚନ୍ଦ୍ର ହେଲେ, ସବୁ ପ୍ରକାର ଶୁଭ ଦାୟକ । କର୍ମ କ୍ଷେତ୍ରରେ କ୍ଷମତାର ବିକାଶ ହେବ । ଧର୍ମ କର୍ମରେ ମନୋନିବେଶ କରିବେ । ଦିନଟି ବ୍ୟସ୍ତ ବହୁଳ ରହିଲେ ମଧ୍ୟ ଅନେକ ସୁଫଳ ପ୍ରଦାନ କରିବ । ବ୍ୟବସାୟରେ ଲାଭ ଯୋଗ ରହିଛି ।
ମୀନ- ଅର୍ଥ ବିଷୟରେ ଚିନ୍ତା କରିବେ । ବନ୍ଧୁଙ୍କ ସହ କିଛି ବିଶେଷ ଆଲୋଚନାରେ ଦିନରେ କଟିବ । ଦାମ୍ପତ୍ୟ ଜୀବନରେ ବିବାଦର ସମ୍ଭାବନା ଅଛି । ପିତା-ମାତାଙ୍କ ଆଶୀର୍ବାଦ ନେଇ ଘରୁ ବାହାରକୁ ଯାଆନ୍ତୁ । ବିଦ୍ୟାର୍ଥୀମାନେ ନିଶ୍ଚିନ୍ତ ଖୁସି ଖବର ପାଇବେ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର, ଯୋଗାଯୋଗ – 8249826682