ଦିଲ୍ଲୀପ ବାବୁ ଜଣେ ଅନୁଭବୀ ନେତା, ସମସ୍ତଙ୍କ ସହ ତାଙ୍କର ସମ୍ପର୍କ ଅଛି- ମନମୋହନ ସାମଲ

NEWS7
surya-rashi-parivartan-mithun-rashi-june-2024

ଭୁବନେଶ୍ୱର ୦୫।୦୩ : ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ କରୁଛି | ଦିଲ୍ଲୀପ ରାୟଙ୍କ ପାଇଁ ୧୦ ବିଜେପି ବିଧାୟକ ପ୍ରସ୍ତାବକ ରହିବେ | ଦିଲ୍ଲୀପ ଜଣେ ଅନୁଭବୀ ନେତା, ସେ ଜାଣିଛନ୍ତି କଣ କରିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ସେହିପରି ଦିଲ୍ଲୀପ ରାୟଙ୍କ ସୋସିଆଲ ମିଡ଼ିଆ ପୋଷ୍ଟକୁ ମନମୋହନ କହିଛନ୍ତି ଯେ, ଜଣେ ପ୍ରାର୍ଥୀ ଭାବେ ସେ ସମସ୍ତଙ୍କୁ ଅପିଲ କରିପାରିବେ ଏବଂ ସମର୍ଥନ ବି ମାଗିପାରିବେ | ଦିଲ୍ଲୀପ ଜଣେ ଅନୁଭବୀ ନେତା | ପୂର୍ବରୁ ବିଧାୟକ, କେନ୍ଦ୍ର ମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିସାରିଛନ୍ତି | ସମସ୍ତଙ୍କ ସହିତ ତାଙ୍କର ସମ୍ପର୍କ ରହିଛି |

ତେବେ କିଏ କାହାକୁ ସମର୍ଥନ ଦେବ ପ୍ରଶ୍ନରେ ରାଜ୍ୟ ସଭାପତି କହିଛନ୍ତି ଯେ, ଆଗକୁ କଣ ହେବ ତାହା ଧୀରେ ଧୀରେ ଜଣା ପଡ଼ିବ। ଆଜି ନାମାଙ୍କନ ଭରିବାର ଶେଷ ତାରିଖ | ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରାର୍ଥୀ ପତ୍ର ଦାଖଲ କରିବେ ଦୁଇ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର |