ମେ' ୧୫ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | May 15, 2024 IST

ମେଷ- ପଞ୍ଚମ ଚନ୍ଦ୍ର ରହିଥିବାରୁ ଆର୍ଥିକ ସମସ୍ୟା ଦେଖାଦେବ । ଆପଣଙ୍କୁ ପରିଶ୍ରମର ଫଳ ନିଶ୍ଚିନ୍ତ ପ୍ରାପ୍ତି ହେବ । ନିଜ କର୍ମକୁ ନେଇ ଅଧିକ ବ୍ୟସ୍ତରେ ରହିବେ। ଦମ୍ପତିଙ୍କ ପାଇଁ ଦିନଟି ବହୁତ ଶୁଭ   ରହିଛି । ଛାତ୍ର ଛାତ୍ରୀଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି ।

ବୃଷ - ପ୍ରତିରୋଧର ଶିକାର ହୋଇପାରନ୍ତି । ବନ୍ଧୁ ମାନଙ୍କ ଭ୍ରମଣର ଯୋଗ ରହିଛି । ବ୍ୟବସାୟୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ । ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖାଦେଇପାରେ  । ଛାତ୍ର ଛାତ୍ରୀମାନେ ନିଜର ଲୁଚିଥିବା ପ୍ରତିଭାକୁ ସାମ୍ନାକୁ ଆଣିବେ। 

ମିଥୁନ- କର୍ମ ଚଞ୍ଚଳ ହୋଇ କାର୍ଯ୍ୟ କରିବେ । ମନରେ କିଛି ନୂଆ କରିବାର ଇଚ୍ଛା ଜାଗ୍ରତ ହେବ । ଜରୁରୀ ବସ୍ତୁ କ୍ରୟ କରିପାରନ୍ତି । ପ୍ରେମ ସମ୍ପର୍କରେ ଅନେକ ଖୁସି ଲାଭ କରିପାରନ୍ତି । ଅଣ୍ଟା ବ୍ୟଥା ଭଳି କିଛି ସମସ୍ୟା ଦେଖା ଦେଇପାରେ ।

କର୍କଟ- ଆପଣଙ୍କ ରାଶିକୁ ଘାତ ଚନ୍ଦ୍ର । କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଦେଖା ଦେଇପାରେ । ସୁଖ ହାନି ଘଟିପାରେ । ଅନେକ କାର୍ଯ୍ୟ ଏକ ସହ ଆସି ପହଞ୍ଚିବା ଯୋଗୁଁ ନିଜକୁ ଚିନ୍ତିତ ମାନେ କରିପାରନ୍ତି । ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ । ବ୍ୟବସାୟ ମଧ୍ୟମ ଫଳ ଦେବ।

ସିଂହ- ରାଶିକୁ ଶ୍ରୀ ଚନ୍ଦ୍ର ଯୋଗ ରହିଛି । ଚାକିରି କ୍ଷେତ୍ରରେ ଉନ୍ନତି ଯୋଗ ରହିଛି । ଭୂମି କ୍ରୟ କରିବେ । ବ୍ୟବସାୟରେ ସୁଫଳ ମିଳିବ । ଅଳଙ୍କାର କ୍ରୟ କରିପାରନ୍ତି । ଛାତ୍ର ଛାତ୍ରୀ ମାନଙ୍କର ପାଠରେ ମନ ଲାଗିବ ନାହିଁ । ପ୍ରେମ ସମ୍ପର୍କରେ ନିଜକୁ ଭାଗ୍ୟ ଶାଳୀ ମନେକରିବେ ।

କନ୍ୟା- ଆର୍ଥିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଥରେ ପରାମର୍ଶ ନେବା ଆବଶ୍ୟକ । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀଙ୍କ ପାଇଁ   ଦିନଟି ମଧ୍ୟମ ଫଳ ପ୍ରଦାନ କରିବ ।

ତୁଳା- ଦିନଟି ସଫଳତାର ସହ ସଂପୂର୍ଣ୍ଣ ହେବ । ପରୋପକାର କରି ନିଜକୁ ଖୁସି ଅନୁଭବ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଛାତ୍ର ଛାତ୍ରୀ ମାନେ କୃତ କାର୍ଯ୍ୟ ହେବେ । ଦମ୍ପତିମାନେ ଆଲୋଚନା କରି କିଛି ନୂଆ କାର୍ଯ୍ୟ  ଆରମ୍ଭ କରିପାରନ୍ତି ।

ବିଛା-  ନୂଆ ଚାକିରି ପ୍ରାପ୍ତ ହୋଇପାରେ । ଅନେକ ସୁଖ ସମ୍ମାନ ଲାଭର ଯୋଗ ରହିଛି । ଇଚ୍ଛା କରିଥିବା କାର୍ଯ୍ୟ ସଫଳ ହେବ । ଛାତ୍ର ଛାତ୍ରୀ ମାନେ କ୍ୟାରିୟରକୁ ନେଇ ଆଗକୁ ବଢ଼ିବେ । ବ୍ୟବସାୟରେ ଉତ୍ତମ ଫଳ ମିଳିବ ।

ଧନୁ- ସେବା ପୂଜାରେ ମନୋନିବେଶ କରିବେ । କିଛି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ବନ୍ଧୁ ଆପଣଙ୍କ ଘରକୁ ଆସିପାରନ୍ତି । ବାକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ବ୍ୟବସାୟରେ ସଫଳତା ମିଳିବ । ମହିଳାମାନେ ଗୃହକାର୍ଯ୍ୟରେ ଅଧିକ ମନୋନିବେଶ କରିବେ ।

ମକର- ଚିନ୍ତା କରିଥିବା ବିଷୟରେ ପରିବର୍ତ୍ତନ ଆଣିପାରନ୍ତି । ଅହଙ୍କାରର ବଶବର୍ତ୍ତୀ ହୋଇ କିଛି ଭୁଲ ନିଷ୍ପତି ନେବେ । କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ ଯଥା ଦେହ ପୀଡ଼ା ।  ଛାତ୍ର ଛାତ୍ରୀମାନେ ନୂତନ ଚିନ୍ତାଧାରାର ବଶବର୍ତ୍ତୀ ହେବେ ।

କୁମ୍ଭ- ସହ କର୍ମୀଙ୍କ ସହ ବିଶେଷ ଆଲୋଚନା କରିବେ । ବ୍ୟବସାୟରେ ବିଶେଷ ଭଲ ଫଳ ପ୍ରାପ୍ତି ହେବ । ପତିପତ୍ନୀଙ୍କ ପାଇଁ ଦିନଟି ବିଶେଷ  ଭଲ ରହିଛି । ସ୍ବାସ୍ଥ୍ୟ ସଂପୂର୍ଣ୍ଣ ସୁସ୍ଥ ରହିବ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

ମୀନ- ସବୁ କର୍ମରେ ଆପଣ ସଂପୂର୍ଣ୍ଣ ଯୋଗ ଦାନ ଦେବେ । ଅନେକ ବିଧ ବିଘ୍ନର ସାମ୍ନା କରିବାକୁ ପଡ଼ିବ । ଛାତ୍ର ଛାତ୍ରୀଙ୍କ ପାଟି ମଧ୍ୟମ ଫଳ ପ୍ରାପ୍ତ ହେବ । ଉଚ୍ଚ ପଦବୀ ମିଳିବାର ଯୋଗ ଅଛି । ଦମ୍ପତିମାନେ ଖୁସି ରେ ଦିନଟି କାଟିବେ।


ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକଯାଜପୁର, ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.