ନୂଆଦିଲ୍ଲୀ ୨୮।୦୩ : ମଧ୍ୟପ୍ରାଚ୍ୟରେ ଲାଗିରହିଛି ଯୁଦ୍ଧ । ଯାହାର ପ୍ରଭାବ ପେଟ୍ରୋଲିୟମ୍ ସାମଗ୍ରୀର ଯୋଗାଣରେ ପଡ଼ିଛି । ଏପିରିକି ଭାରତରେ ଖାଉଟିଙ୍କୁ ଉପରେ ମଧ୍ୟ ପଡ଼ିଛି । ନାନା ଅସୁବିଧାର ସମ୍ମୁଖୀନ ହେବାକୁ ଲାଗିଛି। ତେବେ ଏସବୁ ଭିତରେ ଭାରତ ସରକାର ପଟ୍ରୋଲ ଏବଂ ଡିଜେଲ୍ ଉପରୁ ଉତ୍ପାକ ଶୁଳ୍କ ହ୍ରାସ କରିଛନ୍ତି । ଯାହାଫଳରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ୍ ଦର କମିବାର ସମ୍ଭାବନା ରହିଛି । ତେବେ ଜାଣନ୍ତି କି ଦେଶର କେଉଁ ସ୍ଥାନରେ ଶସ୍ତା ମିଳିଥାଏ ପେଟ୍ରୋଲ ଏବଂ ଡିଜେଲ୍...

ଅଣ୍ଡାମାନ ଏବଂ ନିକୋବର

ଦେଶରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପରେ ସବୁଠୁ ଶସ୍ତା ତୈଳ ପ୍ରଦାନ କରାଯାଏ । ପ୍ରତି ଲିଟର ପିଛା ପେଟ୍ରୋଲ ୮୨.୪୬ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ୭୮.୦୫ ରହିଛି । କମ୍ ଟିକସ ଏବଂ ଯୋଗାଣାରେ ସୁବିଧା ଲାଗି ଏଠାରେ କମ୍ ଦାମରେ ବିକ୍ରି ହେଉଛି ପେଟ୍ରୋଲ ଏବଂ ଡିଜେଲ ।

ଡାମନ ଏବଂ ଡିୟୁ

ଡାମନ ଏବଂ ଡିୟୁ ମଧ୍ୟ ଦେଶରେ ଶସ୍ତା ତୈଳ ଦେବାରେ ତାଲିକା ରହିଛି । ପେଟ୍ରୋଲ ଲିଟର ପିଛା ୯୨.୩୭ ଟଙ୍କା ରହିଥିବା ବେଳେ ଡିଜେଲ୍ ୮୦.୫୦ ଟଙ୍କା ରହିଛି । ହେଲେ ଅରୁଣାଚଳ ପ୍ରଦେଶ ଦେଶରେ ସବୁଠୁ ଶସ୍ତା ଡିଜେଲ୍ ବିକ୍ରି କରିବାରେ ୨ୟ ସ୍ଥାନରେ ରହିଛି ।

Also Read:- ପେଟ୍ରୋଲ ଉପରୁ ଉତ୍ପାଦ ଶୁଳ୍କ କମିଲା ୧୦ ଟଙ୍କା, ଇନ୍ଧନ ସଙ୍କଟ ମଧ୍ୟରେ ବଡ଼ ଆଶ୍ୱସ୍ତି

ଦାଦ୍ରା ନଗର ହାବେଳୀ

ସେହିପରି ଦାଦ୍ରା ନଗର ହାବେଳୀ ମଧ୍ୟ ଶସ୍ତା ପେଟ୍ରୋଲିୟମ ସାମଗ୍ରୀ ବିକିବା ତାଲିକାରେ ରହିଛି । ଯେଉଁଠି ପେଟ୍ରୋଲ ଲିଟର ପିଛା ୯୨.୫୭ ଟଙ୍କା ରହିଥିବା ବେଳେ ଡିଜେଲ୍ ଲିଟର ପିଛା ୮୨.୪୫ ଟଙ୍କାରୁ ଅଧିକ ରହିଛି । ହେଲେ ହରିୟାଣା, ଚଣ୍ଡିଗଡ଼, ପଞ୍ଜାବରେ ଡିଜେଲ୍ ଦର ଦାଦ୍ରା ନଗର ହାବେଳୀ ତୁଳନାରେ କମ୍ ରହିଛି ।

ଅରୁଣାଚଳ ପ୍ରଦେଶ

ଅରୁଣାଚଳ ପ୍ରଦେଶରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଥାଏ । ଏଠି ପେଟ୍ରୋଲ ଲିଟର ପିଛା ୯୨.୬୬ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା ୮୫.୩୮ରୁ ଅଧିକ ରହିଛି । ହେଲେ ଅରୁଣାଚଳ ପ୍ରଦେଶ ତୁଳନାରେ ମଣିପୁରରେ ଶସ୍ତା ଡିଜେଲ୍ ମିଳୁଛି ।

ଉତ୍ତରାଖଣ୍ଡ

ଉତ୍ତରାଖଣ୍ଡରେ ମଧ୍ୟ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୩.୪୩ ରହିଥିବା ବେଳେ ଡିଜେଲ୍ର ଦାମ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି । ଉତ୍ତରାଖଣ୍ଡ ତୁଳନାରେ ପୁଡୁଚେରୀରେ କମ୍ ଦାମ୍ରେ ଡିଜେଲ୍ ମିଳୁଛି ।

ସେହିପରି ହରିୟାଣା, ଚଣ୍ଡିଗଡ ଏବଂ ପଞ୍ଚାବରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ପ୍ରାୟ ୯୪.୩୦ ଟଙ୍କା ରହିଛି । ଯାହା ଅନ୍ୟ ରାଜ୍ୟ ତୁଳନାରେ କମ୍ । ତ୍ରିପୁରାରେ କମ୍ ଦାମ୍ରେ ଡିଜେଲ୍ ମିଳୁଛି । ଯାହାର ଲିଟର ପିଛା ୮୬.୫୫ ଟଙ୍କା ରହିଛି ।