ବଢ଼ିଲା ମନରେଗା ପାରିଶ୍ରମିକ; ନିର୍ବାଚନ ପୂର୍ବରୁ ଶ୍ରମିକଙ୍କୁ କେନ୍ଦ୍ର ସରକାରଙ୍କ ଉପହାର

Published By : Prameya-News7 Bureau | March 28, 2024 IST

ନୂଆଦିଲ୍ଲୀ୨୮/୦୩: ଲୋକସଭା ନିର୍ବାଚନ ପୂର୍ବରୁ ମନରେଗା ଶ୍ରମିକଙ୍କୁ କେନ୍ଦ୍ର ସରକାରଙ୍କ ଉପହାର । ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାରଶ୍ରମିକ ବୃଦ୍ଧି କରିଛନ୍ତି । ପାରିଶ୍ରମକ ହାରକୁ ୩ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ରସରକାର । ଓଡିଶା ସମେତ ଅନେକ ରାଜ୍ୟରେ ମନରେଗା ଶ୍ରମିକଙ୍କ ମଜୁରୀ ବଢ଼ିଛି । 

କେନ୍ଦ୍ରୀୟ ବିକାଶ ଗ୍ରାମୀଣ ମନ୍ତ୍ରାଳୟ ପକ୍ଷରୁ ଏହାକୁ ବୃଦ୍ଧି କରାଯାଇଛି । ଏନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଲୋକସଭା ନିର୍ବାଚନ ପୂର୍ବରୁ ମଜୁରୀ ହାର୍ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବୃଦ୍ଧି କରାଯାଇଛି । MNREGA କର୍ମଚାରୀଙ୍କ ପାଇଁ ନୂତନ ମଜୁରୀ ହାର ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ । ଏଣକି ଓଡିଶାରେ ୨୫୪ଟଙ୍କା ପାରିଶ୍ରମିକ ପାଇବେ ମନରେଗା ଶ୍ରମିକ । 

ସଂପୂର୍ଣ୍ଣ ତାଲିକା ଉପରେ ନଜର ପକାଇଲେ ଗୋଆରେ ସର୍ବାଧିକ ମଜୁରୀ ବୃଦ୍ଧି ହୋଇଛି । ଏଠାରେ ମନରେଗା ଶ୍ରମିକଙ୍କୁ ୩୫୬ ଟଙ୍କା ମଜୁରୀ ମିଳିବ । ସେହିଭଳି ସିକ୍କିମର ୩ଟି ପଞ୍ଚାୟତରେ ଏହି ମଜୁରୀ ସବୁଠୁ ଅଧିକ ୩୭୪ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡରେ ସର୍ବନିମ୍ନ ମଜୁରୀ ରହିଛି । ଏଠାରେ ୨୩୪ ଟଙ୍କା ଲେଖାଏଁ ପାଇବେ ଶ୍ରମିକ ।

  • odisha
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.