ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

Published By : Prameya-News7 Bureau | May 04, 2024 IST

ଭୁବନେଶ୍ବର ୦୪/୦୫: ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଏସ୍.ଜୟଶଙ୍କର । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ଭୁବନେଶ୍ୱରରେ ପହଞ୍ଚି ସାମ୍ବାଦିକ ସମ୍ମିଳନୀରେ ବୁଦ୍ଧିଜୀବୀଙ୍କୁ ସମ୍ବୋଧନ କରିବେ । ୫ ତାରିଖରେ କଟକରେ  ହେବାକୁ ଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । 

ସେପଟେ ରବିବାର ଅର୍ଥାତ୍ ମେ ୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ଅବସରରେ ଭୁବନେଶ୍ୱର ଓ କଟକରେ ହେବାକୁ ଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ।  

ସୂଚନା ଥାଉକି, ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏହି ପରିପ୍ରେକ୍ଷୀରେ ଓଡ଼ିଶା ମୁହାଁ ବିଜେପି ବରିଷ୍ଠ ନେତା । ପ୍ରଚାର ମଇଦାନରେ ହେଭିୱେଟ୍‌ ନେତାଙ୍କୁ ଦେଖିବାକୁ ମିଳୁଛି । ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱଙ୍କର ଘନ ଘନ ଓଡ଼ିଶା ଗସ୍ତ ହେଉଛି । ନିକଟରେ ଅମିତ ଶାହ ସୋନପୁର, ଜେପି ନଡ୍ଡା ବ୍ରହ୍ମପୁର ଆସିଥିଲେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.