୪ ଜିଲ୍ଲାରେ ଜନସଭା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ନବୀନ, ସନ୍ଧ୍ୟାରେ ଭୁବନେଶ୍ବରରେ ରୋଡ୍ ଶୋ'

Published By : Prameya-News7 Bureau | May 22, 2024 IST

ଭୁବନେଶ୍ବର ୨୨।୫: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ୍ ପ୍ରଚାର । ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ କଟକରେ ନିର୍ବାଚନୀ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସନ୍ଧ୍ୟାରେ ପୁଣି ଭୁବନେଶ୍ବରରେ କରିବେ ରୋଡ୍ ଶୋ' । 

ତେବେ ଆସନ୍ତା ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଧାନସଭା ପାଇଁ ମତଦାନ ହେବ । ଏଥିପାଇଁ ସବୁ ଦଳର ହେଭିୱେଟ୍ ଏବେ ଖୋର୍ଦ୍ଧାରେ ପ୍ରଚାରକୁ ଜୋରଦାର କରିଛନ୍ତି । ବୁଧବାର ଖୋର୍ଦ୍ଧା ହାବେଳି ପଡ଼ିଆରେ ହେବାକୁ ଥିବା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ଭୁବନେଶ୍ବର ଲୋକସଭା ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଏବଂ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କ ପାଇଁ ପ୍ରଚାର କରିବେ ନବୀନ । 

ଏହାପରେ ନୟାଗଡ଼ ଗସ୍ତ କରିବେ ନବୀନ । ନୟାଗଡ଼ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧିତ କରିବେ ନବୀନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ୍ ଦେବାକୁ ଅପିଲ କରିବେ । ସେହିପରି ବୁଧବାର ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି ସେଠାରେ ମଧ୍ୟ ନିର୍ବାଚନୀ ସଭାରେ ଯୋଗଦେବେ । ତାଳବଣିଆରେ ହେବାକୁ ଥିବା ଜନସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ। 

ସେହିପରି ବୁଧବାର ମୁଖ୍ୟମନ୍ତ୍ରୀ କଟକରେ ମଧ୍ୟ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ । ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଜନସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରେ ରୋଡ୍‌ ଶୋ' କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ଯମନ୍ତ୍ରୀଙ୍କ ରୋଡ୍ ଶୋ' ରେଣ୍ଟାଲ ଓମଫେଡ ଛକରୁ ପେଟ୍ରୋଲ ପମ୍ପ ଛକ, ସାଲିଆ ସାହି, ମେ'ଫେୟାର, ଜାଭିୟର ଛକ, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ, ପଟିଆ ଛକ ପର୍ଯ୍ୟନ୍ତ ଯିବ । ମୁଖ୍ଯମନ୍ତ୍ରୀଙ୍କ ରୋଡ଼ ଶୋ' ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯିବା ସହିତ ଟ୍ରାଫିକ ନିୟମରେ ପରିବର୍ତ୍ତନ କରାଯାଇଛି। ସଂଧ୍ଯା ୫ଟା ୩୦ ରୋଡ୍ ଶୋ' ଆରମ୍ଭ ହୋଇ ସରିବା ପର୍ଯ୍ଯନ୍ତ ଟ୍ରାଫିକ୍ କଟକଣା ଲାଗୁ ହୋଇଛି ।

You Can Read :

ଗଛରୁ ମିଳିଲା ଝୁଲନ୍ତା ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.