୪ ସହର, ୨ଟି କାର ଏବଂ ନୂଆ ସିମକାର୍ଡ: ପୋର୍ସ କାଣ୍ଡରେ ଫସିଥିବା ଅଭିଯୁକ୍ତର ବିଲ୍ଡର ବାପା ପୋଲିସ ସହ ଖେଳୁଥିଲା ଲୁଚକାଳି

Published By : Prameya-News7 Bureau | May 21, 2024 IST

ନୂଆଦିଲ୍ଲୀ: ପୁଣେ ପୋଲିସ କଲ୍ୟାଣୀନଗର ଅଞ୍ଚଳରେ ରବିବାର ପୋର୍ସ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ କାର ଚଲାଉଥିବା ନାବାଳକର ରିୟଲ ଇଷ୍ଟେଟ୍ ବ୍ୟବସାୟୀ ବାପା ବିଶାଲ୍ ଅଗ୍ରୱାଲଙ୍କୁ ଶେଷରେ ଗିରଫ କରାଯାଇଛି । କିନ୍ତୁ ଏହା ପୂର୍ବରୁ ଅଗ୍ରୱାଲ ପୋଲିସ ସହ ବେଶ ଚୁଲକାଳି ଖେଳିଥିଲା । ଅଗ୍ରୱାଲକୁ ଆଜି ସକାଳେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀ ନଗରରୁ ଗିରଫ କରାଯାଇଛି । ପୋଲିସ ନାବାଳକକୁ ମଦ ବିକ୍ରି ମାମଲାରେ ଦୁଇ ହୋଟେଲର ତିନି ଅଧିକାରୀଙ୍କୁ ମଧ୍ୟ ଗିରଫ କରିଛି । ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।

ଅଧିକାରୀଙ୍କ ଅନୁସାରେ, ଯେଉଁ ପୋର୍ସ କାରରେ ଦୁର୍ଘଟଣା ଘଟିଛି, ତାକୁ କଥିତ ରୂପେ ୧୭ ବର୍ଷୀୟ ଜଣେ ନାବାଳକ ଚଲାଉଥିଲା । ଦୁର୍ଘଟଣାରେ ଦୁଇ ଜଣ ଆଇଟି ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା । ପୋଲିସର କହିବା ଅନୁସାରେ ନାବାଳକ ଜଣକ ମଦ ମଦ ପିଇ ଦୁର୍ଘଟଣା ଘଟାଇଥିଲା । ଏହି ଘଟଣା ପରେ ପୋଲିସ ବିଶାଲ୍ ଅଗ୍ରୱାଲଙ୍କ ବିରୋଧରେ ମାମଲା ରୁଜୁ କରିଥିଲା କିନ୍ତୁ ସେ ପୋଲିସକୁ ଚଖମା ଦେଇ ସହରରୁ ଫେରାର ହୋଇଥିଲେ ।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ଅଗ୍ରୱାଲ ଯେତେବେଳେ ସହର ଛାଡ଼ି ଫେରାର ହେଉଥିଲା, ସେତେବେଳେ ପ୍ରଥମେ ସେ ପୁଣେ ସ୍ଥିତ ନିଜର ଅନେକ ସ୍ଥାନକୁ ଯାଇଥିଲା । ପରେ ସେ ପୁଣେରୁ କୋହ୍ଲାପୁର ଚାଲି ଯାଇଥିଲା, ଯେଉଁଠି ସେ ନିଜର ଜଣେ ବନ୍ଧୁଙ୍କୁ ଭେଟିଥିଲେ । ସେଠାରୁ ଅଧିକ ଚତୁରତା ଦେଖାଇ ପୋଲିସକୁ ଚଖମା ଦେବା ପାଇଁ ଅଗ୍ରୱାଲ ନିଜ କାର ଏବଂ ଡ୍ରାଇଭରକୁ ମୁମ୍ୱାଇ ପଠାଇ ଥିଲା । ଏହାପରେ ସେ ନିଜ ବନ୍ଧୁଙ୍କ କାରରେ ବସି ସମ୍ଭାଜୀ ନଗର ଯାଇଥିଲେ । କେବଳ ଏତିକି ନୁହେଁ ଅଗ୍ରୱାଲ ନିଜ ଫୋନ ମଧ୍ୟ ସ୍ୱିଚ୍ ଅପ୍ କରିଥିଲା ଏବଂ ପରେ ଏକ ନୂଆ ସିମ୍ ମଧ୍ୟ ବ୍ୟବହାର କରିଥିଲା । ତେବେ ପୋଲିସ ତାର ବନ୍ଧୁଙ୍କ ଗାଡ଼ିରେ ଥିବା ଜିପିଏସକୁ ଟ୍ରାକ୍ କରୁଥିଲା । ପୁଣେ କ୍ରାଇମ୍ ବ୍ରାଞ୍ଚ ଟିମ୍ ପୂରା ଟେକ୍ନିକଲ ସର୍ଭିଲାନ୍ସ ଏବଂ ଟ୍ରାକିଂ ସିଷ୍ଟମକୁ ବ୍ୟବହାର କରି ଅଗ୍ରୱାଲକୁ ଗିରଫ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.