ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ ବଢ଼ିଛି। ମଙ୍ଗଳବାର (ମଇ୨୧) ଝାଡ଼ଖଣ୍ଡର ଏକ ଏମ୍ପି ଏମ୍ଏଲ୍ଏ କୋର୍ଟ ରାହୁଲ ଗାନ୍ଧୀଙ୍କୁ ସମନ କରିଛନ୍ତି। ବିଜେପି ପକ୍ଷରୁ ଦାଖଲ କରାଯାଇଥିବା ଏକ ମାନହାନୀ ମାମଲାରେ କୋର୍ଟ ରାହୁଲଙ୍କୁ ସମନ କରି ଜୁନ ୧୧ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବିଜେପି ଯୁବ ଶାଖା ନେତା ନବୀନ ଝା ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଆବେଦନକାରୀଙ୍କ ଓକିଲ ବିନୋଦ ସାହୁ କହିଛନ୍ତି ଯେ ଜାମିନ ବିହୀନ ୱାରେଣ୍ଟ ଜାରି କରିବାକୁ ଏକ ଅନୁରୋଧ କରାଯିବାରୁ କୋର୍ଟ ଏହି ସମନ ଜାରି କରିଛନ୍ତି। ଓକିଲ ବିନୋଦ ସାହୁ କହିଛନ୍ତି ଯେ ସାର୍ଥକ ଶର୍ମାଙ୍କ ଖଣ୍ଡପୀଠ ନେତୃତ୍ୱରେ ଏମ୍ପି-ଏମ୍ଏ ସ୍ୱତନ୍ତ୍ର କୋର୍ଟ ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ ପରେ ଜୁନ୍ ୧୧ ତାରିଖରେ ହାଜର ହେବାକୁ କହିଛନ୍ତି।
ବିନୋଦ ଆହୁରି କହିଛନ୍ତି ଯେ ୧୮ ମାର୍ଚ୍ଚ ୨୦୧୮ରେ କଂଗ୍ରେସର ସର୍ବଦଳୀୟ ବୈଠକରେ ରାହୁଲ ଗାନ୍ଧୀ ବିଜେପି ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ମାନହାନୀ ମାମଲା ଦାୟର ହୋଇଛି। ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଓକିଲ କୌଶିକ ସରଖେଲ କହିଛନ୍ତି ଯେ ସମନ ଆମ ପାଖରେ ପହଞ୍ଚିବା ପରେ ଆମେ ରାହୁଲଙ୍କୁ ବ୍ୟକ୍ତିଗତ ଭାବରେ ହାଜର ନ ହେବାକୁ ଅନୁମତି ମାଗିବୁ। କାରଣ ପୂର୍ବରୁ ଦୁଇଟି ସମାନ ମାମଲାରେ କୋର୍ଟ ବ୍ୟକ୍ତିଗତ ଉପସ୍ଥିତିରୁ ମୁକ୍ତି ଦେଇଥିଲେ।
ସୂଚନା ଥାଉକି ବିଜେପି ବୈଠକରେ ରାହୁଲ ଗାନ୍ଧୀ କହିଥିଲେ ଯେ ଏହି ଦେଶର ଲୋକେ କ୍ଷମତାର ନିଶାରେ ମତୁଆଲା ବିଜେପିର ମିଥ୍ୟାବାଦୀ ନେତୃତ୍ୱ ଗ୍ରହଣ କରିବେ? କାରଣ ସେମାନେ ଜାଣନ୍ତି ଯେ ବିଜେପି କ’ଣ କରୁଛି। ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଥିଲେ ଯେ ହତ୍ୟା ମାମଲାରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ସେ ବିଜେପିର ସଭାପତି ଭାବରେ ଗ୍ରହଣ କରିବେ, କିନ୍ତୁ କଂଗ୍ରେସ ଦଳର ଲୋକମାନେ ଏହାକୁ କଦାପି ଗ୍ରହଣ କରିବେ ନାହିଁ।