ହୋଲିରେ ଅଘଟଣ : ସାଙ୍ଗ ମାନଙ୍କ ସହ ଗାଧୋଇବା ବେଳେ ଭାସିଯାଇ ନାବାଳକଙ୍କ ମୃତ୍ୟୁ

NEWS7
celebrity-cricket-league-to-be-held-at-cuttacks-barabati-stadium-

ଆଠଗଡ଼ ୪।୩: ହୋଲିରେ ଅଘଟଣ । ଆଠଗଡ଼ ଗୋପୀନାଥପୁର ସିଂହନାଥ ପୀଠ ନିକଟ ଅସ୍ଥାୟୀ କାଠ ପୋଲ ନିକଟରେ ଭାସି ନାବାଳକଙ୍କ ମୃତ୍ୟୁ ହୋଇଛି । ଲୁହରେ ଭିଜିଲା ରଙ୍ଗର ହୋଲି ।

ଏ ଖବର ବି ପଢ଼ନ୍ତୁ:- ବିଚାରଗତ ଲଢେଇରେ ସମ୍ପର୍କର ସ୍ଥାନ ନାହିଁ ; ଶେଷ ମୁହୂର୍ତ୍ତରେ ସହଯୋଗ ମାଗିଲେ ମୁଁ କିଛି କରିପାରିବିନି

ରଙ୍ଗର ପର୍ବ ହୋଲିକୁ ନେଇ ଗୋଟିଏ ପଟେ ହସଖୁସିର ମାହୋଲ ଥିବାବେଳେ କଟକ ଜିଲ୍ଲା ବଡମ୍ବାରୁ ଆସିଛି ଦୁଃଖଦ ଖବର । ଗୋପୀନାଥପୁର ବାବା ସିଂହନାଥଙ୍କ ପୀଠକୁ ସଂଯୋଗ ଅସ୍ଥାୟୀ କାଠ ପୋଲ ନିକଟରେ ସାଙ୍ଗସାଥୀଙ୍କ ମେଳରେ ଗାଧାଉଥିବା ସମୟରେ ପାଣି ସୁଅରେ ଭାସି ଯାଇଥିଲେ ସ୍ଥାନୀୟ ତୃଣପୁର ଗ୍ରାମର ଜୀବନ ବେହେରା । ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ଜୀବନଙ୍କୁ ମହାନଦୀର ଏକ କୁଦରୁ ଉଦ୍ଧାର କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ପୋଲିସ ଗାଡ଼ିରେ ବଡମ୍ବା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଜୀବନଙ୍କ ମୃତ୍ୟୁରେ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।