ଭୁବନେଶ୍ୱର ୨୮।୦୪ : ଛତିଶଗଡ଼, ମଧ୍ୟ ଭାରତରୁ ଓଡ଼ିଶା ଯାଏଁ ଗୋଟିଏ ଟ୍ରାପ ଲାଇନ୍ ରହିଛି । ତାପ୍ରଭାବରେ ଆଗାମୀ କିଛି ଦିନ ଯାଏଁ ଓଡ଼ିଶା ଆକାଶ ମେଘାଛନ୍ନ ରହିବ। ଏପିରିକି ସମୟ ସମୟରେ ବାଦଲ ରହିବ। ଯାହାକି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବନାହିଁ ବୋଲି କହିଛନ୍ତି ସୋଆ ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମେ ମାସ ପ୍ରଥମ ସପ୍ତାହ ଯାଏ ବିଶେଷ ଟାଣ ଖରା ହେବ ନାହିଁ। ଉପକୂଳ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଯାଏ ପହଞ୍ଚିବାର ସମ୍ଭାବନା ରହିଛି। କିନ୍ତୁ ସାଧରଣତଃ ୩୪-୩୫ ଡିଗ୍ରୀ ପାରଦ ରହିବ। ପଶ୍ଚିମ ଓଡ଼ିଶାରେ ବି ସମାନ ପ୍ରକାର ତାପମାତ୍ରା ଅନୁଭୂତ ହେବାର ସମ୍ଭାବନା ରହିଛି। ମେ ୭ରୁ ୧୦ ତାରିଖ ଯାଏଁ ପାରଦ ୪୪-୪୫ ଡିଗ୍ରୀ ଛୁଇଁବାର ସମ୍ଭାବନା କମ୍ ରହିଛି। ଟ୍ରାପଲାଇନ୍ ପ୍ରଭାବରେ କାଳବୈଶାଖୀର ସମ୍ଭାବନା ରହୁଛି। ଯଦି କୌଣସି ସ୍ଥାନରେ ତୀବ୍ର କାଳବୈଶାଖୀ ହେଲା ତେବେ ଅନ୍ୟ ସ୍ଥାନରେ ଦୁର୍ବଳ କାଳବୈଶାଖୀ ହେବାର ଅନୁମାନ କରିଛନ୍ତି ।