Live Live
LIVE

ଗାଧୋଇବାକୁ ଯାଇଥିଲେ ଦୁଇ ଭାଇ, ପାଣି ବୁଡ଼ି ଚାଲିଗଲା ଉଭୟଙ୍କ ଜୀବନ

NEWS7
cec-director-reaction-on-weather-forecast

କନ୍ଧମାଳ ୧୦।୦୩ : ବୁଡ଼ିଗଲେ ଦୁଇ ଭାଇ । କେନ୍ଦୁଝର ରାଇସୁଆଁ ସ୍ଥିତ ପୁରୁଣା ସଦର ଥାନା ପାଖଟେରା ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ । ପୋଖରୀରେ ଗାଧୋଇବା ସମୟରେ ବୁଡ଼ିଯାଇଛନ୍ତି ଦୁଇ ଭାଇ । ମୃତକ ହେଲେ ନୁରୁଦ୍ଦିନ ଅନ୍ସାରୀଙ୍କ ଦୁଇ ଶିଶୁ ପୁତ୍ର ଆମାମାନ ଅନ୍ସାରୀ (୯ ବର୍ଷ) ଓ କୁଶାଲ ଅନ୍ସାରୀ (୮ବର୍ଷ ) ବୋଲି ଜଣାପଡିଛି ।

ଏ ଖବର ବି ପଢନ୍ତୁ:-ବନ୍ଦ ଘରେ ସ୍ୱାମୀର ମୃତଦେହ, ୪ ଦିନ ଧରି ଜଗିଛି ସ୍ତ୍ରୀ

ଖବର ଅନୁଯାୟୀ, ସଦର ଥାନା ଅଞ୍ଚଳର ନୁରୁଦ୍ଦିନ ଅନ୍ସାରୀଙ୍କ ଦୁଇ ଜଣ ଶିଶୁ ମଙ୍ଗଳବାର ଦିନ ମଧ୍ୟାହ୍ନ ସମୟରେ ଗାଧୋଇବାକୁ ଯାଇଥିଲେ । ପୋଖରୀରେ ଗାଧୋଇବା ସମୟରେ ହଠାତ୍ ଦୁଇ ଜଣ ପୋଖରୀରେ ବୁଡ଼ିଯାଇଥିଲେ । ଯାହାକୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଉପରକୁ ଆଣିଥିଲେ । ଏହାପରେ ସେମାନଙ୍କୁ ନିକଟସ୍ଥ ଧରଣୀଧର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଘରର ଦୁଇ ଶିଶୁଙ୍କ ମୃତ୍ୟୁ ପରେ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଏ ଖବର ବି ପଢନ୍ତୁ:-ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ ଏହି ଅମୃତ ଭାରତ ଟ୍ରେନ୍, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ