ନୂଆଦିଲ୍ଲୀ: କ୍ୟାବିନେଟ୍ ଅଷ୍ଟମ ବେତନ କମିଶନ ଅଧୀନରେ ବିଚାର କରାଯିବାକୁ ଥିବା ପ୍ରସଙ୍ଗଗୁଡ଼ିକୁ ଅନୁମୋଦନ କରିଛି । ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେସାଇଙ୍କୁ ଅଧ୍ୟକ୍ଷା ଭାବରେ ନିଯୁକ୍ତ କରାଯାଇଛି । ଆଇଆଇଏମ ବେଙ୍ଗାଲୁରୁର ପ୍ରଫେସର ପୁଲକ ଘୋଷ ଓ ପେଟ୍ରୋଲିୟମ୍ ଗ୍ୟାସ୍ ସଚିବ ପଂକଜ ଜୈନ ସଦସ୍ୟ ରହିବେ । ​​​​​​​ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଅଷ୍ଟମ ବେତନ କମିଶନ ୧୮ ମାସ ମଧ୍ୟରେ ଏହାର ସୁପାରିଶ ଦାଖଲ କରିବ, ଯାହା ଜାନୁଆରୀ ୧, ୨୦୨୬ରୁ ଲାଗୁ ହେବାର ସମ୍ଭାବନା ଅଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କମିଶନଙ୍କ ସୁପାରିଶ ପ୍ରତିରକ୍ଷା ସେବା କର୍ମଚାରୀଙ୍କ ସମେତ ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପ୍ରାୟ ୬.୯ ଲକ୍ଷ ପେନସନଭୋଗୀଙ୍କୁ ସାମିଲ କରିବ ।

​​​​​​​ଉଲ୍ଲେଖଯୋଗ୍ୟ ଯେ ଟର୍ମ ଅଫ୍ ରେଫରାନ୍ସ କୌଣସି ଆଯୋଗ, ସମିତି କିମ୍ୱା ସଂସ୍ଥାକୁ କାମ କରିବା ପାଇଁ ସରକାରଙ୍କ ଦ୍ୱାରା ଦିଆଯାଇଛି ମାର୍ଗଦର୍ଶିକା ଓ ପରିଧି ଅଟେ । ସରଳ ଶବ୍ଦରେ କହିବାକୁ ଗଲେ ଟର୍ମ ଅଫ୍ ରେଫରାନ୍ସ କୌଣସି ଆୟୋଗ କେଉଁ ବିଷୟରେ କାମ କରିବା, କେତେ ସମୟରେ ରିପୋର୍ଟ ଦେବ ଓ କେଉଁ-କେଉଁ କଥା ଉପରେ ଧ୍ୟାନ ଦେବ, ତାହା ଉଲ୍ଲେଖ ରହିଥାଏ  ।

ବେତନ କମିଶନ ନିଜ ସୁପାରିସ ପ୍ରସ୍ତୁତ କରିବା ସମୟରେ ନିମ୍ନରେ ଦିଆଯାଇଥିବା ବିଷୟ ଉପରେ ଗୁରୁତ୍ୱ ଦେବେ:-

ଦେଶର ଆର୍ଥିକ ସ୍ଥିତି ଓ ବିତ୍ତୀୟ ଅନୁଶାସନର ଆବଶ୍ୟକତା ।

ବିକାଶ କାର୍ଯ୍ୟ ଓ କଲ୍ୟାଣକାରୀ ଯୋଜନା ପାଇଁ ପର୍ଯ୍ୟାପ୍ତ ସଂସଧାନ ଯେପରି ଉପବଲ୍ଧ ରହିବ ତାହା ସୁନିଶ୍ଚିତ କରିବା । 

ଅଣ-ଯୋଗଦାନ ଅଧାରିତ ପେନସନ ଯୋଜନାର ଖର୍ଚ୍ଚ ଉପରେ ବିସ୍ତୃତରେ ଚିନ୍ତା କରିବା ।

ରାଜ୍ୟ ସରକାରଙ୍କ ଉପରେ ପଡ଼ିବାକୁ ଥିବା ଆର୍ଥିକ ପ୍ରଭାବ, କାରଣ ଏହି କ୍ଷେତ୍ରରେ ରାଜ୍ୟ ସରକାର ମଧ୍ୟ କେନ୍ଦ୍ରର ସୁପାରିସକୁ ଗ୍ରହଣ କରିଥାନ୍ତି ।

କେନ୍ଦ୍ରୀୟ ସାର୍ବଜନୀନ କ୍ଷେତ୍ର (ପିଏସୟୁ) ଓ ଘରୋଇ କ୍ଷେତ୍ରର କର୍ମଚାରୀଙ୍କୁ ମିଳୁଥିବା ବେତନ, ଭତ୍ତା ଓ କାର୍ଯ୍ୟ ପରିସ୍ଥିତିର ତୁଳନା ।