ଅନୁଗୋଳ ୧୬।୦୪ : ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥ ଜରପଡ଼ା ନିକଟରେ ଦୁର୍ଘଟଣା । ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଡଲ୍ଫିନ୍ ନାମକ ଏକ ଘରୋଇ ବସ୍ ରାଇପୁରରୁ ଭୁବନେଶ୍ୱର ଯାଉଥିଲା । ଜରପଡ଼ା ନିକଟରେ ଏକ ବାଲି ବୋଝେଇ ଟ୍ରକ ସାମ୍ନାରୁ ଆସି ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ ତାରାପ୍ରସାଦ ଦାସ ।
ସେହିପରି ଅନ୍ୟପଟେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ କାହାର ମୁଣ୍ଡ ଫାଟି ଛି ତ ଆଉ କାହାର ଗୋଡ଼-ହାତ ଭାଙ୍ଗିଥିବାର ଜଣାପଡିଛି । ଏବେ ସମସ୍ତ ଅବସ୍ଥା ସ୍ଥିର ରହିଛି । ଆହତ ୧୦ ଜଣଙ୍କ ମଧ୍ୟରୁ ୬ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ଜରପଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।