ହାଇଦ୍ରାବାଦ : ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ନେତା ତଥା ପୂର୍ବତନ ସାଂସଦ ବି. ସୁମନ ସେତେବେଳେ ରାଜନୈତିକ ବିବାଦରେ ଘେରି ଯାଇଛନ୍ତି ଯେତେବେଳେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା। ଏହି ଭିଡିଓ ରେ ସୁମନ ପାର୍ଟି ସଦସ୍ୟଙ୍କୁ ସରକାରୀ ଦପ୍ତର ପୋଡିବା ଓ ଉଗ୍ରାବଦ ଯୋଜନା ପ୍ରସ୍ତୁତ କରିବା ପାଇଁ ଉସକାଇଛନ୍ତି। ଏବେ ଏହି ଭିଡିଓକୁ ନେଇ ଶାସକ କଂଗ୍ରେସ ଓ ବିରୋଧୀ ବିଜେପି ଉଭୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଭିଡିଓ ଅନୁସାରେ ବିଆରଏସ୍ ନେତା କହିଛନ୍ତି ଯେ ପାର୍ଟି ସଦସ୍ୟ ଚାଷୀଙ୍କ ସମର୍ଥନରେ ରାଜମାର୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି। ତେବେ ଏହି ବିରୋଧ ପ୍ରଦର୍ଶନରେ ଚାଷୀଙ୍କ ଭାଗିଦାରୀ ଖୁବ କମ୍ ରହିବା ଯୋଗୁ ସୁମନ ଚିନ୍ତାବ୍ୟକ୍ତ କରିଥିବା ବେଳେ ପାର୍ଟି ସଦସ୍ୟଙ୍କୁ ଧ୍ୟାନ ଆକର୍ଷଣ କରିବା ପାଇଁ ସଂଗଠିତ ହୋଇ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ଓ ସିଙ୍ଗାରେନୀ ଭବନରେ ନିଆଁ ଲଗାଇବା, ଉଗ୍ରବାଦୀ ଗତିବିଦ୍ଧି ଲାଗି ଯୋଜନା ପ୍ରସ୍ତୁତ କରିବା ଓ ରେଳ ଲାଇନ ଅବରୋଧ ଭଳି ଗତିବିଦ୍ଧିରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏଥି ପାଇଁ ସେ ପାର୍ଟି ସଦସ୍ୟଙ୍କୁ ଆ୍ଇନକୁ ଭୃକ୍ଷେପ ନ କରିବାକୁ ମଧ୍ୟ କହିଛନ୍ତି।

ସୁମନ କହିଛନ୍ତି ଯେ ଏହା କେବଳ ଆଲୋଚନା କରିବା, ବୈଠକ କରିବା ବା ସାମ୍ବାଦିକ ସମ୍ମିଳନୀ କରିବାର କଥା ନୁହେଁ। ମନ୍ଦାମାରୀ ଡିଭିଜନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରନ୍ତୁ, ଚାଲନ୍ତୁ ଯାଇ ମହାପ୍ରବନ୍ଧକଙ୍କ ପୂରା କାର୍ଯ୍ୟାଳୟକୁ ପୋଡିଦିଅନ୍ତୁ। ଏଥି ପାଇଁ ଅଧିକରୁ ଅଧିକ ଆମକୁ ମାସେ ଜେଲ ହେବ।ଏଥି ଲାଗି ଆପଣଙ୍କୁ ଗମ୍ଭିରତାର ସହ ଉଗ୍ରବାଦ ଗତିବିଦ୍ଧିର ଯୋଜନା କରିବାକୁ ପଡିବ। ଆବଶ୍ୟକ ପଡିଲେ ସିଙ୍ଗାରେନୀ ଭବନକୁ ଯାଇ ସେଥିରେ ନିଆଁ ଲଗାଇବାକୁ ହେବ। ଆମ ସଂଘ ଓ ଆମ ନେତୃତ୍ୱରେ ସେହି ନିଜର ଭାବନା ଆସିବା ଦରକାର ଯେଉଁଥିରେ ଉଗ୍ରବାଦ ଗତିବିଦ୍ଧିର ଯୋଜନା କହିବା ଆବଶ୍ୟକ । ଆମ କ୍ଷେତ୍ରରେ ଏତେ ରଳ ଲାଇନ ଅଛି ସେଗୁ଼ଡିକୁ ଦିନଟିଏ ଅଚଳ କରିଦିଅନ୍ତୁ ଓ ଏକ କାର୍ଯ୍ୟକ୍ରମ ଆୟୋଜନ କରନ୍ତୁ ଏହାକୁ ‘ରେଳ ରୋକ’ ନାମ ଦିଅନ୍ତୁ।

ସୁମନଙ୍କ ଉତ୍ତେଜକ ଟିପ୍ପଣୀକୁ ସମାଲୋଚନା କରି ତେଲେଙ୍ଗାନା ବିଜେପି ସଭାପତି ରାମଚନ୍ଦ୍ର ରାଓ କହିଛନ୍ତି ଯେ ଏପରି ବୟାନବାଜୀ ରାଜ୍ୟର ଗଣତାନ୍ତ୍ରିକ ପରିବେଶକୁ ବିଗାଡିବ। ସେ ବିଆରଏସ୍ ନେତାଙ୍କ ହିଂସା ନିବେଦନକୁ ନିନ୍ଦା କରିଥିବା ବେଳେ କହିଛନ୍ତି ଯେ ରାଜନୈତିକ ଦଳ ଓ ନେତା ନା ହିଂସାରେ ସାମିଲ ହେବା ଉଚିତ ନା ଏହାକୁ ପ୍ରୋତ୍ସାହିତ କରିବା ଉଚିତ ବୋଲି କହିଛନ୍ତି। ବିଆରଏସ୍ ନେତାମାନଙ୍କ ଲୋକଙ୍କ କାର୍ଯ୍ୟାଳୟ ଓ ଅନ୍ୟ ଜିନିଷକୁ ପୋଡିବା ପାଇଁ ଉସକାଉଥିବା ବୟାନ ଅଗଣତାନ୍ତ୍ରିକ ବୋଲି ରାଓ କହିଛନ୍ତି। ସେ କହିଛନ୍ତି ଯେ ରାଜନୀତିରେ ନୀତିର ଆଲୋଚନା ହେବା ଦରକାର, ସରକାରଙ୍କ ବିରୋଧରେ ଆନ୍ଦୋଳନ ହେବା ଦରକାର, ତେବେ ଏହା ବି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ। ହେଲେ ଗଣତନ୍ତ୍ରରେ ଏପରି ହିଂସାତ୍ମକ ବୟାନବାଜୀ ରାଜ୍ୟର ଗଣତାନ୍ତ୍ରିକ ପରିବେଶକୁ ବିଗାଡିବ ବୋଲି ସେ ସତର୍କ କରିଛନ୍ତି।