News7 Logo

ରାଜପୁର ଗାଁରେ ଅଘଟଣ, ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ

NEWS7
snake

ଉମରକୋଟ ୦୯।୦୯ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାଜପୁର ଗାଁରେ ଅଭାବନୀୟ ଘଟଣା । ବିଷାକ୍ତ ସାପ କାମୁଡ଼ାରେ ଭାଇ ଓ ଭଉଣୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଭାଇ ରୁତୁରାଜଙ୍କ ବୟସ ୯ ମାସ ହୋଇଥିବା ବେଳେ ଭଉଣୀ ଅମିତାଙ୍କ ବୟସ ୧୧ ବର୍ଷ ବୋଲି ଜଣାପଡିଛି ।

​​​​​​​

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ପରିବାର ସମସ୍ତ ସଦସ୍ୟ ଖାଇସାରି ଶୋଇବାକୁ ଯାଇଥିଲେ । ଭାଉ-ଭଉଣୀ ଖାଇ ସାରି ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଯାହାଫଳରେ ଦୁଇ ଜଣ ଭାଇ-ଭଉଣୀ ଗୁରୁତର ହୋଇପଡିଥିଲେ । ଏହାପରେ ଉଭୟଙ୍କୁ ପରିବାର ଲୋକ ଗାଁର ଏକ ଗୁଣିଆ ନିକଟକୁ ନେଇଥିଲେ । ହେଲେ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।