LIVE TV

ଦୃହୟ ବିଦାରକ ଘଟଣା, ସମ୍ପତ୍ତି ପାଇଁ ୧୫ ମାସ ଧରି କୋଠରୀରେ ବନ୍ଧକ ରଖିଲେ ମାଆ-ପୁଅ

NEWS7
bokaro

ବୋକାରୋ ୧୫/୧୦: ମରିଗଲା ମାନବିକତା । ସମ୍ପତ୍ତି ପାଇଁ ଭୁଲିଗଲେ ମଣିଷପଣିଆ । କିଏ କେତେ ତଳକୁ ଖସିପାରେ ତାର ବଡ଼ ଉଦାହରଣ ଝାଡ଼ଖଣ୍ଡ ବୋକାରୋ ଘଟଣା ।  ଯେଉଁଠି ଜଣେ ୭୧ ବର୍ଷୀୟା ମା' ଓ ୪୮ ବର୍ଷୀୟ ପୁଅଙ୍କୁ ଗତ ୧୫ ମାସ ଧରି ଏକ ବନ୍ଦ କୋଠରୀରେ ବନ୍ଦୀ କରି ରଖାଯାଇଥିଲା । ରିପୋର୍ଟ ଅନୁଯାୟୀ, ମା' ଓ ପୁଅଙ୍କୁ ଅନ୍ୟ ସ୍ଥାନରୁ ସେକ୍ଟର ୬ ଥାନା ଅଞ୍ଚଳକୁ ଅଣାଯାଇଥିଲା ।

ପରେ ବୋକାରରେ ବନ୍ଦ ଘରେ ବନ୍ଦୀ କରାଯାଇ ରଖାଯାଇଥିଲା । ତେବେ ସେଠାରେ ରଖିବା ପରେ ଘର ବାହାରେ ପଡିଥିଲା ତାଲା । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏତେ ବଡ ଘଟଣା, ହେଲେ ଟେର ପାରିଲେନି କେହି । ଏତେ ଦିନ ପର୍ଯ୍ୟନ୍ତ କୌଣସି ପଡ଼ୋଶୀ ଏହି ଘଟଣା ବିଷୟରେ ପୋଲିସକୁ କରାଇନଥିଲେ ଅବଗତ । ଏହି ଘଟଣା ସମ୍ପର୍କରେ ଖବର ପାଇଥିଲେ ସାମାଜିକ ସଂଗଠନ । ଆଉ ସଂଗଠନ ଜାଣିବା ପରେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲା ।

 

ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରଥମେ ଝରକା ବାହାରୁ ପଚରାଉଚରା କରି ଫେରି ଆସିଥିଲା ପୋଲିସ । ତଥାପି, ପଦକ୍ଷେପ ଥିଲା ଶୂନ୍ । ହେଲେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ପୋଲିସର ଭାଙ୍ଗିଥିଲା ନିଦ । ତୁରନ୍ତ ପହଞ୍ଚି ସେଠାରେ ମାଆ-ପୁଅଙ୍କୁ ଉଦ୍ଧାର କରିଥିଲେ । ସେକ୍ଟର-୬ ପୋଲିସ ଷ୍ଟେସନ୍ ଦାୟିତ୍ୱରେ ଥିବା ସଙ୍ଗୀତା କୁମାରୀଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଦ୍ୱାର ତାଲା ଭାଙ୍ଗି ମା' ଓ ପୁଅଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲା ।

ଉଦ୍ଧାର ପରେ ପୁଅ, ୪୮ ବର୍ଷୀୟ ସନ୍ତୋଷ କୁମାରଙ୍କ ସାକ୍ଷାତକାର ନିଆଯାଇଥିଲା । ସେତେବେଳେ ତାଙ୍କ ବୟାନ ଆଶ୍ଚର୍ଯ୍ୟଜନକ ଥିଲା । ସେ ପ୍ରକାଶ କରିଥିଲେ ଯେ ରାଜନୈତିକ ଦଳ ସହିତ ଜଡିତ ଅଶୋକ ସିଂହ ନାମକ ଜଣେ ବ୍ୟକ୍ତି ତାଙ୍କୁ ଓ ତାଙ୍କ ମା' ସୀତା ଦେବୀଙ୍କୁ ଏଠାକୁ ଆଣି ବନ୍ଦୀ କରି ରଖିଥିଲେ । ସନ୍ତୋଷ ଅଭିଯୋଗ କରିଛନ୍ତି ଯେ ଅଶୋକ ସିଂହ ସେମାନଙ୍କ ସମ୍ପତ୍ତି ହଡ଼ପ କରିବାକୁ ଚାହୁଁଥିଲେ । ତେଣୁ ସେମାନଙ୍କୁ କୋଠରୀରେ ବନ୍ଦୀ କରି ରଖାଯାଇଥିଲା।